Posted inଜାତୀୟ

୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ଥିଲା ମାର୍ଚ୍ଚ

ନୂଆଦିଲ୍ଲୀ,୭ା୪: ଭାରତରେ ୨୦୦୪ ଓ ୨୦୧୦ ପରେ ୨୦୨୧ର ମାର୍ଚ୍ଚ ମାସ ୧୨୧ ବର୍ଷରେ ତୃତୀୟ ଉତ୍ତପ୍ତ ରହିଥିଲା। ଗତ ମାର୍ଚ୍ଚରେ ଦେଶର ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରୀ ସେଲସିୟସ୍‌ ଥିଲା, ଯାହାକି ବିଗତ ୧୧ ବର୍ଷରେ ସର୍ବାଧିକ ଏବଂ ୧୨୧ ବର୍ଷରେ ତୃତୀୟ ସର୍ବାଧିକ। ଏହି ମାସରେ ଦେଶର ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ୧.୪ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା ବୋଲି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି।
ଆଇଏମ୍‌ଡି ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ସବୁଠୁ ଉତ୍ତପ୍ତ ବର୍ଷ ୨୦୧୦ରେ ମାର୍ଚ୍ଚର ତାପମାତ୍ରା ୩୩.୦୯ ଏବଂ ଦ୍ୱିତୀୟ ଉତ୍ତପ୍ତ ୨୦୦୪ରେ ୩୨.୮୨ ଡିଗ୍ରୀ ସେଲସିୟସ୍‌ ରହିଥିଲା। ୨୦୨୧ ମାର୍ଚ୍ଚରେ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଏହି ମାସର ସର୍ବାଧିକ, ସର୍ବନିମ୍ନ ଏବଂ ହାରାହାରି ତାପମାତ୍ରା ଯଥାକ୍ରମେ ୩୨.୬୫, ୧୯.୯୫ ଓ ୨୬.୩୦ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ୧୯୮୧ରୁ ୨୦୧୦ ମଧ୍ୟରେ ଏହି ୩ ବର୍ଗର ସ୍ବାଭାବିକ ତାପମାତ୍ରା ଯଥାକ୍ରମେ ୩୧.୨୪, ୧୮.୮୭ ଓ ୨୫.୦୬ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା। ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ, ପୂର୍ବାଞ୍ଚଳ, ଉତ୍ତର-ପୂର୍ବାଞ୍ଚଳ ଭାରତର ସବ୍‌ଡିଭିଜନ୍‌ଗୁଡ଼ିକରେ ତାପମାତ୍ରା ସ୍ବାଭାବିକଠାରୁ ଉପରେ ଥିଲା। ତେବେ ଉପଦ୍ୱୀପ ଅଞ୍ଚଳଗୁଡ଼ିକରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ଥିଲା।
ମାର୍ଚ୍ଚ ୨୯ରୁ ୩୧ ମଧ୍ୟରେ ପଶ୍ଚିମ ରାଜସ୍ଥାନ ଏବଂ ୩୦ରୁ ୩୧ ତାରିଖ ମଧ୍ୟରେ ରାଜସ୍ଥାନର ପୂର୍ବ ଭାଗରେ ଅତି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ସେହିପରି ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗର ଗାଙ୍ଗେଟିକ୍‌, ଉପକୂଳ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁରେ ୩୧ରେ ତାରିଖରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥିଲା। ୩୦ରେ ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିଲା। ଅନୁରୂପ ଭାବେ ଗତ ଜାନୁୟାରୀ ଓ ଫେବୃୟାରୀ ମଧ୍ୟ ୧୯୦୧ ପରେ ତୃତୀୟ ଉତ୍ତପ୍ତ ମାସ ରହିଥିଲା। ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚରେ ଲା ନିନା ପ୍ରବାହ କେତେକ ଅଞ୍ଚଳରେ ତାପମାତ୍ରା ବୃଦ୍ଧିର କାରଣ ହୋଇଥିଲା। ଚଳିତ ଏପ୍ରିଲରେ ଉତ୍ତର-ପଶ୍ଚିମ ଏବଂ ହିମାଳୟ ପାଦଦେଶର ଉତ୍ତର ସମେତ ପୂର୍ବ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ସବ୍‌ଡିଭିଜନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଦକ୍ଷିଣ ଉପଦ୍ୱୀପ ଅଞ୍ଚଳ ଓ ଉତ୍ତର-ପୂର୍ବରେ ଏହା ସ୍ବାଭାବିକଠାରୁ କମ୍‌ ରହିବ। ମାର୍ଚ୍ଚରେ ଓ୍ବେଷ୍ଟର୍ନ ଡିଷ୍ଟର୍ବାନ୍ସ (ଡବ୍ଲ୍ୟୁଡି) ଗତିବିଧି ସ୍ବାଭାବିକଠାରୁ ଉଚ୍ଚରେ ରହିଥିଲା। କାରଣ ପଶ୍ଚିମ ହିମାଳୟ ଅଞ୍ଚଳରେ ମୋଟ ୭ଟି ଡବ୍ଲ୍ୟୁଡି ଦେଖିବାକୁ ମିଳିଥିଲା। ମାର୍ଚ୍ଚ ମାସର ସାପ୍ତାହିକ ବଷ୍ଟିପାତ ଡାଟାକୁ ଦେଖିଲେ ଗତ ୪ ସପ୍ତାହରେ ଦେଶରେ ସ୍ବଳ୍ପବର୍ଷା ହୋଇଥିବା ଜଣାଯାଏ।

ମାର୍ଚ୍ଚ ୩୦ରେ ସବୁଠୁ ଉତ୍ତପ୍ତ ଥିଲା ବାରିପଦା
୨୦୨୧ ମାର୍ଚ୍ଚ ଓଡ଼ିଶା ଜଳବାୟୁ ଇତିହାସରେ ଚତୁର୍ଥ ଉତ୍ତପ୍ତ ମାସ ଥିଲା। ଏହି ମାସରେ ରାଜ୍ୟର ହାରାହାରି ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା। ୩୦ ତାରିଖରେ ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା ବାରିପଦା, ଯେଉଁଠି ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ହାରାହାରି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା, ଯାହାକି ପୂର୍ବବର୍ଷଗୁଡ଼ିକ ତୁଳନାରେ ୫ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ। ଅନ୍ୟପକ୍ଷରେ ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ସମେତ ଉପକୂଳ ଜିଲା ପୁରୀରେ ମଧ୍ୟ ତାପମାତ୍ରା ୩ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଥିଲା। ଅନ୍ୟ ବର୍ଷଗୁଡ଼ିକରେ ଏହି ସମୟରେ ପୁରୀ ଜିଲାର ହାରାହାରି ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହୁଥିବାବେଳେ ଗତ ମାର୍ଚ୍ଚରେ ଏହା ୩୬-୩୭ ଡିଗ୍ରୀକୁ ଛୁଇଁଥିଲା। ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରରେ ମାର୍ଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଥିଲା, ଯାହାକି ପୂର୍ବେ ୩୫ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିଲା। ବଙ୍ଗୋପସାଗରରେ ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁ ଗରମ ପବନ ବହିବା କାରଣରୁ ତାପମାତ୍ରା ବୃଦ୍ଧି ପାଇଥିବା ଆଇଏମ୍‌ଡି ଭୁବନେଶ୍ୱର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri