ଇଭିରେ ପ୍ରବେଶ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୧୮।୪: ଭାରତରେ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ବର୍ତ୍ତମାନ ଇଭି ସେଗ୍‌ମେଣ୍ଟରେ କମ୍ପାନୀକୁ ଯୋଡ଼ିବା ପାଇଁ ଯୋଜନା ଆରମ୍ଭ କରିଛି। ଏ ସମ୍ପର୍କରେ କମ୍ପାନୀର ନୂଆ ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ହିସାଶୀ ତାକେୟୁଚୀ କହିଛନ୍ତି, ୨୦୨୫ ସୁଦ୍ଧା କମ୍ପାନୀ ପକ୍ଷରୁ ଇଭି ଯାନର ବଜାର ପ୍ରବେଶ ପାଇଁ ଯୋଜନା ରହିଥିବା ତାକେୟୁଚୀ ମତବ୍ୟକ୍ତ କରିଛନ୍ତି। କମ୍ପାନୀର ପ୍ରଥମ ଇଭି ମଡେଲ୍‌ ପାଇଁ ଗୁଜରାଟରେ ପ୍ଲାଣ୍ଟ ସ୍ଥାପନ କରାଯିବ। ଏ ସମ୍ପର୍କରେ ତାକେୟୁଚୀ କହିଛନ୍ତି ଯେ, ଭାରତୀୟ ବଜାରରେ ଇଭିର ବିକ୍ରି ସୀମିତ ରହିଛି। ତେବେ ଆମ କମ୍ପାନୀ ଇଭି ନିର୍ମାଣ ଦିଗରେ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡ଼ିକଠାରୁ ପଛରେ ରହିଯାଇଛି। ତେଣୁ ଆମେ ଇଭି ଦିଗରେ ଭାରତର ଚାହିଦାକୁ ନଜରରେ ରଖି ଇଭି ନିର୍ମାଣ ପାଇଁ ମନସ୍ଥ କରିଛୁ ବୋଲି ତାକେୟୁଚୀ କହିଛନ୍ତି।
ଏମ୍‌ଏସ୍‌ଆଇ ନୂଆ ଏମ୍‌ଡିଙ୍କ ସୂଚନା ଅନୁସାରେ କମ୍ପାନୀର ଇଭି ସେଗ୍‌ମେଣ୍ଟ ଉପରେ ଗତ ଏକବର୍ଶ ହେଲା ଟେଷ୍ଟିଂ ଚାଲୁ ରହିଛି। ଏଥିରେ କମ୍ପାନୀର ବର୍ତ୍ତମାନ ରହିଥିବା ମଡେଲ୍‌ଗୁଡ଼ିକର ବ୍ୟବହାର କରାଯାଉଛି। ଏହି ଟେଷ୍ଟିଂ ପ୍ରକ୍ରିୟା ଦେଶର ପରିବେଶକୁ ଧ୍ୟାନରେ ରଖି ପରିବେଶ ଅନୁକୂଳ ଇଭି ଟେକ୍ନୋଲୋଜି ଦିଗରେ କାର୍ଯ୍ୟ କରୁଛି। କମ୍ପାନୀ ପ୍ରଥମେ ୨୦୨୫ରେ ଇଭିର ପ୍ରଥମ ମଡେଲ୍‌ ଲଞ୍ଚ କରିସାରିବା ପରେ ୨ୟ ମଡେଲ୍‌ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରିବ ବୋଲି ତାକେୟୁଚୀ କହିଛନ୍ତି। ଏହାଛଡ଼ା ଇଲେକ୍‌ଟ୍ରିକ୍‌ ଯାନ ବହୁତ ମହଙ୍ଗା ହୋଇଥିବା ବେଳେ ବର୍ତ୍ତମାନର ଟେକ୍ନୋଲୋଜି ସହିତ ଇକୋନୋମିକାଲ୍‌ ଇଭି ନିର୍ମାଣ କରିବା କଠିନ ବ୍ୟାପାର। ଇଭିରେ ଲାଗିଥିବା ବ୍ୟାଟେରିର ଦାମ୍‌ ଇଭିର ଦାମ୍‌ ବୃଦ୍ଧି କରୁଛି। ତେବେ କମ୍ପାନୀ ପକ୍ଷରୁ ୧୦ଲକ୍ଷରୁ କମ୍‌ ଦାମ୍‌ର ଇଭି ଲଞ୍ଚ୍‌ କରିବା ସମ୍ଭବ ହୋଇନପାରେ ବୋଲି ତାକେୟୁଚୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ହୁଣ୍ଡାଇ, ମହିନ୍ଦ୍ରା ଏବଂ ଟାଟା ଭଳି ଦେଶର ଅନ୍ୟାନ୍ୟ ଅଗ୍ରଣୀ କାର୍‌ ନିର୍ମାତା କମ୍ପାନୀଗୁଡ଼ିକ ଇଲେକ୍‌ଟ୍ରିକ୍‌ କାର୍‌ ଲଞ୍ଚ୍‌ କରି ସାରିଛନ୍ତି। ଟାଟା କମ୍ପାନୀର ଇଭି ମଡେଲ୍‌ ଦାମ୍‌ ୧୧.୯୯ଲକ୍ଷଠାରୁ ଆରମ୍ଭ ହୋଇ ୧୭.୧୫ଲକ୍ଷ ପର୍ଯ୍ୟନ୍ତ ଥିବାବେଳେ ହୁଣ୍ଡାଇ ଇଲେକ୍‌ଟ୍ରିକ୍‌ କାର ଦର ୨୩.୭୯ ଲକ୍ଷରୁ ୨୭.୯୭ଲକ୍ଷ ରହିଛି। ସେହିପରି ମହିନ୍ଦ୍ରା କମ୍ପାନୀର ଇଲେକ୍‌ଟ୍ରିକ୍‌ କାର ପ୍ରାଇସ୍‌ ରେଞ୍ଜ୍‌ ୧୦.୫୩ଲକ୍ଷରୁ ୧୪.୯୮ଲକ୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri