Posted inଜାତୀୟ

ମଙ୍ଗଳୟାନର ମିଶନ ଶେଷ

ବେଙ୍ଗାଲୁରୁ, ୩ା୧୦: ଭାରତର ପ୍ରଥମ ମଙ୍ଗଳମିଶନରେ ସାମିଲ ମହାକାଶଯାନ ‘ମଙ୍ଗଳୟାନ’ ଲୋହିତ ଗ୍ରହରେ ଏହାର ମିଶନ ଶେଷ କରିଛି। ମାତ୍ର ୨୦୧୩ରେ ମଙ୍ଗଳୟାନକୁ ଲାଲ ଗ୍ରହର କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିଲା। ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବା ପାଇଁ ଡିଜାଇନ ହୋଇଥିବା ଏହି କୃତ୍ରିମ ଉପଗ୍ରହ ୮ ବର୍ଷ ଧରି ମଙ୍ଗଳ ଅର୍ବିଟରେ କାର୍ଯ୍ୟ କରୁଥିଲା। ମାର୍ସ ଅର୍ବିଟର ମିଶନ (ଏମ୍‌ଓଏମ୍‌)ରେ ଏବେ ଇନ୍ଧନ ଶେଷ ହେବା ସହ ଏହାର ବ୍ୟାଟେରି ମଧ୍ୟ ଶେଷ ହୋଇଛି। ଫଳରେ ତାହାକୁ ମଙ୍ଗଳ କକ୍ଷରେ ପୁଣି କାର୍ଯ୍ୟକ୍ଷମ କରାଇବା କଷ୍ଟକର ହୋଇଛି।
୪୫୦ କୋଟି ଟଙ୍କା ବ୍ୟୟରେ ଏମ୍‌ଓଏମ୍‌କୁ ୨୦୧୩ ନଭେମ୍ବର ୫ରେ ପିଏସ୍‌ଏଲ୍‌-ସି୨୫ ଜରିଆରେ ଲଞ୍ଚ୍‌ କରାଯାଇଥିଲା। ୨୦୧୪ ସେପ୍ଟେମ୍ବର ୨୪ରେ ୧୩୫୦ କେଜିର ମଙ୍ଗଳୟାନ ମଙ୍ଗଳ କକ୍ଷରେ ପହଞ୍ଚିଥିଲା। ଭାରତ ପ୍ରଥମ ଥରରେ ହିଁ ମଙ୍ଗଳୟାନକୁ ମଙ୍ଗଳ ଗ୍ରହରେ ସଫଳତାର ସହ ସ୍ଥାପନ କରିଥିଲା। ଏବେ ଉକ୍ତ କୃତ୍ରିମ ଉପଗ୍ରହର ବ୍ୟାଟେରି ଓ ଇନ୍ଧନ ସରିଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି। ଏଥିସହ ମଙ୍ଗଳୟାନ ସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି। କ୍ରମାଗତ ଭାବେ ଚନ୍ଦ୍ର୍ରଗ୍ରହଣ ଏହାର ବ୍ୟାଟେରି ଉପରେ ପ୍ରଭାବ ପକାଇଛି।

ଗୋଟିଏ ଚନ୍ଦ୍ରଗ୍ରହଣ ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଲାଗିରହିଥିଲା। ଏହାର ବ୍ୟାଟେରି ୧ ଘଣ୍ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣରେ ବ୍ୟାକ୍‌ଅପ୍‌ ରଖିବାର କ୍ଷମତାରେ ଡିଜାଇନ୍‌ କରାଯାଇଥିଲା। ଦୀର୍ଘସମୟ ଚନ୍ଦ୍ରଗ୍ରହଣ ଯୋଗୁ ବ୍ୟାଟେରି ଶୀଘ୍ର ଖରାପ ହୋଇଯାଇଥିବା ଜଣାପଡ଼ିଛି। ଆଗକୁ ଭାରତ ଆଉ ଏକ ମଙ୍ଗଳ ମିଶନ ଆରମ୍ଭ କରିବାକୁ ଯୋଜନା କରିଛି। ଚନ୍ଦ୍ରୟାନ-୩ର ଲଞ୍ଚ୍‌ ପରେ ମଙ୍ଗଳୟାନ-୨ ଉତ୍‌କ୍ଷେପଣ କାମ ଆରମ୍ଭ ହେବ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନ୍‌ ପୂର୍ବରୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri