Posted inଖେଳ

ପ୍ୟାରିସ ଲୋକାରଣ୍ୟ

ପ୍ୟାରିସ୍‌,୨୧ା୧୨(ପି.ଟି): ବିଶ୍ୱକପ୍‌ ଫାଇନାଲରେ ଫ୍ରାନ୍ସ ଦଳ ପରାଜିତ ହୋଇଥିଲେ ହେଁ ପ୍ୟାରିସରେ ଦଳକୁ ମିଳିଛି ଅଦ୍ଭୂତପୂର୍ବ ସ୍ବାଗତ। କିଲିଆନ୍‌ ଏମ୍‌ବାପେ ଏବଂ ଦଳର ଅନ୍ୟ ସମସ୍ତ ସଦସ୍ୟ ଚାର୍ଲସ ଡେ ଗଲ୍ଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ସମର୍ଥକ ଦଳର ସମର୍ଥନ ପାଇଁ ଉପସ୍ଥିତ ଥିଲେ। ପରାଜୟ ଦୁଃଖରେ ଖେଳାଳିମାନେ ଆସିଥିଲେ ହେଁ ବିମାନ ବନ୍ଦର ବାହାରେ ‘ଧନ୍ୟବାଦ’ ଓ ‘ପ୍ୟାରିସ୍‌ ତୁମକୁ ଭଲପାଏ’ ବୋଲି ପ୍ଲା କାର୍ଡ ସହ ଅପେକ୍ଷା କରିଥିଲେ ଫ୍ୟାନ୍‌। ଏହାପରେ ବସରେ ଡେ ଲା କନକର୍ଡ ପର୍ଯ୍ୟନ୍ତ ଯାଇଥିଲା। ଏହାପାର ଚାମ୍ପ ଏଲିସ୍‌ରେ ଦଳକୁ ପ୍ୟାରେଡ ଜରିଆରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏପରିକି ୨୦୧୮ ରୁଷିଆ ବିଶ୍ୱକପରେ ଦଳ ଚାମ୍ପିୟନ ହୋଇ ଫେରିଥିଲେ ମଧ୍ୟ ଏଭଳି ସମ୍ବର୍ଦ୍ଧନା ମିଳିନଥିଲା। ପ୍ରଶଂସକ ମାନେ ଦଳର ସମର୍ଥନରେ ବିଭିନ୍ନ ସ୍ଲୋଗାନ ଦେଉଥିବା ବେଳେ ଫ୍ରାନ୍ସ ଦଳର ଅଧିନାୟକ ହ୍ୟୁଗୋ ଲାରିସ୍‌, ଅଲିଭର ଗିରୁଡ୍‌, ଓସୁମାନେ ଡେମ୍ବେଲେ, ଆଣ୍ଟୋନିଓ ଗ୍ରୀଜମ୍ୟାନ୍‌ ଓ କିଲିଆନ୍‌ ଏମ୍‌ବାପେଙ୍କ ପରି ଖେଳାଳି ଉପସ୍ଥିତ ଫ୍ୟାନଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, କିଲିଆନ୍‌ ଏମ୍‌ବାପେଙ୍କ ହ୍ୟାଟ୍ରିକ୍‌ ସତ୍ତ୍ୱେ ଫ୍ରାନ୍ସ ଦଳ ପେନାଲ୍ଟି ଶୁଟଆଉଟକୁ ୪-୨ରେ ହାରିବା ସହିତ ଟାଇଟଲ ଡିଫେଣ୍ଡ କରିବାରେ ବିଫଳ ହୋଇଥିଲା। ଚଳିତ ବିଶ୍ୱକପରେ ଫ୍ରାନ୍ସରେ ୨୪ ମିଲିୟନ ଦର୍ଶକ ଟିଭିରେ ଏହାର ମଜା ନେଇଥିଲେ। ଟିଭି ଦେଖୁଥିବା ଲୋକଙ୍କ ମଧ୍ୟରେ ୧୦ରୁ ୮ ଜଣ ଲୋକ ଫୁଟବଲ ବିଶ୍ୱକପ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri