Categories: ଗଞ୍ଜାମ

ରାମଚଣ୍ଡୀ ପୀଠରେ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳ ଭିତ୍ତିପ୍ରସ୍ତର

ଛତ୍ରପୁର,୨୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମା’ ରାମଚଣ୍ଡୀ ପୀଠରେ ରବିବାର ଶୌଚାଳୟ ଉଦ୍‌ଘାଟନ ସହ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏହି ଉଦ୍‌ଘାଟନୀ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ବିନୋଦ ପାଢ଼ୀ, ବସନ୍ତ କୁମାର ମହାରଣା, କମଳ କୁମାର ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା, କ୍ଷୀରୋଦ ଚନ୍ଦ୍ର ସାହୁ, ପ୍ରଶାନ୍ତ ମହାରଣା, ସନ୍ତୋଷ କୁମାର ପାଢ଼ୀ, ଶତ୍ରୁଘ୍ନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।