Categories: ବାଣିଜ୍ୟ

ଐତିହାସିକ ସ୍ତରରେ ବନ୍ଦ ହେଲା ଶେୟାର ବଜାର, ପ୍ରଥମ ଥର ୭୨,୦୦୦ ପଏଣ୍ଟ ପାର କଲା ସେନସେକ୍ସ ସୁଚକାଙ୍କ

ମୁମ୍ବାଇ,୨୭।୧୨ : ଭାରତୀୟ ଶେୟାର ବଜାରରେ ଲଗାତାର ଚତୁର୍ଥ ଦିନ ଉତ୍ସାହ ସହିତ ବୁଧବାର ସେନସେକ୍ସ ସୁଚକାଙ୍କ ସର୍ବକାଳୀନ ସ୍ତର ୭୨,୦୦୦ ପଏଣ୍ଟ ଛୁଇଁଛି ଏବଂ ନିଫ୍ଟି ୨୦୬ ପଏଣ୍ଟ ବୃଦ୍ଧି ପାଇଁ ୨୧,୬୭୫ ପଏଣ୍ଟରେ ପହଞ୍ଚିଛି। ସେହିପରି ବ୍ୟାଙ୍କ ନିଫ୍ଟି ମଧ୍ୟ ନୂଆ ଉଚ୍ଚତା ଛୁଇଁଛି। ଦିନର କାରବାର ଶେଷରେ ବିଏସଇ ସେନସେକ୍ସ ୭୦୧ ପଏଣ୍ଟ ବୃଦ୍ଧି ସହିତ ୭୨,୦୩୮ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୦୬ ପଏଣ୍ଟ ବୃଦ୍ଧି ସହିତ ୨୧,୬୪୭ ପଏଣ୍ଟରେ ବନ୍ଦ ହୋଇଥିଲା।

ଆମେରିକାରେ ମୁଦ୍ରାସ୍ପିତି ହ୍ରାସ କାରଣରୁ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଫେଡେରେଲ ରିଜର୍ଭ ସୁଧହାର କମାଇବା ସମ୍ଭାବନା ରହିଛି। ଫଳରେ ଆମେରିକା ସହିତ ବିଶ୍ୱର ବିଭିନ୍ନ ଶେୟର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି, ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି।

ଦିନର କାରବାରରେ, ବ୍ୟାଙ୍କିଙ୍ଗ୍ ଷ୍ଟକରେ କ୍ରୟ ହେତୁ ୬୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଘଟିଛି ଏବଂ ବ୍ୟାଙ୍କ ନିଫ୍ଟି ୪୮,୩୪୭ ର ଏକ ନୂତନ ଉଚ୍ଚରେ ପହଞ୍ଚିଛି। ୧.୧୭ ପ୍ରତିଶତ କିମ୍ବା ୫୫୭ ପଏଣ୍ଟ ବୃଦ୍ଧି ସହିତ ବ୍ୟାଙ୍କ ନିଫ୍ଟି ୪୮,୨୮୨ ପଏଣ୍ଟରେ ବନ୍ଦ ହୋଇଛି। ଏହା ବ୍ୟତୀତ ଅଟୋ, ଆଇଟି, ଫାର୍ମା, ମେଟାଲ, ଇନଫ୍ରା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଷ୍ଟକ ମୂଲ୍ୟ ବୃଦ୍ଧି ପାଇଛି। ଯେଉଁଠାରେ ତୈଳ ଏବଂ ଗ୍ୟାସ ଏବଂ ଶକ୍ତି କ୍ଷେତ୍ରର ଅଂଶଧନ ହ୍ରାସ ପାଇଛି। ଆଜିର କାରବାରରେ ମଧ୍ୟ ମିଡ୍ କ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ଷ୍ଟକ୍ ବୃଦ୍ଧି ପାଇଛି।

ଶେୟାର ବଜାରରେ ଲଗାତାର ଉତ୍ସାହ ସହିତ ମାର୍କେଟ କ୍ୟାପିଟାଲାଇଜେସନରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବିଏସଇରେ ତାଲିକାଭୁକ୍ତ କମ୍ପାନୀ ମାନଙ୍କର ମାର୍କେଟ କ୍ୟାପ୍ ୨.୨୩ ଲକ୍ଷ ଜଟି ବୃଦ୍ଧି ସହିତ ୩୬୧.୩୦ ଲକ୍ଷ କୋଟିରେ ବନ୍ଦ ହୋଇଛି।

Share