କୁକୁର ସହ ଶିଶୁକନ୍ୟାଙ୍କ ବିବାହ

ଢେଙ୍କାନାଳ ଅଫିସ, ୯।୩: ସାରା ବିଶ୍ୱରେ ମଙ୍ଗଳବାର ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଯଶଗାନ କରୁଛନ୍ତି ସଭିଏଁ। ବାଲ୍ୟବିବାହ ରୋକିବା, ମହିଳା ବିରୋଧୀ ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ସଭାସମିତି କରି ସଚେତନ କରାଯାଉଛି। ହେଲେ ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରୁ ଜଣେ ନାବାଳିକାଙ୍କୁ ନେଇ ଯେଉଁ ଚିତ୍ର ଆସିଛି, ତାହା ଯେତିକି ହୃଦୟ ବିଦାରକ ସେତିକି ସ୍ପର୍ଶକାତର ମଧ୍ୟ। ଜନ୍ମ ସମୟରେ ଉପର ମାଢ଼ିରେ ଦାନ୍ତ ଉଠିଥିବାରୁ ଗ୍ରହମନ୍ଦ ଏବଂ ଶିଶୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସମ୍ପୃକ୍ତା ୧୦ବର୍ଷ ବୟସର କନ୍ୟାଙ୍କୁ ଏକ କୁକୁର ସହିତ ବିବାହ କରାଇ ଦିଆଯାଇଛି। ଆଦିବାସୀବହୁଳ ଗ୍ରାମଗୁଡ଼ିକରେ ଅନ୍ଧବିଶ୍ୱାସ କାରଣରୁ ପ୍ରତିବର୍ଷ ଏଭଳି ଅନେକ ନାବାଳିକାଙ୍କୁ କୁକୁର ସହ ବିବାହ କରାଇ ଦିଆଯାଉଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ବିଭାଗ ନିକଟରେ ସୂଚନା ଥିଲେ ହେଁ ସଚେତନତା ସୃଷ୍ଟି ଦିଗରେ ଆନ୍ତରିକତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଆଦିବାସୀବହୁଳ ଅଞ୍ଚଳରେ ଜବଜାତକଙ୍କୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଆଜି ବି ଅନ୍ଧବିଶ୍ୱାସ ଦାନା ବାନ୍ଧିଛି। ଜନ୍ମ ସମୟରେ ଯଦି କୌଣସି ଶିଶୁର ଦାନ୍ତ ଉଠିଥାଏ, ତେବେ ଏହାକୁ ଗ୍ରହଚକ୍ର ଖରାପ ବୋଲି ବିବେଚନା କରାଯାଏ। ଭବିଷ୍ୟତରେ ଶିଶୁ ଜୀବନ ଉପରେ ବିପଦ ଥିବା ଘର ଲୋକେ ଆଶଙ୍କା ବ୍ୟକ୍ତ କରିଥାଆନ୍ତି। ଗ୍ରହଦୋଷରୁ ମୁକ୍ତି ପାଇଁ ଏଭଳି ଶିଶୁଙ୍କୁ ବାଲ୍ୟାବସ୍ଥାରେ କୁକୁର ସହିତ ବିବାହ କରାଇ ଦିଆଯାଇଥାଏ। ମଙ୍ଗଳବାର କଙ୍କଡ଼ାହାଡ଼ ବ୍ଲକର କରଗୋଳା ଅଞ୍ଚଳରେ ସମାନ ଘଟଣା ଘଟିଛି। ଏକବିଂଶ ଶତାବ୍ଦୀରେ ମନୁଷ୍ୟ ମଙ୍ଗଳ ଗ୍ରହରେ ରହିବା ଲାଗି ଯୋଜନା କରୁଥିବାବେଳେ ଏଭଳି ଅନ୍ଧବିଶ୍ୱାସକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ଘଟଣା ସମ୍ପର୍କରେ ସେ ଜାଣିବାକୁ ପାଇଛନ୍ତି। ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଲାଗି ବ୍ଲକର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଏବଂ ଚାଇଲ୍ଡ ଲାଇନ୍‌ ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri