ସୋଆର ଷ୍ଟାନ୍‌ଫୋର୍ଡ ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୧୬ ଜଣ ଗବେଷକ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବିଶେଷକରି ୟୁଏସ୍‌ର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ୨୦୨୨ ମସିହା ପାଇଁ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇଥିବା ଜଣାପଡ଼ିଛି। ଏପରିକି ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସୋଆର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀପ୍ରସାଦ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ଗବେଷଣା କ୍ଷେତ୍ରରେ ସେମାନଙ୍କର ଉତ୍କର୍ଷ ଯୁବ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ରାୟ ମତ ପ୍ରକାଶ କରିଥିଲେ। ସେହିପରି ପ୍ରଫେସର ରାୟ କହିଥିଲେ, ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ୧୬ତମ ସ୍ଥାନ ଅଧିକାର କରିଥିବା ସୋଆରେ ବିଶେଷ ଭାବେ ଇଣ୍ଟର-ଡିସିପ୍ଲିନାରି ଗବେଷଣା ନିମନ୍ତେ ଅନେକ ସୁଯୋଗ ରହିଛି। ଉକ୍ତ ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍‌ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ

ମୁମ୍ବାଇ,୨-୧: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍‌ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍‌ବିଆଇ ଗଭର୍ନର...

ଚାଇନା ଫୋନ୍‌ ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୨୪।୭: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି। ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ...

୯.୧ ଲକ୍ଷ କୋଟିକୁ ଖସିପାରେ ଏନ୍‌ପିଏ

ନୂଆଦିଲ୍ଲୀ, ୪-୯: ଦେଶରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ଆର୍ଥତ୍କ ବର୍ଷ ୨୦୧୯-୨୦ରେ ୯.୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିପାରେ।୨୦୧୯ ମାର୍ଚ୍ଚ ୩୧...

ବଜେଟ ପୂର୍ବରୁ ସର୍ଭେ ଆକଳନ

ନୂଆଦିଲ୍ଲୀ,୨୩|୧: ଚଳିତ ବର୍ଷ(୨୦୨୨-୨୩)ର ବଜେଟ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ ହେବାକୁ ଯାଉଛି। ଏ ବର୍ଷର ବଜେଟରେ ଭାରତୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ଆଦୃତ କରାଇବା ପାଇଁ ସରକାରୀ...

ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ୍‌ ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏ ସମ୍ପର୍କରେ ରୟାଲ...

ଏମ୍‌ଏସ୍‌ଏମ୍‌ଇ, ଅଣସଙ୍ଗଠିତ କ୍ଷେତ୍ରକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର କିଛି ବଛାବଛା କ୍ଷେତ୍ରକୁ ପ୍ୟାକେଜ ପ୍ରଦାନ କରିବା ଲାଗି ଯୋଜନା କରିଛନ୍ତି। ଏହି ପ୍ୟାକେଜ ଶୀଘ୍ର ଘୋଷଣା ହେବା ସମ୍ଭାବନା ରହିଛି।...

ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ଲାଗି ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ଇଞ୍ଜିନିୟର

ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର ଲାଗି କମ୍ପାନୀର ଇଞ୍ଜିନିୟର ଓ ଆକାଉଣ୍ଟସ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ...

ଅଏଲ୍‌ ଇଣ୍ଡିଆ ଲିମିଟେଡ଼୍‌ର ୩ୟ ତ୍ରେିମାସିକ ଫଳାଫଳ

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ଼୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରେିମାସିକ ଫଳାଫଳ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି, କମ୍ପାନୀ...

Advertisement
Archives

Model This Week