Posted inଖେଳ

ଭାରତ ଜୁନିୟର ଦଳରେ ଓଡ଼ିଶାର ୪

ରାଉରକେଲା ଅଫିସ,୨୧ା୧୨: ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବାକୁ ଆଉ ଅଳ୍ପଦିନ ବାକି ରହିଛି। ଏଥିପାଇଁ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହକି ବିଶ୍ୱକପକୁ ଅଧିକ ରୋମାଞ୍ଚକ କରିବା ପାଇଁ ଜିଲାର ବିଭିନ୍ନ ଗ୍ରାମଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଏଲ୍‌ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଉଛି। ଆଉ କେତେକ ସ୍ଥାନରେ ହକି ଖେଳାଳିଙ୍କ ଷ୍ଟାଚ୍ୟୁ ନିର୍ମାଣ ଚାଲିଛି। ଷ୍ଟିଲ୍‌ସିଟି ରାଉରକେଲାରେ ପ୍ରଥମ ଥର ବିଶ୍ୱକପ୍‌ ହକି ମ୍ୟାଚର ଆୟୋଜନ ହେଉଥିବାବେଳେ ଏଠାରେ ସମୁଦାୟ ୨୦ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୨୦୨୩ ଜାନୁୟାରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ସହ ସ୍ପେନ ଦଳ ମଧ୍ୟରେ ଖେଳାଯିବ। ଏହି ମ୍ୟାଚକୁ ଦେଖିବା ପାଇଁ ଷ୍ଟାଡିୟମ ପରିସରରେ ଦୁଇଟି ଅଫ୍‌୍‌ଲାଇନ ଟିକେଟ କାଉଣ୍ଟର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତିଦିନ ଏହି ଟିକେଟ କାଉଣ୍ଟରରେ ଭିଡ ଦେଖିବାକୁ ମିଳୁଛି। ଆସନ୍ତା ୨୪ ତାରିଖରେ ଜିଲା ତଥା ସହରବାସୀ ବିର୍ସାମୁଣ୍ଡା ଷ୍ଟାଡିୟମରେ ଜୁନିୟର ଭାରତ ଦଳ ସହ ଦକ୍ଷିଣ କୋରିଆ ଦଳର ଅଭ୍ୟାସ ମ୍ୟାଚ ଖେଳ ଦେଖିବାକୁ ସୁଯୋଗ ପାଇପାରିବେ। ଆଉ ମାତ୍ର ୨ ଦିନ ପରେ ଜୁନିୟର ଭାରତ ଦଳ ଦକ୍ଷିଣ କୋରିଆ ଦଳ ସହ ଅଭ୍ୟାସ ମ୍ୟାଚ ଖେଳି ବିଜୟୀ ହୋଇ ବିଶ୍ୱକପକୁ ସ୍ବାଗତ କରିବ ବୋଲି ବିଭିନ୍ନ କ୍ରୀଡାପ୍ରେମୀ ଆଶା କରିଛନ୍ତି। ଏହି ଅଭ୍ୟାସ ମ୍ୟାଚରେ ଭାରତ ଜୁନିୟର ଦଳରେ ସୁନ୍ଦରଗଡ ଜିଲାର ସୁଦୀପ ଚିର୍ମାକୁ, ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ଶିଉଲ ଲୁଗୁନ ନିଜର ହକିଷ୍ଟିକ ଯାଦୁ ଦେଖାଇବେ । ହକି ତାରକା ଉତ୍ତମ ସିଂଙ୍କ ନେତୃତ୍ୱରେ ଭାରତ ଜୁନିୟର ହକି ଦଳ ଦକ୍ଷିଣ କୋରିଆ ସହ ଅଭ୍ୟାସ ମ୍ୟାଚ ଖେଳିବ। ଏହି ଅଭ୍ୟାସ ମ୍ୟାଚକୁ ବିଭିନ୍ନ କ୍ରୀଡାପ୍ରେମୀ ବିନା ଟିକେଟରେ ଦେଖିପାରିବେ। ଉଭୟ ଦଳର ସମସ୍ତ ଖେଳାଳିଙ୍କ ଦକ୍ଷତାପୂର୍ଣ୍ଣ ମ୍ୟାଚକୁ ଦେଖିବା ପାଇଁ ଷ୍ଟାଡିୟମରେ ଭିଡ ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ଷ୍ଟାଡିୟମ ପରିସରରେ ସମସ୍ତ ଖେଳାଳିମାନଙ୍କ ପାଇଁ ୪ଟି ହୋଟେଲରେ ବ୍ୟବସ୍ଥା ସହ ଏ, ବି, ସି, ଡି ବ୍ଲକରେ ବିଭକ୍ତ କରାଯାଇଛି। ଏହି ହୋଟେଲରେ ଖେଳାଳିମାନଙ୍କ ପାଇଁ ଅତ୍ୟାଧୁନିକ ଜିମ୍‌ ଉପକରଣ ସାଙ୍ଗକୁ ଡ୍ରେସିଂରୁମ, ସୁଇମିଂପୁଲ ଭଳି ଅନ୍ୟାନ୍ୟ ଉନ୍ନତ ଧରଣର ବ୍ୟବସ୍ଥା ସହ ୨୧୬ଟି କକ୍ଷ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଖେଳାଳିମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା ପାଇଁ ବମ୍ବେର ତାଜ୍‌ ହୋଟେଲରୁ ୧୫୦ ଜଣ ରୋଷେୟାଙ୍କୁ ଚୟନ କରାଯାଇଛି। ଆସନ୍ତା ଜାନୁୟାରୀ ୫ରେ ଖେଳାଳିମାନେ ରାଉରକେଲାରେ ପହଞ୍ଚିବେ। ସେମାନଙ୍କ ଲାଗି ପାନପୋଷ ଛାତ୍ର କ୍ରୀଡ଼ାବାସ, ବିର୍ସାମୁଣ୍ଡା ଷ୍ଟାଡିୟମରେ ଥିବା ଆଷ୍ଟ୍ରୋଟର୍ଫ ଫିଲ୍ଡ ସହ ଅନ୍ୟ କେତେକ ଆଷ୍ଟ୍ରୋ ପଡିଆରେ ଅଭ୍ୟାସ କରିବା ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?