ଇଭିରେ ପ୍ରବେଶ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୧୮।୪: ଭାରତରେ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ବର୍ତ୍ତମାନ ଇଭି ସେଗ୍‌ମେଣ୍ଟରେ କମ୍ପାନୀକୁ ଯୋଡ଼ିବା ପାଇଁ ଯୋଜନା ଆରମ୍ଭ କରିଛି। ଏ ସମ୍ପର୍କରେ କମ୍ପାନୀର ନୂଆ ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓ ହିସାଶୀ ତାକେୟୁଚୀ କହିଛନ୍ତି, ୨୦୨୫ ସୁଦ୍ଧା କମ୍ପାନୀ ପକ୍ଷରୁ ଇଭି ଯାନର ବଜାର ପ୍ରବେଶ ପାଇଁ ଯୋଜନା ରହିଥିବା ତାକେୟୁଚୀ ମତବ୍ୟକ୍ତ କରିଛନ୍ତି। କମ୍ପାନୀର ପ୍ରଥମ ଇଭି ମଡେଲ୍‌ ପାଇଁ ଗୁଜରାଟରେ ପ୍ଲାଣ୍ଟ ସ୍ଥାପନ କରାଯିବ। ଏ ସମ୍ପର୍କରେ ତାକେୟୁଚୀ କହିଛନ୍ତି ଯେ, ଭାରତୀୟ ବଜାରରେ ଇଭିର ବିକ୍ରି ସୀମିତ ରହିଛି। ତେବେ ଆମ କମ୍ପାନୀ ଇଭି ନିର୍ମାଣ ଦିଗରେ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡ଼ିକଠାରୁ ପଛରେ ରହିଯାଇଛି। ତେଣୁ ଆମେ ଇଭି ଦିଗରେ ଭାରତର ଚାହିଦାକୁ ନଜରରେ ରଖି ଇଭି ନିର୍ମାଣ ପାଇଁ ମନସ୍ଥ କରିଛୁ ବୋଲି ତାକେୟୁଚୀ କହିଛନ୍ତି।
ଏମ୍‌ଏସ୍‌ଆଇ ନୂଆ ଏମ୍‌ଡିଙ୍କ ସୂଚନା ଅନୁସାରେ କମ୍ପାନୀର ଇଭି ସେଗ୍‌ମେଣ୍ଟ ଉପରେ ଗତ ଏକବର୍ଶ ହେଲା ଟେଷ୍ଟିଂ ଚାଲୁ ରହିଛି। ଏଥିରେ କମ୍ପାନୀର ବର୍ତ୍ତମାନ ରହିଥିବା ମଡେଲ୍‌ଗୁଡ଼ିକର ବ୍ୟବହାର କରାଯାଉଛି। ଏହି ଟେଷ୍ଟିଂ ପ୍ରକ୍ରିୟା ଦେଶର ପରିବେଶକୁ ଧ୍ୟାନରେ ରଖି ପରିବେଶ ଅନୁକୂଳ ଇଭି ଟେକ୍ନୋଲୋଜି ଦିଗରେ କାର୍ଯ୍ୟ କରୁଛି। କମ୍ପାନୀ ପ୍ରଥମେ ୨୦୨୫ରେ ଇଭିର ପ୍ରଥମ ମଡେଲ୍‌ ଲଞ୍ଚ କରିସାରିବା ପରେ ୨ୟ ମଡେଲ୍‌ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରିବ ବୋଲି ତାକେୟୁଚୀ କହିଛନ୍ତି। ଏହାଛଡ଼ା ଇଲେକ୍‌ଟ୍ରିକ୍‌ ଯାନ ବହୁତ ମହଙ୍ଗା ହୋଇଥିବା ବେଳେ ବର୍ତ୍ତମାନର ଟେକ୍ନୋଲୋଜି ସହିତ ଇକୋନୋମିକାଲ୍‌ ଇଭି ନିର୍ମାଣ କରିବା କଠିନ ବ୍ୟାପାର। ଇଭିରେ ଲାଗିଥିବା ବ୍ୟାଟେରିର ଦାମ୍‌ ଇଭିର ଦାମ୍‌ ବୃଦ୍ଧି କରୁଛି। ତେବେ କମ୍ପାନୀ ପକ୍ଷରୁ ୧୦ଲକ୍ଷରୁ କମ୍‌ ଦାମ୍‌ର ଇଭି ଲଞ୍ଚ୍‌ କରିବା ସମ୍ଭବ ହୋଇନପାରେ ବୋଲି ତାକେୟୁଚୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ହୁଣ୍ଡାଇ, ମହିନ୍ଦ୍ରା ଏବଂ ଟାଟା ଭଳି ଦେଶର ଅନ୍ୟାନ୍ୟ ଅଗ୍ରଣୀ କାର୍‌ ନିର୍ମାତା କମ୍ପାନୀଗୁଡ଼ିକ ଇଲେକ୍‌ଟ୍ରିକ୍‌ କାର୍‌ ଲଞ୍ଚ୍‌ କରି ସାରିଛନ୍ତି। ଟାଟା କମ୍ପାନୀର ଇଭି ମଡେଲ୍‌ ଦାମ୍‌ ୧୧.୯୯ଲକ୍ଷଠାରୁ ଆରମ୍ଭ ହୋଇ ୧୭.୧୫ଲକ୍ଷ ପର୍ଯ୍ୟନ୍ତ ଥିବାବେଳେ ହୁଣ୍ଡାଇ ଇଲେକ୍‌ଟ୍ରିକ୍‌ କାର ଦର ୨୩.୭୯ ଲକ୍ଷରୁ ୨୭.୯୭ଲକ୍ଷ ରହିଛି। ସେହିପରି ମହିନ୍ଦ୍ରା କମ୍ପାନୀର ଇଲେକ୍‌ଟ୍ରିକ୍‌ କାର ପ୍ରାଇସ୍‌ ରେଞ୍ଜ୍‌ ୧୦.୫୩ଲକ୍ଷରୁ ୧୪.୯୮ଲକ୍ଷ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟରେ ଏତିକି ଟଙ୍କା ଡିପୋଜିଟ ଅଛି କି? ଜୁଲାଇ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ…

ବର୍ତ୍ତମାନ ପ୍ରାୟ ସବୁ ଲୋକଙ୍କର ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଅଛି। ପ୍ରତି ମାସରେ ଆପଣ ଏକ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ମଧ୍ୟ…

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…

ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri