Categories: ଖେଳ

ଆଇପିଏଲ୍‌ ଖେଳିଲେ ଯାଆଁଳା ଭାଇ

ମୁମ୍ବାଇ, ୧୬।୪ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇ ଭାଇ ଖେଳିବାର ନଜିର ରହିଛି। ହେଲେ ୧୬ ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଖେଳିଛନ୍ତି ଯାଆଁଳା ଭାଇ। ସେମାନେ ହେଲେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ଡୁଆନ ଜାନସେନ। ବାମହାତୀ ଦ୍ରୁତବୋଲର ମାର୍କୋ ଜାନସେନ ୨୦୨୧ରୁ ଆଇପଇଏଲ୍‌ରେ ଖେଳୁ ଥିବା ବେଳେ ସେ ୧୨ଟି ମ୍ୟାଚ ଖେଳି ୧୩ଟି ଉଇକେଟ ହାସଲ କରିଛନ୍ତି।

ଚଳିତ ସଂସ୍କରଣରେ ସେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଭାଇ ମାର୍କୋ ଜାନସେନ୍‌ ରବିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ୨୦୦୦ ମେ’୧ରେ ଦକ୍ଷିଣ ଆଫ୍ରିକା ନର୍ଥ ଓ୍ବେଷ୍ଟର କ୍ଲେକ୍ସଡର୍ପଠାରେ ଦୁଇ ଭାଇ ଜନ୍ମ ଗ୍ରହଣ କରିଥିଲେ। ମାର୍କୋଙ୍କ ପରି ଡୁଆନ ମଧ୍ୟ ବାମହାତୀ ଦ୍ରୁତ ବୋଲର। ପ୍ରଥମ ମ୍ୟାଚରେ ଡୁଆନ ୪ ଓଭର ଦେଇ ୫୩ ରନ୍‌ ବିନିମୟରେ ଗୋଟିଏ ଉଇକେଟ୍‌ ନେବାରେ ସକ୍ଷମ ହୋଇଛନ୍ତି।

Share