ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ ଆଦିବାସୀ ସଂପ୍ରଦାୟ ଅନ୍ଧାରରେ ରହୁଛନ୍ତି । ଗାଁରେ ଭୁତ ବୁଲିଛି କହି ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଦରରେ ଥିବା ମାରିଗୁଡା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗତ ୫ ମାସରେ ୫ ଜଣ ମୃତ୍ୟବରଣ କରିବା ପରେ ସେମାନଙ୍କ ଆତ୍ମା ଗାଁ ବୁଲିଛି ବୋଲି ଲୋକେ ବିଶ୍ବାସ କରୁଛନ୍ତି । ଭୁତ ଭୟରେ ଗାଁ ଯୁବକ ମାନେ ରାତି ଅନିଦ୍ରା ହୋଇ ଗାଁ ଜଗୁଥିବା ବେଳେ ଏବେ ଗାଁରେ ପୂଜା କରିବା ପାଇଁ ଚାନ୍ଦା ଆଦାୟ କରୁଛନ୍ତି ଗ୍ରାମବାସୀ ବୋଲି ଜଣାପଡିଛି। ଡିଜିଟାଲ୍ ଯୁଗରେ ମଧ୍ୟ ଭୂତର ଆତଙ୍କକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସଞ୍ଜ ନଇଁଲେ ଗାଁ ମୁଣ୍ଡରେ ଥିବା ଗଛରୁ ଧୂଆଁ ବାହାରୁଛି ଆଉ ବିଳମ୍ବିତ ରାତିରେ ବିକଟାଳ ଶଦ୍ଦ ହେଉଛି । ଭୁତ ଆଉ ପ୍ରେତାତ୍ମାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଗତ ତିନି ଦିନ ହେବ ଅଧିକାଂଶ ଲୋକଙ୍କ ଘରେ ଠିକ୍ ଭାବେ ଚୁଲି ଜଳି ନ ଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ମାରିଗୁଡା ଗ୍ରାମବାସୀଙ୍କ ମନରେ ଏବେ ଭୁତ ପ୍ରେତ ଡର ମାଡ଼ି ବସିଛି । ଗାଁର କିଛି ଯୁବକ ଆଉ ଯୁବତୀମାନେ ଭୁତକୁ ନେଇ ଛଟପଟ ହେଉଛନ୍ତି । ଗାଁ ଲୋକଙ୍କ କହିବା କଥା କେତେବେଳେ କାହା ଦେହରେ ମୃତକଙ୍କ ଆତ୍ମା ଘୁରି ବୁଲିଛି । ଅଚେତ ଲୋକଙ୍କ ବିଷୟରେ ଜାଣିବା ପାଇଁ ତାଙ୍କୁ ମାଡ ବି ମରାଯାଉଛି ।

ଗତ ୫ ମାସ ମଧ୍ୟରେ ଗାଁର ୫ ଜଣ କାଣ୍ଟି ତାଢିଙ୍ଗି,ବାବୁ ମାଣ୍ଡାଙ୍ଗି,କାମ୍ବଲା କିଲକା,ପୁଲାମେ ମାଣ୍ଡାଙ୍ଗି ଓ ପୁଲ ମାଣ୍ଡାଙ୍ଗି ମୃତ୍ୟୁବରଣ କରିବା ପରେ ଲୋକେ ଏବେ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁର ଯୁବକ ମାନେ ଭୂତକୁ ତଢିବା ପାଇଁ ଢେଙ୍ଗାବାଡି ଧରି ରାତି ଅନିଦ୍ରା ହେଉଛନ୍ତି । ଜାନି ଦିସାରୀ ପୂଜା ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଗ୍ରାମବାସୀ ବୈଠକ କରି ଗାଁରେ ଏବେ ଟଙ୍କା ଯୋଗାଡ ଚାଲିଛି । ଲୋକଙ୍କ ମନରେ ଅନ୍ଧବିଶ୍ବାସ ଏତେ ଭରିଛି ଯେ ବାହାର ଲୋକଙ୍କୁ ଗାଁକୁ ନ ଆସିବା ପାଇଁ ଜ୍ୟୋତି ବିଡିକା,କାମରାଜୁ ତାଢିଙ୍ଗିଙ୍କ ସହ ଅନ୍ୟ ଗ୍ରାମବାସୀ ମାନେ କହୁଛନ୍ତି। ମାରୀଗୁଡା ଗାଁକୁ ଲାଗି ନାଗାବଳୀ ନଦୀ ପ୍ରବାହିତ ହେଉଥିବା ବେଳେ ନଦୀରେ ଏବେ ଆଡିବନ୍ଧ ନିର୍ମାଣ ଚାଲିଛି । ଲୋକଙ୍କ ବିଶ୍ବାସ ଗାଁ ବାନ୍ଧିବାକୁ ପୂର୍ବପୁରୁଷ ମାନେ ନଦୀ ନିକଟରେ ପୂଜାର୍ଚ୍ଚନା କରି ଔଷଧ ପୋତିଥିଲେ । ହେଲେ ଏବେ ଜେସିବି ଲଗାଇ ଆଡିବନ୍ଧ ନିର୍ମାଣ ଚାଲିଥିବା ବେଳେ ଉକ୍ତ ସ୍ଥାନକୁ ସଂପୂର୍ଣ୍ଣ ଭଙ୍ଗାଯାଉଛି । ଯାହାଫଳରେ ପ୍ରେତାତ୍ମା ଗୁଡିକ ବୁଲିବା ସହ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । ତେବେ ଗାଁ ବାନ୍ଧିବାକୁ ହେଲେ ଦିସାରୀ ପୂଜାର ଆବଶ୍ୟକତା ରହିଛି ବୋଲି ଏହି ଲୋକମାନେ ଭାବିବା ସହ ଗାଁରେ ପୂଜା କରିବାକୁ ଏକ ପୂଜାରୀ ମଧ୍ୟ ଠିକ୍ କରିଛନ୍ତି ବୋଲି ଗ୍ରାମର ପଙ୍କଜ ବିଡିକା, ସଲମନ ରେଡ୍ଡୀ ପ୍ରମୁଖ କହିଛନ୍ତି । ଗାଁ ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରି ବନ୍ଧା ଯାଇଥିବା ବନ୍ଧନ ଫିଟିଯିବା ପରେ ଗାଁର ଲୋକେ ମୃତ୍ୟବରଣ କରୁଥିବା ନେଇ ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରି ଗାଁ ଲୋକେ କହୁଥିବା ବେଳେ ଗ୍ରାମବାସୀଙ୍କୁ ସଚେତନର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri