ଟଙ୍କା ପାଇଁ ୧୪ଜଣଙ୍କୁ ବିବାହ

ଭୁବନେଶ୍ୱର,୧୫।୨(ବ୍ୟୁରୋ):ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ପରିଚୟ ଦେଇ ଫସାଉଥିଲେ। ନାଁ ବଦଳାଇ ରାଜ୍ୟରୁ ରାଜ୍ୟ ବୁଲି ଠକେଇ କରୁଥିଲେ। ଜଣଙ୍କ ପରେ ଆଉଜଣଙ୍କୁ ବିବାହ କରି ଟଙ୍କା, ସୁନା ଲୁଟୁଥିଲେ। ୧୯୮୨ରୁ ଏପର୍ଯ୍ୟନ୍ତ ୭ ରାଜ୍ୟର ୧୪ଜଣ ମହିଳାଙ୍କୁ ବିବାହ କରିଥିବା ରସିକିଆ ଠକ ତଥା ନକଲି ଡାକ୍ତର ଶେଷରେ କମିଶନରେଟ ପୋଲିସ ହାତରେ ଧରାପଡିଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ସିଙ୍ଗୋଳର ରମେଶ ଚନ୍ଦ୍ର ସ୍ବାଇଁ ଓରଫ ବିଧୁ ପ୍ରକାଶ ସ୍ବାଇଁ ଓରଫ ରମଣୀ ରଞ୍ଜନ ସ୍ବାଇଁ (୫୪)। ଭୁବନେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିବା ସହ ତାଙ୍କଠାରୁ ୩ଟି ମୋବାଇଲ୍‌ ଫୋନ୍‌, ବିଭିନ୍ନ ଜାଲ୍‌ ପରିଚୟପତ୍ର, ଏକାଧିକ ଏଟିଏମ୍‌ କାର୍ଡ ଜବତ ହୋଇଛି। ଏସମ୍ପର୍କରେ ଡିସିପି ଉମାଶଙ୍କର ଦାଶ ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀର ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ନଂ.୮୬/୨୦୨୧ ରୁଜୁ କରାଯାଇଥିଲା। ଉକ୍ତ ଶିକ୍ଷୟିତ୍ରୀଙ୍କୁ ରମେଶ ୨୦୧୮ରେ ନୂଆଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ ଜନକପୁରୀରେ ବିବାହ କରିଥିଲେ। ସେତେବେଳେ ସେ ନିଜକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ବୋଲି ପରିଚୟ ଦେଇଥିଲେ। ଗତବର୍ଷ ଭୁବନେଶ୍ୱର ଆଣି ତାଙ୍କୁ ପାଖରେ ରଖିଥିଲେ। କିଛିଦିନ ରହିବା ଭିତରେ ଶିକ୍ଷୟିତ୍ରୀ ଜଣକ ତାଙ୍କର ଅସଲ ରୂପ ଜାଣିବାକୁ ପାଇଥିଲେ। ରମେଶ ପୂର୍ବରୁ ଅନେକ ମହିଳାଙ୍କୁ ବିବାହ କରିଥିବା ଜାଣିବା ପରେ ସେ୨୦୨୧ ଜୁଲାଇ ୫ରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର କରିଥିଲେ। ତଦନ୍ତବେଳେ ତାଙ୍କ କଳାକାର୍‌ନାମା ଜଣାପଡିଥିଲା। ଏହାପରେ ତାଙ୍କୁ ଗିରଫ ପାଇଁ ସ୍ପେଶାଲ ସ୍କ୍ବାଡ୍‌ ସହାୟତାରେ ଏକ ଟିମ୍‌ ଗଠନ କରାଯାଇଥିଲା। ଖଣ୍ଡଗିରି ଅଞ୍ଚଳରେ ଏକ ଭଡାଘରୁ ଅଭିଯୁକ୍ତ ରମେଶଙ୍କୁ ଗିରଫ କରାଯାଇଥିଲା। ଆଇପିସି ଦଫା ୪୯୮(ଏ), ୪୧୯, ୭୬୮, ୪୭୧, ୪୯୪ରେ ତାଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠକେଇ ସାମ୍ରାଜ୍ୟ ସମ୍ପର୍କରେ ଡିସିପି ପୂରା ତଥ୍ୟ ଦେବା ସହ ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri