ପୃଥିବୀରେ ମଙ୍ଗଳ ଜଳବାୟୁ

ଓ୍ବାଶିଂଟନ୍‌, ୯ା୮: ମଙ୍ଗଳରେ ଜନବସତି ସ୍ଥାପନ ସ୍ବପ୍ନ ପୂରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୈଜ୍ଞାନିକ। ସେଠାକାର ଜଳବାୟୁ ଜୀବନଧାରଣ ନିମନ୍ତେ ଅନୁକୂଳ ହୋଇ ନ ଥିବାବେଳେ ଅନୁରୂପ ପରିବେଶ ପ୍ରସ୍ତୁତ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସମାନ ବାସସ୍ଥାନରେ ମଣିଷ ନିଜକୁ ଖାପ ଖୁଆଇପାରିଲେ ଏହି ସ୍ବପ୍ନ ପୂରଣ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ମଙ୍ଗଳରେ ମଣିଷ ପାଇଁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍‌ନା କରିବା ନିମନ୍ତେ ଏହି ନକଲି ବାସସ୍ଥାନକୁ ବାସ ଉପଯୋଗୀ କରିବା ଏବଂ ଏହା ସହ ଖାପଖୁଆଇବାରେ ମହାକାଶଚାରୀ ପ୍ରସ୍ତୁତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଲାଲ୍‌ଗ୍ରହ ଭଳି ଅନୁରୂପ ଜଳବାୟୁରେ ସମୟ ବିତାଇବାକୁ ନାସା ମହାକାଶଚାରୀଙ୍କ ନିକଟରୁ ଆବେଦନ ଗ୍ରହଣ କରୁଛି। ପ୍ରାଥମିକ ଭିତ୍ତିରେ ୪ ଜଣଙ୍କୁ ସେହିଭଳି ବାସସ୍ଥାନରେ ଖାପ ଖୁଆଇ ରହିବା ନିମନ୍ତେ ଯୋଜନା ହୋଇଛି।
ଥିବା ଜନ୍‌ସନ୍‌ ସ୍ପେସ୍‌ ସେଣ୍ଟର ବିଲ୍ଡିଂରେ ୩-ଡି ପ୍ରିଣ୍ଟର ଦ୍ୱାରା ୧୭ ଶହ ବର୍ଗ ଫୁଟ୍‌ ଆକାରର ମଙ୍ଗଳ ଗ୍ରହର ପରିବେଶ ଅନୁଯାୟୀ ବାସସ୍ଥାନ ନିର୍ମାଣ କରାଯାଇଛି। ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିବା ପାଇଁ ଶୁକ୍ରବାର ନାସା ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ଲାଲ୍‌ଗ୍ରହରେ ଭବିଷ୍ୟତ ଆହ୍ବାନକୁ ସାମ୍‌ନା କରିବାରେ କେତେଜଣ ଉତ୍ସୁକ ଅଛନ୍ତି ତାହା ନାସା ଅଧ୍ୟୟନ କରିବ। ଏହି ବାସସ୍ଥାନରେ ସେମାନେ ସମ୍ବଳର ଅଭାବ, ଉପକରଣ କାର୍ଯ୍ୟକ୍ଷମ ନ ହେବା, ଯୋଗାଯୋଗରେ ସମସ୍ୟା ସହ ପରିବେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବେ। ଏଥିରେ ସ୍ପେସ୍‌ଓ୍ବାକ୍‌ର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ଏ ସବୁ ଭିତରେ ଜୀବନ ଧାରଣ ପାଇଁ ସୃଷ୍ଟି ହେଉଥିବା ଶାରୀରିକ ଏବଂ ମାନସିକ ଅସୁବିଧା ବାବଦରେ ତଥ୍ୟ ମିଳିପାରିବ ଓ ଏହାର ସମାଧାନ ନିମନ୍ତେ ରାସ୍ତା ବାହାରି ପାରିବ ବୋଲି ନାସା କହିଛି। କେବଳ ୩୦-୫୫ ବର୍ଷ ବୟସ ବର୍ଗର ଆମେରିକା ନାଗରିକ କିମ୍ବା ସେଠାକାର ସ୍ଥାୟୀ ବାସିନ୍ଦା ଏହି ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri