ମାଓବାଦୀ ପ୍ରଥମ କରି ପାଦ ଥାପିଥିବା ଗାଁ ମସିଣା

ଲାଠୋର,୨୬ା୧୧(ଡ଼ି.ଏନ.ଏ.) ଭୁବନେଶ୍ୱର ବାରିକ: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତର ବଣ ପାହାଡ଼ ଘେରା ମସିଣା ଏକ ଆଦିବାସୀ ବହୁଳ ଗ୍ରାମ। ଗ୍ରାମର ଉତ୍ତର ଦିଗରେ ବଣପାହାଡ ରହିଥିବା ବେଳେ ପଶ୍ଚିମରେ ଚାନ୍ଦଲି ପାହାଡ ରହିଛି। ସେହିପରି ପୂର୍ବ ଦିଗରେ ଧୂମା ପାହାଡ଼ ରହିଛି। ଦକ୍ଷିଣ ଦିଗରେ ଏକ ନାଲା ତଳକୁ ବହି ଯାଇଛି। ଗତ ୨୦୧୧ ମସିହାରେ ମାଓବାଦୀମାନେ ବଲାଙ୍ଗୀର ଜିଲାର ଏହି ଗ୍ରାମରେ ପ୍ରଥମ କରି ପାଦ ଥାପିଥିଲେ। ଏହାକୁ ନେଇ ସେତେବେଳେ ଜିଲାରେ ହଇଚଇ ସୃଷ୍ଟି ହୋଇଥିଲା । ପ୍ରଶାସନର ଚେତା ପଶିଥିଲା। ତେଣୁ ଗ୍ରାମବାସୀ କିଭଳି ମୌଳିକ ସୁବିଧା ପାଇ ପାରିବେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ସମନ୍ବିତ ବିକାଶ ଯୋଜନାରେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ଗ୍ରାମର ବିକାଶ ପାଇଁ ଖପ୍ରାଖୋଲ ବ୍ଲକକୁ କୋଟି କୋଟି ଟଙ୍କା ଅନୁଦାନ ଆସିଥିଲା। ହେଲେ ବିଭିନ୍ନ କାରଣରୁ ଉକ୍ତ ଅନୁଦାନର ସଦ୍‌ ବିନିଯୋଗ ହୋଇ ପାରିନାହିଁ। ଏପରି କି ଟଙ୍କା ମଧ୍ୟ ଫେରିଯାଇଛି। ଗତ କିଛି ବର୍ଷ ହେବ ଉକ୍ତ ଯୋଜନାରେ ଆସୁଥିବା ଅନୁଦାନ ବନ୍ଦ ରହିଥିବା ବେଳେ ମାଓବାଦୀ ଅଧ୍ୟୁଷିତ ମସିଣା ଗ୍ରାମରେ ଆଖିଦୃଶିଆ ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ଏବେ ବି ଗ୍ରାମବାସୀ ନା ନା ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି। ଆଦିବାସୀ ବହୁଳ ମସିଣା ଗ୍ରାମରେ ୨୯୬ ପରିବାରର ସମୁଦାୟ ୧୩୩୭ ଲୋକ ବସବାସ କରୁଛନ୍ତି। ସେଥିମଧ୍ୟରୁ ୧୮୯ ଆଦିବାସୀ ପରିବାର ରହିଥିବା ବେଳେ ୮୦ ଦଳିତ ପରିବାର ଏବଂ ୨୭ ଅନ୍ୟ ସଂପ୍ରଦାୟର ପରିବାର ରହୁଛନ୍ତି।

ସେମାନେ ଚାଷ କାର୍ଯ୍ୟ କରି ଓ କେହି ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଗୁଜରାଣ ମେଣ୍ଟାଇଥାନ୍ତି। ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚୁ କୁମ୍ଭାରଙ୍କ ସୂଚନା ଅନୁସାରେ ଗ୍ରାମର ସମୁଦାୟ ଲୋକସଂଖ୍ୟା ମଧ୍ୟରୁ ୪୪ ପ୍ରତିଶତ ଲୋକ ସାକ୍ଷର ହୋଇଥିବା ବେଳେ ୫୬ ପ୍ରତିଶତ ଲୋକ ନିରକ୍ଷର ରହିଛନ୍ତି। ଗ୍ରାମକୁ ଆଜି ଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇ ପାରି ନାହିଁ। ଯେଉଁ ପିଚୁ ରାସ୍ତା ରହିଛି ସ୍ଥାନେ ସ୍ଥାନେ ଖାଲ ଖମା ସୃଷ୍ଟି ହୋଇଥିବାରୁ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମରେ ଗଭୀର ନଳକୂପ ଖୋଳିବାର ବର୍ଷେ ପରେ ଏବେ ଏକ ମାସ ହେବ ଏଠାରେ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଭର ହେଡ଼ ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏହା କେବେ ସମ୍ପୂର୍ଣ୍ଣ ହେବ କହି ହେବନାହିଁ। ଏଠିକାର ଲୋକେ ନଳକୂପ ତଥା ଖୋଲା କୂଅରୁ ଦୂଷିତ ଜଳ ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଫଳରେ ଦିନକୁ ଦିନ ଗ୍ରାମରେ କିଡନୀ ଜନିତ ରୋଗୀ ସଂଖ୍ୟା ବଢିବାରେ ଲାଗିଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମରେ ୨୨୦ ଜବ କାର୍ଡଧାରୀ ଶ୍ରମିକ ରହିଛନ୍ତି। ସେମାନଙ୍କୁ ପଞ୍ଚାୟତିରାଜ ବିଭାଗ, ବନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ ବିଭାଗ ଆଦିରୁ ଏମଜିଏନଆରଇଜିଏସ କାର୍ଯ୍ୟରେ ମଜୁରି ପ୍ରଦାନରେ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି । ଶ୍ରମିକମାନଙ୍କୁ ବିଭିନ୍ନ ଆଳ ଦେଖାଇ ଶୋଷଣ କରାଯାଉଥିବାରୁ ଅନେକ ଶ୍ରମିକ କାର୍ଯ୍ୟରୁ ମୁହଁ ଫେରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି।
ଗ୍ରାମରେ ରହିଥିବା ୧୫୦ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଗ୍ରାମରେ ଏକ (ଡ୍ୟାମ)ବନ୍ଧ ନିର୍ମାଣ କରାଯାଇ ଚାଷୀଙ୍କୁ କେନାଲ ସାହାଯ୍ୟରେ ଜଳସେଚନର ବ୍ୟବସ୍ଥା କରାଯାଇଛି। ହେଲେ ବନ୍ଧର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୫୦ ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରୁନାହଁି ବୋଲି ଗ୍ରାମର ଚାଷୀ ରାଜକିଶୋର ଭୋଇ,ପଟନାଏକ ଭୋଇ, କୃଷ୍ଣ ଲିଟି, ଟଙ୍କ ନାଗ ପ୍ରମୁଖ ପ୍ରକାଶ କରିଛନ୍ତି। ଚାଷ ମୁଖ୍ୟ ଜୀବିକା ହୋଇଥିବା ବେଳେ ପାଣି ସୁବିଧା ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ସାହୁଙ୍କ ତଥ୍ୟ ଅନୁସାରେ ୨୯୬ ପରିବାରଙ୍କ ମଧ୍ୟରୁ ୮୮ ପରିବାରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ଅନେକ ପରିବାର ଏଥିରୁ ବଞ୍ଚତ୍ତ ରହିଛନ୍ତି। ସେହିପରି ବାର୍ଦ୍ଧକ୍ୟ ,ବିକଳାଙ୍ଗ ଏବଂ ବିଧବା ଭତ୍ତା ୧୦୮ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଭତ୍ତା ପ୍ରଦାନ ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଦୀର୍ଘ ଦିନରୁ ଆବେଦନ କରିଥିଲେ ମଧ୍ୟ ଆଜିଯାଏ ତାଙ୍କୁ ପ୍ରଶାସନ ଭତ୍ତା ପ୍ରଦାନ କରିପାରି ନାହିଁ। ଏଥିରୁ ମସିଣା ଗ୍ରାମରେ ବିକାଶର ଚିତ୍ର କିପରି ତାହା ଅନୁମେୟ ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri