Posted inଖେଳ

ପ୍ୟାରିସ ଲୋକାରଣ୍ୟ

ପ୍ୟାରିସ୍‌,୨୧ା୧୨(ପି.ଟି): ବିଶ୍ୱକପ୍‌ ଫାଇନାଲରେ ଫ୍ରାନ୍ସ ଦଳ ପରାଜିତ ହୋଇଥିଲେ ହେଁ ପ୍ୟାରିସରେ ଦଳକୁ ମିଳିଛି ଅଦ୍ଭୂତପୂର୍ବ ସ୍ବାଗତ। କିଲିଆନ୍‌ ଏମ୍‌ବାପେ ଏବଂ ଦଳର ଅନ୍ୟ ସମସ୍ତ ସଦସ୍ୟ ଚାର୍ଲସ ଡେ ଗଲ୍ଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ସମର୍ଥକ ଦଳର ସମର୍ଥନ ପାଇଁ ଉପସ୍ଥିତ ଥିଲେ। ପରାଜୟ ଦୁଃଖରେ ଖେଳାଳିମାନେ ଆସିଥିଲେ ହେଁ ବିମାନ ବନ୍ଦର ବାହାରେ ‘ଧନ୍ୟବାଦ’ ଓ ‘ପ୍ୟାରିସ୍‌ ତୁମକୁ ଭଲପାଏ’ ବୋଲି ପ୍ଲା କାର୍ଡ ସହ ଅପେକ୍ଷା କରିଥିଲେ ଫ୍ୟାନ୍‌। ଏହାପରେ ବସରେ ଡେ ଲା କନକର୍ଡ ପର୍ଯ୍ୟନ୍ତ ଯାଇଥିଲା। ଏହାପାର ଚାମ୍ପ ଏଲିସ୍‌ରେ ଦଳକୁ ପ୍ୟାରେଡ ଜରିଆରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏପରିକି ୨୦୧୮ ରୁଷିଆ ବିଶ୍ୱକପରେ ଦଳ ଚାମ୍ପିୟନ ହୋଇ ଫେରିଥିଲେ ମଧ୍ୟ ଏଭଳି ସମ୍ବର୍ଦ୍ଧନା ମିଳିନଥିଲା। ପ୍ରଶଂସକ ମାନେ ଦଳର ସମର୍ଥନରେ ବିଭିନ୍ନ ସ୍ଲୋଗାନ ଦେଉଥିବା ବେଳେ ଫ୍ରାନ୍ସ ଦଳର ଅଧିନାୟକ ହ୍ୟୁଗୋ ଲାରିସ୍‌, ଅଲିଭର ଗିରୁଡ୍‌, ଓସୁମାନେ ଡେମ୍ବେଲେ, ଆଣ୍ଟୋନିଓ ଗ୍ରୀଜମ୍ୟାନ୍‌ ଓ କିଲିଆନ୍‌ ଏମ୍‌ବାପେଙ୍କ ପରି ଖେଳାଳି ଉପସ୍ଥିତ ଫ୍ୟାନଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, କିଲିଆନ୍‌ ଏମ୍‌ବାପେଙ୍କ ହ୍ୟାଟ୍ରିକ୍‌ ସତ୍ତ୍ୱେ ଫ୍ରାନ୍ସ ଦଳ ପେନାଲ୍ଟି ଶୁଟଆଉଟକୁ ୪-୨ରେ ହାରିବା ସହିତ ଟାଇଟଲ ଡିଫେଣ୍ଡ କରିବାରେ ବିଫଳ ହୋଇଥିଲା। ଚଳିତ ବିଶ୍ୱକପରେ ଫ୍ରାନ୍ସରେ ୨୪ ମିଲିୟନ ଦର୍ଶକ ଟିଭିରେ ଏହାର ମଜା ନେଇଥିଲେ। ଟିଭି ଦେଖୁଥିବା ଲୋକଙ୍କ ମଧ୍ୟରେ ୧୦ରୁ ୮ ଜଣ ଲୋକ ଫୁଟବଲ ବିଶ୍ୱକପ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri