Categories: ଗଞ୍ଜାମ

ମାସାନ୍ତମେରୁ ଯାତ୍ରା ଉଦ୍‌ଯାପିତ

ଭଞ୍ଜନଗର, ୧୪।୪(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚର ବୁଧବାର ମାସନ୍ତ ମେରୁ ଯାତ୍ରା ହୋଇଥିଲା। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମେରୁ ଯାତ୍ରା ପଡିଆରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଏଥିସହ ଗାଲେରି ଯାତ୍ରା ଦେଖିବା ପାଇଁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ବିଭିନ୍ନ ମେରୁ ପଡିଆରେ ଭିଡକୁ ଦେଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଜି ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନିଦଣ୍ଡ ନାଚ ହୋଇଥିଲା। ଗୁରୁବାର ସଂକ୍ରାନ୍ତି ଅବସରରେ କେତେକ ସ୍ଥାନରେ ସଂକ୍ରାନ୍ତି ମେରୁ ଯାତ୍ରା ମଧ୍ୟ ହେବ।