Posted inଜାତୀୟ

୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ଥିଲା ମାର୍ଚ୍ଚ

ନୂଆଦିଲ୍ଲୀ,୭ା୪: ଭାରତରେ ୨୦୦୪ ଓ ୨୦୧୦ ପରେ ୨୦୨୧ର ମାର୍ଚ୍ଚ ମାସ ୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ରହିଥିଲା। ଗତ ମାର୍ଚ୍ଚରେ ଦେଶର ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରୀ ସେଲସିୟସ୍‌ ଥିଲା, ଯାହାକି ବିଗତ ୧୧ ବର୍ଷରେ ସର୍ବାଧିକ ଏବଂ ୧୨୧ ବର୍ଷରେ ତୃତୀୟ ସର୍ବାଧିକ। ଏହି ମାସରେ ଦେଶର ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ୧.୪ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା ବୋଲି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି।
ଆଇଏମ୍‌ଡି ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ସବୁଠୁ ଉତ୍ତପ୍ତ ବର୍ଷ ୨୦୧୦ରେ ମାର୍ଚ୍ଚର ତାପମାତ୍ରା ୩୩.୦୯ ଏବଂ ଦ୍ୱିତୀୟ ଉତ୍ତପ୍ତ ୨୦୦୪ରେ ୩୨.୮୨ ଡିଗ୍ରୀ ସେଲସିୟସ୍‌ ରହିଥିଲା। ୨୦୨୧ ମାର୍ଚ୍ଚରେ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଏହି ମାସର ସର୍ବାଧିକ, ସର୍ବନିମ୍ନ ଏବଂ ହାରାହାରି ତାପମାତ୍ରା ଯଥାକ୍ରମେ ୩୨.୬୫, ୧୯.୯୫ ଓ ୨୬.୩୦ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ୧୯୮୧ରୁ ୨୦୧୦ ମଧ୍ୟରେ ଏହି ୩ ବର୍ଗର ସ୍ବାଭାବିକ ତାପମାତ୍ରା ଯଥାକ୍ରମେ ୩୧.୨୪, ୧୮.୮୭ ଓ ୨୫.୦୬ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା। ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ, ପୂର୍ବାଞ୍ଚଳ, ଉତ୍ତର-ପୂର୍ବାଞ୍ଚଳ ଭାରତର ସବ୍‌ଡିଭିଜନ୍‌ଗୁଡ଼ିକରେ ତାପମାତ୍ରା ସ୍ବାଭାବିକଠାରୁ ଉପରେ ଥିଲା। ତେବେ ଉପଦ୍ୱୀପ ଅଞ୍ଚଳଗୁଡ଼ିକରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ଥିଲା।
ମାର୍ଚ୍ଚ ୨୯ରୁ ୩୧ ମଧ୍ୟରେ ପଶ୍ଚିମ ରାଜସ୍ଥାନ ଏବଂ ୩୦ରୁ ୩୧ ତାରିଖ ମଧ୍ୟରେ ରାଜସ୍ଥାନର ପୂର୍ବ ଭାଗରେ ଅତି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ସେହିପରି ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗର ଗାଙ୍ଗେଟିକ୍‌, ଉପକୂଳ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁରେ ୩୧ରେ ତାରିଖରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥିଲା। ୩୦ରେ ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିଲା। ଅନୁରୂପ ଭାବେ ଗତ ଜାନୁୟାରୀ ଓ ଫେବୃୟାରୀ ମଧ୍ୟ ୧୯୦୧ ପରେ ତୃତୀୟ ଉତ୍ତପ୍ତ ମାସ ରହିଥିଲା। ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚରେ ଲା ନିନା ପ୍ରବାହ କେତେକ ଅଞ୍ଚଳରେ ତାପମାତ୍ରା ବୃଦ୍ଧିର କାରଣ ହୋଇଥିଲା। ଚଳିତ ଏପ୍ରିଲରେ ଉତ୍ତର-ପଶ୍ଚିମ ଏବଂ ହିମାଳୟ ପାଦଦେଶର ଉତ୍ତର ସମେତ ପୂର୍ବ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ସବ୍‌ଡିଭିଜନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଦକ୍ଷିଣ ଉପଦ୍ୱୀପ ଅଞ୍ଚଳ ଓ ଉତ୍ତର-ପୂର୍ବରେ ଏହା ସ୍ବାଭାବିକଠାରୁ କମ୍‌ ରହିବ। ମାର୍ଚ୍ଚରେ ଓ୍ବେଷ୍ଟର୍ନ ଡିଷ୍ଟର୍ବାନ୍ସ (ଡବ୍ଲ୍ୟୁଡି) ଗତିବିଧି ସ୍ବାଭାବିକଠାରୁ ଉଚ୍ଚରେ ରହିଥିଲା। କାରଣ ପଶ୍ଚିମ ହିମାଳୟ ଅଞ୍ଚଳରେ ମୋଟ ୭ଟି ଡବ୍ଲ୍ୟୁଡି ଦେଖିବାକୁ ମିଳିଥିଲା। ମାର୍ଚ୍ଚ ମାସର ସାପ୍ତାହିକ ବଷ୍ଟିପାତ ଡାଟାକୁ ଦେଖିଲେ ଗତ ୪ ସପ୍ତାହରେ ଦେଶରେ ସ୍ବଳ୍ପବର୍ଷା ହୋଇଥିବା ଜଣାଯାଏ।

ମାର୍ଚ୍ଚ ୩୦ରେ ସବୁଠୁ ଉତ୍ତପ୍ତ ଥିଲା ବାରିପଦା
୨୦୨୧ ମାର୍ଚ୍ଚ ଓଡ଼ିଶା ଜଳବାୟୁ ଇତିହାସରେ ଚତୁର୍ଥ ଉତ୍ତପ୍ତ ମାସ ଥିଲା। ଏହି ମାସରେ ରାଜ୍ୟର ହାରାହାରି ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ୩୦ ତାରିଖରେ ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା ବାରିପଦା, ଯେଉଁଠି ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ହାରାହାରି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା, ଯାହାକି ପୂର୍ବବର୍ଷଗୁଡ଼ିକ ତୁଳନାରେ ୫ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ। ଅନ୍ୟପକ୍ଷରେ ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ସମେତ ଉପକୂଳ ଜିଲା ପୁରୀରେ ମଧ୍ୟ ତାପମାତ୍ରା ୩ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଥିଲା। ଅନ୍ୟ ବର୍ଷଗୁଡ଼ିକରେ ଏହି ସମୟରେ ପୁରୀ ଜିଲାର ହାରାହାରି ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହୁଥିବାବେଳେ ଗତ ମାର୍ଚ୍ଚରେ ଏହା ୩୬-୩୭ ଡିଗ୍ରୀକୁ ଛୁଇଁଥିଲା। ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରରେ ମାର୍ଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଥିଲା, ଯାହାକି ପୂର୍ବେ ୩୫ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିଲା। ବଙ୍ଗୋପସାଗରରେ ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁ ଗରମ ପବନ ବହିବା କାରଣରୁ ତାପମାତ୍ରା ବୃଦ୍ଧି ପାଇଥିବା ଆଇଏମ୍‌ଡି ଭୁବନେଶ୍ୱର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri