‘ହୋଣ୍ଡା ଅଲ୍‌ ନ୍ୟୁ ସିଟି’ର ବଜାର ପ୍ରବେଶ

ଭୁବନେଶ୍ୱର,୩।୩:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ)ର ବହୁ ପ୍ରତିକ୍ଷୀତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ ନ୍ୟୁ ସିଟି’ର ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଚସିଆଇଏଲର ସ୍ବୀକୃତିପ୍ରାପ୍ତ ଡିଲର ହାଇଓ୍ବେ ହୋଣ୍ଡା ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ହାଇଓ୍ବେ ହୋଣ୍ଡାର ଏମଡି ଆଦିତ୍ୟ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହୋଣ୍ଡା ଅଲ ନ୍ୟୁ ସିଟିର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇଓ୍ବେ ହୋଣ୍ଡାର ଜିଏମ ରାଜୀବ ପଣ୍ଡାଙ୍କ ସମେତ ଶୋରୁମର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ହୋଣ୍ଡାର ଏହି ୫ଜି (୫ମ ପିଢୀ)ର ଯାନରେ ଅତ୍ୟାଧୁନିକ ବୈଶିଷ୍ଟ ସାଙ୍ଗକୁ ଅନେକଗୁଡିଏ ଫିଚର ଉପଲବ୍ଧ। ସେହିଭଳି ହୋଣ୍ଡାର ଏହି ମଡେଲ ପେଟ୍ରୋଲ ଚାଳିତ ହୋଇଥିବା ବେଳେ ବିଭିନ୍ନ ଡିଜାଇନ (ମୋଡ)ର ଉପଲବ୍ଧ ରହିଛି। ଏହାର ବଜାର ମୂଲ୍ୟ (ଏକ୍ସ ଶୋରୁମ ମୂଲ୍ୟ ନୂଆଦିଲ୍ଲୀ) ୧୧.୪୯ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଅନେକ ସୁବିଧା ଓ ଆରାମଦାୟକ ବୈଶିଷ୍ଟ ସହ ୬ଟି ରଙ୍ଗରେ ଏହା ଉପଲବ୍ଧ।