Posted inଖେଳ

ଭାରତ ବିପକ୍ଷ ସିରିଜରୁ ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ ଓହରିଲେ

ମେଲବୋର୍ନ, ୧୫।୯ (ପି.ଟି.): ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ଏହି ଖେଳାଳିମାନେ ଭାରତରେ ହେବାକୁଥିବା ସିରିଜପାଇଁ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଷ୍ଟାର୍କ ଆଣ୍ଠୁରେ ଆଘାତ ପାଇଥିବାବେଳେ ମାର୍ଶ ଓ ଷ୍ଟୋଇନିସ ଯଥାକ୍ରମେ ପାଦ ଓ ସାଇଡ୍‌ ଷ୍ଟ୍ରେନ୍‌ ସମସ୍ୟାରେ ଅଛନ୍ତି। ଆହତ ସମସ୍ୟା ମାମୁଲି ଥିଲେ ହେଁ ଆଗକୁ ଟି୨୦ କ୍ରିକେଟ ବିଶ୍ୱକପକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ରିସ୍କ ନେବାକୁ ଚାହୁଁନାହିଁ। ଅକ୍ଟୋବରରେ ଅଷ୍ଟ୍ରେଲିଆ ଏହାର ଘରୋଇ ମାଟିରେ ଟି୨୦ କ୍ରିକେଟ ବିଶ୍ୱକପ ଖେଳିବ। ଭାରତ ବିପକ୍ଷ ଟୁର୍‌ ପାଇଁ ଡେଭିଡ ଓ୍ବାର୍ନରଙ୍କୁ ବିଶ୍ରାମ ଦିଆଯାଇ ସାରିଥିବାରୁ ଆହତ ଏହି ୩ ଖେଳାଳିଙ୍କ ସ୍ଥାନରେ ଚୟନକର୍ତ୍ତାମାନେ ଆଉ ୩ ଜଣଙ୍କୁ ନେବାକୁ ବାଧ୍ୟ ହୋଇଛନ୍ତି।

ବଦଳ ଖେଳାଳିଭାବେ ଅଷ୍ଟ୍ରେଲିଆ ଦଳରେ ନାଥାନ ଏଲିସ, ଡାନିଏଲ ସାମ୍ସ ଓ ସିଅନ ଆବୋଟ ସ୍ଥାନ ପାଇଛନ୍ତି। ମାର୍ଶ ଓ ଷ୍ଟୋଇନିସ ଯଥାକ୍ରମେ ଜିମ୍ବାଓ୍ବେ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆଘାତ ପାଇଥିଲେ। ଷ୍ଟାର୍କଙ୍କ ପାଦରେ ସ୍କାନ କରାଯିବାପରେ ତାଙ୍କୁ ବିଶ୍ରାମ ପରାମର୍ଶ ଦିଆ ଯାଇଛି। ଅଷ୍ଟ୍ରେଲିଆ ଦଳ ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲି, ନାଗପୁର ଓ ହାଇଦ୍ରାବାଦରେ ୩ଟି ଟି୨୦ ଖେଳିବ। ଭାରତ ଟୁର୍‌ପରେ ଅଷ୍ଟ୍ରେଲିଆ ଆଗାମୀ ବିଶ୍ୱକପ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଶିକ୍ଷୟିତ୍ରୀ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ବାଗପତ ଜିଲାରୁ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ଶିକ୍ଷୟିତ୍ରୀ ରକ୍ତରେ ଲିଖିତ ଏକ ଚିଠି ଜିଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ...

ବିକ୍ରି ବେଳେ ମାଡିବସିଲେ ଅବକାରୀ ବିଭାଗ, ୧୫ଲକ୍ଷର ଗଞ୍ଜେଇ ଜବତ

ବଣାଇଁ, ୧୩ା୧(ପ୍ରଦୀପ ତ୍ରିପାଠୀ): ଜଙ୍ଗଲରେ ଗଞ୍ଜେଇ ଚାଷ କରି ବିକ୍ରି ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ମାଡିବସିଲେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ...

କେମିତି ବୃଦ୍ଧି କରିବେ ସ୍ମରଣ ଶକ୍ତି: ଆପଣାନ୍ତୁ ଏହି ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଗୀତ...

ଭାରସାମ୍ଯ ହରାଇ ଓଲଟିଲା ଅଟୋ; ୫ ମହିଳା ଶ୍ରମିକ ଗୁରୁତର, ମୂଲ ଲାଗିବା…

ପୁରୁଷୋତ୍ତମପୁର,୧୩।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ରାସ୍ତାର ନୂଆଁପଲ୍ଲାୀ ଛକ ନିକଟରେ ଅଟୋ ଦୁର୍ଘଟଣା । ମଙ୍ଗଳବାର ଏକ ଅଟୋ...

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରୋହିତଙ୍କ ସ୍ତ୍ରୀ ରିତିକା, ମୂଲ୍ୟ ଜାଣିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ନୂତନ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିତିକା ମୁମ୍ବାଇରେ...

ପ୍ରେମରେ ପଡ଼ିଛନ୍ତି ଦିଶା, ଏହି ବ୍ୟକ୍ତିଙ୍କୁ କରୁଛନ୍ତି ଡେଟ୍‌

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ଦିଶା ପଟାନି। ଟାଇଗର ଶ୍ରଫ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଦିଶାଙ୍କୁ ମିଳିଯାଇଛି ନୂଆ ଜୀବନ ସାଥୀ। ଉଦୟପୁରରେ କ୍ରିତି ସାନନଙ୍କ...

‘ମୁଁ ଯାହା ଚାହିଁବି ତାହା କରିବି!’ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ରାଗିଲା ଚାଇନା, ଏମିତି AI ଭିଡିଓ ଜାରିକଲା ସମସ୍ତେ ଆଶ୍ଚର୍ଯ୍ୟ

ବେଜିଂ,୧୩।୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ, ତାଙ୍କ ନୀତିଗୁଡ଼ିକ ନିରନ୍ତର ଶିରୋନାମା ପାଲଟିଛି। ଟ୍ରମ୍ପ ଅନେକ ଦେଶ ଉପରେ ଶୁଳ୍କ ଲାଗୁ କରିଛନ୍ତି...

ସେକେଣ୍ଡ ଇନିଂସ… ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ଏହିଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୧୩।୧: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri