ଶିଶୁଯତ୍ନ କେନ୍ଦ୍ରରେ ବିବାହ ବନ୍ଧନରେ ପୂଜା-ପ୍ରମୋଦ

ସମ୍ବଲପୁର,୨୮ା୪(ବ୍ୟୁରୋ): ସମ୍ବଲପୁର ସହରର ଧନକଉଡାସ୍ଥିତ ଶିଶୁଯତ୍ନ କେନ୍ଦ୍ରରେ ଗୁରୁବାର ଏକ ଭିନ୍ନ ବାତାବରଣ ଦେଖିବାକୁ ମିଳିଥିଲା। ଏଠାକାର ଅନ୍ତେବାସୀ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀ ଯେତିକି ଖୁସି ଥିଲେ, ସେତିକି ଭାବପ୍ରବଣ ହୋଇପଡ଼ୁଥିବା ବାରିହୋଇ ପଡୁଥିଲା। କାରଣ ପ୍ରାୟ ୨୦ବର୍ଷରୁ ଅଧିକ ସମୟ ଧରି ଏହି କେନ୍ଦ୍ରରେ ସଭିଙ୍କ ପ୍ରିୟଭାଜନ ହୋଇ ରହିଆସିଥିବା ପୂଜା ବିବାହ ବନ୍ଧନରେ ବାନ୍ଧିହୋଇ ସବୁଦିନ ପାଇଁ ଶାଶୁ ଘରକୁ ଚାଲିଯାଇଛନ୍ତି। ଜିଲା ପ୍ରଶାସନ ଓ ସାମାଜିକ କର୍ମୀଙ୍କ ସହଯୋଗରେ ରୀତିନୀତି ଅନୁସାରେ ନିରାଡ଼ମ୍ବର ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଭଳି ଏକ ନିଆରା ବିବାହକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ମିଳିଥିବା ସୂଚନା ମୁତାବକ ପୂଜା ଓ ତାଙ୍କର ଦୁଇଜଣ ଭାଇ ମାଆବାପା ଛେଉଣ୍ଡ ହେବା ପରେ ପ୍ରଶାସନ ସହଯୋଗରେ ଏହି କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ବୟସ ବଢିବା ସହ ପୂଜା ପାଠପଢି ଉଚ୍ଚଶିକ୍ଷିତ ହୋଇଛନ୍ତି। କିଛିଦିନ ପୂର୍ବରୁ ଶିଶୁଯତ୍ନ କେନ୍ଦ୍ରର ପୂଜାଙ୍କ ସହ ବିବାହ ପାଇଁ ବରଗଡ ଜିଲା ବରପାଲି ନିବାସୀ ପ୍ରମୋଦ ପଣ୍ଡାଙ୍କ ପରିବାର ପକ୍ଷରୁ ପ୍ରସ୍ତାବ ଆସିଥିଲା। କେନ୍ଦ୍ର କର୍ତ୍ତୃପକ୍ଷ ରାଜି ହେବା ପରେ ପ୍ରମୋଦ ଝିଅ ଦେଖିବା ପାଇଁ ଆସିଥିଲେ। ଉଭୟ ରାଜି ହେବା ପରେ ଏ ନେଇ ଆଶ୍ରମ କର୍ତ୍ତୃପକ୍ଷ ଜିଲା ପ୍ରଶାସନକୁ ଜଣାଇଥିଲେ। ବିବାହ ପାଇଁ ଉଭୟ ପକ୍ଷ ସହମତ ହେବା ପରେ ଗୁରୁବାର ଲଗ୍ନ ଧାର୍ଯ୍ୟ ହୋଇଥିଲା। ଧନକଉଡ଼ା ଆଶ୍ରମରେ ବିବାହ ମଣ୍ଡପ ହୋଇଥିଲା। ବାଜା ବଜାଇ ବାଣ ଫୁଟାଇ ବରଯାତ୍ରୀ ପହଞ୍ଚତ୍ବା ପରେ ସେମାନଙ୍କୁ ସ୍ବାଗତ କରି ପାଛୋଟି ନିଆଯାଇଥିଲା। ହିନ୍ଦୁ ରୀତିନୀତିରେ ଏହି ଆଦର୍ଶ ବାହାଘର ଶେଷ ହୋଇଥିଲା। ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଜିଲା ପ୍ରଶାସନ ତରଫରୁ ବିବାହ ସହାୟତା ରାଶି ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କନ୍ୟା ମାତା ଭାବେ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର କନ୍ୟାଦାନ କରିଛନ୍ତି। ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର, ଜିଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଉମାକାନ୍ତ ରାଜ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଡେପୁଟି କଲେକ୍ଟର ଆଦିତ୍ୟ ପଣ୍ଡା, ଜିଲା ଶ୍ରମ ଅଧିକାରୀ ସୁମିତ୍ରା ମାଝି, ଜିଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ପ୍ରମୁଖ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ୧୯୭୨ ମସିହାରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ପରିସରରେ ଏହା ପ୍ରଥମ ବିବାହ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri