ପର୍ତ୍ତୁଗାଲରେ ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ହଙ୍ଗାମା: ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଲିସବନ,୩୧।୮: ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ପର୍ତ୍ତୁଗାଲରେ ହଙ୍ଗାମା ସୃଷ୍ଟି ହୋଇଛି। ଏହି ଘଟଣାରେ ପର୍ତ୍ତୁଗାଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜଣେ ଭାରତୀୟ ମହିଳା ବୁଲିବାକୁ ପର୍ତ୍ତୁଗାଲ ଯାଇଥିଲେ ଏବଂ ସେ ମଧ୍ୟ ଗର୍ଭବତୀ ଥିଲେ। ୩୪ ବର୍ଷୀୟା ମହିଳା ଜଣକ ପ୍ରସବ ପାଇଁ ଲିସବନର ସାଣ୍ଟା ମାରିଆ ହସ୍ପିଟାଲରେ ଯାଇଥିଲେ। କିନ୍ତୁ ଶଯ୍ୟା ଅଭାବରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ହୃଦଘାତରେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।
ଯଦିଓ ଏହା ପର୍ତ୍ତୁଗାଲରେ ପ୍ରଥମ ଘଟଣା ନୁହେଁ। ମାତୃତ୍ୱ ୟୁନିଟରେ କର୍ମଚାରୀଙ୍କ ଅଭାବ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଥିଲା। ଡାକ୍ତର ମାର୍ଟା ଟେମିଡୋ ୨୦୧୮ରୁ ପର୍ତ୍ତୁଗାଲର ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ ଏବଂ କରୋନା ବେଳେ ତାଙ୍କ ଉତ୍ତମ କାର୍ଯ୍ୟଶୈଳୀ ଯୋଗୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କିନ୍ତୁ ବିଦେଶୀ ମହିଳାଙ୍କ ମୃତ୍ୟୁ ଯୋଗୁ ତାଙ୍କ ମନ୍ତ୍ରୀ ପଦ ଯାଇଛି।
ପର୍ତ୍ତୁଗାଲ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଟେମିଡୋ ବୁଝିଛନ୍ତି ଯେ ସେ ଆଉ ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ଯୋଗ୍ୟ ନୁହଁନ୍ତି। ମହିଳାଙ୍କ ମୃତ୍ୟୁ ପରେ ହିଁ ସେ ଇସ୍ତଫା ଦେଇଛନ୍ତି। ପୂର୍ବରୁ ପ୍ରସୂତି ବିଭାଗରେ କର୍ମଚାରୀଙ୍କ ଅଭାବ ହେତୁ ସରକାର ମଧ୍ୟ ବିରୋଧର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା ଫ୍ରାନ୍ସ ପୋଲିସ

ପ୍ୟାରିସ୍‌,୨୭ା୭: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ...

ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ

ଓ୍ବାଶିଂଟନ,୨୭।୭: ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ । ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ସୂଚନା ଦେଇ କହିଛନ୍ତି, ପ୍ରତି ଭୋଟ ଜିତିବା...

ଅବସର ବୟସ ବଢ଼ାଇବାକୁ ଚାଇନାର ଯୋଜନା

ବେଜିଂ,୨୭ା୭(ପି.ଟି.): ଚାଇନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ଅବସର ବୟସସୀମା ବଢ଼ାଇବାକୁ ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି ଯୋଜନା କରୁଥିବାରୁ ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି।...

ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍‌

ଇସ୍‌ଲାମାବାଦ/ଲଣ୍ଡନ,୨୭ା୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକଦା ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍‌ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର...

ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା ଫ୍ରାନ୍ସ ପୋଲିସ

ପ୍ୟାରିସ୍‌,୨୭ା୭: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ...

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri