ଖୋର୍ଦ୍ଧା ଝିଅ ସମୀକ୍ଷାଙ୍କୁ ଆମନ୍ତ୍ରଣ

ଖୋର୍ଦ୍ଧା ଅଫିସ, ୯ା୮: ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ଖୋର୍ଦ୍ଧାର ଝିଅ ସୁଶ୍ରୀ ସମୀକ୍ଷା ପଣ୍ଡା ଭାଗ ନେବେ। ସମୀକ୍ଷାଙ୍କୁ ଆମନ୍ତ୍ରଣ କରିଛନ୍ତି ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ୍‌। ଏହି ପ୍ରତିଯୋଗିତାରେ ବିଶ୍ୱର ୧୦ ଦେଶରୁ ୩ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ଭାରତରୁ ଏକମାତ୍ର ପ୍ରତିଯୋଗୀ ଭାବେ ଓଡ଼ିଆ ଝିଅ ସମୀକ୍ଷା ସାମିଲ ହେବେ। ଏଥିଲାଗି ସମୀକ୍ଷାଙ୍କୁ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌, ସଲମାନ ଖାନ୍‌, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏବଂ ବ୍ରୋଞ୍ଜପଦକ ବିଜେତା ପି. ଭି. ସିନ୍ଧୁଙ୍କ ପରି ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ସମୀକ୍ଷା ନିଜ କାନ୍‌ଭାସ୍‌ରେ ସେଲିବ୍ରିଟିମାନଙ୍କ ଫଟୋ ଅତି ନିଖୁଣ ଭାବେ ଆଙ୍କି ସେମାନଙ୍କ ପ୍ରଶଂସକ (ଫ୍ୟାନ୍‌) ପାଲଟି ଯାଇଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲଙ୍କ ଚିତ୍ର ଆଙ୍କି ପ୍ରଂଶସା ସାଉଁଟିଥିଲେ ସମୀକ୍ଷା। ନିଜ ଚିତ୍ର ଦେଖିବା ପରେ ସମୀକ୍ଷାଙ୍କ ଫ୍ୟାନ୍‌ ହୋଇଯାଇଥିଲେ ଲବ୍‌। ଏହି ପ୍ରତିଯୋଗିତାକୁ ସମୀକ୍ଷାଙ୍କୁ ପଠାଇବା ପାଇଁ ଲବ୍‌ଙ୍କ ସମେତ ଆଇସିଏମ୍‌ଆର୍‌ ମୁଖ୍ୟ ବଳରାମ ଭାର୍ଗବ ଉଦ୍ୟମ କରିଛନ୍ତି। ଏନେଇ ସମୀକ୍ଷା କହିଛନ୍ତି, ମୁଁ ଅତ୍ୟନ୍ତ ଖୁସି। ଅନ୍ତଜାର୍ତୀୟ ଆର୍ଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି ବୋଲି ଆଶା କରି ନ ଥିଲି। ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସହଜ କଥା ନୁହେଁ। ଏଥିରେ ପ୍ରଥମ ତିନିଜଣଙ୍କ ମଧ୍ୟରେ ନ ଆସିଲେ ବି ଟପ୍‌ ଟେନ୍‌ରେ ରହିବାକୁ ଚେଷ୍ଟା କରିବି। ଭାରତରୁ ମୁଁ ଏକମାତ୍ର ପ୍ରତିଯୋଗୀ ଭାବେ ମନୋନୀତ ହୋଇଥିବା ଜାଣିବା ପରେ ଅତ୍ୟନ୍ତ ଖୁସି ଅଛି। ଏଥିଲାଗି ମୁଁ ନିଜକୁ ପ୍ରସ୍ତୁତ କରୁଛି। ଲବ୍‌ ଅଗ୍ରୱାଲ ମୋତେ ଏକ ଭିଡିଓ ମେସେଜ କରିଥିଲେ, ଯେଉଁଥିରେ ଜୋ ରୁଟ୍‌ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରତିଯୋଗିତାରେ ଭାଗନେବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଥମେ ମୁଁ ଏହାକୁ ବିଶ୍ୱାସ କରିପାରି ନ ଥିଲି। ଏକଥା ପରିବାର ଲୋକଙ୍କୁ ଜଣାଇଥିଲି। ପରେ ଲବ୍‌ ଅଗ୍ରୱାଲଙ୍କ ସହ କଥା ହୋଇଥିଲି। ସେ କହିଲେ, ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତୁମ ଭାଗନେବା ତା’ଠୁ ଅଧିକ ଗୁରୁତ୍ୱ ବହନ କରେ। ପୂର୍ବରୁ ଏକ ଟିମ୍‌ ସହ ଅନ୍ତର୍ଜାତୀୟସ୍ତରରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି। ପ୍ରଥମ ଥର ପାଇଁ ଏକାକୀ ଜଣେ ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ମନୋନୀତ ହେବା ପରେ ମୁଁ ଉତ୍ସାହିତ। ଦିନକୁ ପାଠପଢ଼ା ସହ ୨ରୁ ୩ ଘଣ୍ଟା ଚିତ୍ର ଅଭ୍ୟାସ କରେ। ପିଲାବେଳୁ ଏଥିପ୍ରତି ମୋର ଆଗ୍ରହ ରହିଥିଲା। ଏବେ ତାହା ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri