ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ କନ୍ୟାବିବାହ ଯୋଜନାରେ ଜିଲା ପ୍ରଶାସନ ପକ୍ଷରୁ ଏହି ଭବ୍ୟ ବିବାହ ଉତ୍ସବ ଆୟୋଜିତ ହୋଇଛି। ସମସ୍ତ ବ୍ଲକର ସିଡିପିଓ ଏହାର ଦାୟିତ୍ୱରେ ରହିଥିବା ବେଳେ ପିପୁଲ୍ସ ଫୋରମ ବିବାହ ଉତ୍ସବ ପରିଚାଳନା କରୁଛି। ମନ୍ତ୍ରଧ୍ୱନିରେ କମ୍ପୁଛି ବରୁଣେଇ ପୀଠ। ବିବାହ ସମ୍ପନ୍ନ ହେବା ପରେ ମା’ ବରୁଣେଇ କରୁଣେଇଙ୍କ ଆଶୀର୍ବାଦ ଲାଭ କରିବେ।
ଜିଲା ପ୍ରଶାସନ ସହ ଜନପ୍ରତିନିଧିମାନେ ଉପସ୍ଥିତ ରହି ଯୋଡ଼ିଙ୍କୁ ଉତ୍ସାହିତ କରିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବରକନ୍ୟାଙ୍କ ପାଇଁ ଅଲଗା ବ୍ୟବସ୍ଥା ସହ ଭୋଜିଭାତ ଆୟୋଜନ କରାଯାଇଛି। ସରକାରଙ୍କ ପକ୍ଷରୁ କନ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୪୫ହଜାର ଟଙ୍କା ଦିଆଯିବ। ଏଥିସହିତ ବିବାହ ଉତ୍ସବ ଆୟୋଜନ ପାଇଁ ଆୟୋଜକ ପିପୁଲ୍ସ ଫୋରମକୁ ୧୫ ହଜାର ଟଙ୍କା ଲେଖାଏ ମୋଟ୍ ଜଣକ ପିଛା ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଉଛି।