ଅନ୍ୟଜାତିରେ କରିଥିଲେ ବିବାହ: ମୃତ୍ୟୁ ପରେ ଅନ୍ତିମ ଦର୍ଶନ କଲେନି ପରିବାର

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ଜାତି ପ୍ରଥାର ଘୃଣ୍ୟରୂପ। ଅନ୍ୟଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ବି ନିଜ ରକ୍ତ ସମ୍ପର୍କୀୟ ପର କଲେ। ଅନ୍ତିମ ଦର୍ଶନ କଲେ ନାହିଁ। ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ଶେଷରେ ସତ୍କାର କଲା ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର। ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲାରେ।

ମିଳିଥିବା ସୂଚନା ମୁତାବକ ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନ ସରେଇପାଲି ଗ୍ରାମର ସିମନ୍ତ ମିର୍ଧା କାମ ଅନ୍ବେଷରେ ୬ବର୍ଷ ତଳେ ଝାରସୁଗୁଡା ଜିଲା ବେଲପାହାଡ ଅଞ୍ଚଳକୁ ଚାଲି ଯାଇଥିଲେ । ସେଠାରେ ସେ ଅନ୍ୟ ଏକ ଜାତିର ଝିଅ ସହିତ ପ୍ରେମ ବିବାହ କରିଥିଲେ। ଅନ୍ୟଜାତିରେ ପ୍ରେମ ବିବାହ କରିଥିବାରୁ ଘରେ ଜାତି ସମାଜରେ ବାସନ୍ଦ ହୋଇଥିଲେ ।

ହେଳେ ଶନିବାର ସାମାନ୍ୟ ଘର ଭାଗ ବଣ୍ଟାକୁ ନେଇ ସାନ ଭାଇ ରାମକୃଷ୍ଣ ମିର୍ଧାଙ୍କ ସହିତ ବଚସା ହୋଇଥିଲା ଓ ବଚସା ଏତେ ଉତକ୍ଷିପ୍ତ ହୋଇଥିଲା ଯେ, ଘଟଣାଟି ମରଣାନ୍ତକ ଆକ୍ରମଣ ଯାଏ ପହଁଞ୍ଚି ଥିଲା । ଶେଷରେ ସାନ ଭାଇ ରାମକୃଷ୍ଣଙ୍କ ଠେଙ୍ଗା ମାଡ଼ରେ ବଡ ଭାଇ ସିମନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ଅମ୍ବାଭୋନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ରାମକୃଷ୍ଣ ମିର୍ଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସିମନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିଲା । ହେଲେ ସିମନ୍ତ ଅନ୍ୟଜାତିରେ ବାହା ହୋଇଥିବାରୁ ପରିବାର ସମାଜରେ କେହି ଧରାଛୁଆ ଦେଇ ନ ଥିଲେ। ମୃତଦେହ ହସ୍ପିଟାଲ ବାରଣ୍ଡାରେ ପଡି ରହିଥିବା ବେଳେ ଅମ୍ବାଭୋନା ପୋଲିସର ଅନୁରୋଧ କ୍ରମେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ସ୍ଥାନୀୟ ପିପଳମୁଣ୍ଡା ସ୍ବର୍ଗ ଦ୍ୱାରରେ ସସମ୍ମାନେ ସିମନ୍ତଙ୍କ ସତ୍କାର କରଯାଇଥିଲା। ସିମନ୍ତଙ୍କ ସ୍ତ୍ରୀ ଓ ମା’ଙ୍କ ସମେତ ୬ବର୍ଷର ଝିଅ ଉପସ୍ଥିତ ରହିଥିବା ବେଳେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଅନନ୍ତ ସାହୁ, ଶେଷଦେବ ପଧାନ, ସଶାଙ୍କ ଦିୱାନ, ଜି. ରମେଶ ପ୍ରମୁଖ ସତ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri