ମ୍ୟାପ କୂଟନୀତି

ଗତ ଅଗଷ୍ଟ ୨୪ରେ ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍‌ସବର୍ଗ ବ୍ରିକ୍‌ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦୁଇ ଦେଶର ସମ୍ପର୍କ ଉନ୍ନତି ନେଇ ସ୍ବଳ୍ପ ଆଲୋଚନା ହେଲା। ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମାରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ନେତା ସହମତ ହେଲେ। କିନ୍ତୁ ବୈଠକ ପରେ ଚାଇନା ମାଟିରେ ପାଦ ଦେଉ ଦେଉ ସବୁ ପ୍ରତିଶ୍ରୁତି ଭୁଲିଗଲେ ଜିନ୍‌ପିଙ୍ଗ। ଉଭୟ ରାଷ୍ଚ୍ରମୁଖ୍ୟଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ସପ୍ତାହ ନ ପୂରୁଣୁ ନୂଆ ମ୍ୟାପ ଜାରି କରି ପୁଣି କୂଟନୀତିର ଚାଲ୍‌ ଖେଳିଛି ଚାଇନା। ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବାକୁ କହି ଶେଷ ମୁହୂର୍ତ୍ତରେ ଜିନ୍‌ପିଙ୍ଗ ହଠାତ ମତ ପରିବର୍ତ୍ତନ କରିଛନ୍ତି। ନିଜେ ନ ଆସି ପ୍ରଧାନମନ୍ତ୍ରୀ ଲି କିକ୍ବାଙ୍ଗଙ୍କୁ ଜି -୨୦ ବୈଠକକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
ନୂଆ ମ୍ୟାପରେ ଚାଇନା, ଅରୁଣାଚଳ ପ୍ରଦେଶ, ଅକସାଇ ଚାଇନା ଅଞ୍ଚଳ ସହ ବିବାଦୀୟ ଦକ୍ଷିଣ ତିବ୍ବତ, ଦକ୍ଷିଣ ଚୀନ୍‌ ସାଗରକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଛି। ଚାଇନା ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ନାଚୁରାଲ ରିସୋର୍ସ ପକ୍ଷରୁ ଏହି ନୂଆ ମ୍ୟାପ ଜାରି କରାଯାଇଛି। ଚାଇନାର ଏଭଳି ମ୍ୟାପ ଜାରି ପରେ ଇଣ୍ଡୋନେସିଆ, ଭିଏଟ୍‌ନାମ, ତାଇୱାନ ଏବଂ ଫିଲିପାଇନ୍ସ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି ପୂର୍ବ ଏସିଆକୁ ୟୁରୋପ ସହ ଯୋଡ଼ିବାକୁ ୨୦୧୩ରୁ ଚାଇନା ପାକିସ୍ତାନକୁ ହାତକରି ଚଳାଇଥିବା ବେଲ୍ଟ ଆଣ୍ଡ୍‌ ରୋଡ ଇନିସିଏଟିଭି ବା (ବିଆର୍‌ଆଇ)କୁ ପ୍ରଥମେ ପ୍ରଥମେ ବୁଝି ପାରି ନ ଥିବା ପାକିସ୍ତାନ ପରବର୍ତ୍ତୀ ସମୟରେ ବୁଝିବା ପରେ ଏହାକୁ ବିରୋଧ ଜାରି ରଖିଛି। ତେଣୁ ବାରମ୍ବାର ପଡୋଶୀଙ୍କ ସୀମାରେଖା ଉଲ୍ଲଂଘନ କରି ଦୁଇପାଦ ଆଗକୁ ବଢୁଥିବା ଚାଇନା, ବିରୋଧ ପରେ ଏକ ପାଦ ପଛକୁ ଘୁଞ୍ଚିବା ନୀତିରେ ନିଜର ବିସ୍ତାରବାଦ ନୀତିକୁ ଚରିତାର୍ଥ କରିଚାଲିଛି। ଭାରତ-ଚାଇନା ସୀମାର ୪ ହଜାର କିଲୋମିଟର ଏଲଏସିକୁ ବେଖାତିର କରି ଭାରତର ୨ ହଜାର ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳକୁ ଜୋର ଜବରଦସ୍ତ ଦଖଲ କରି ରଖିଛି ଚାଇନା। ଗତ ଏପ୍ରିଲରେ ମଧ୍ୟ ଚାଇନା ସରକାର ଅରୁଣାଚଳ ପ୍ରଦେଶର ୧୧ଟି ଅଞ୍ଚଳକୁ ନିଜ ଅଞ୍ଚଳ ବୋଲି ଦାବି କରିବା ସହ ସେସବୁ ଅଞ୍ଚଳର ନାମକରଣ କରିଛି। ଏହିସବୁ ଅଞ୍ଚଳକୁ ନିଜ ମ୍ୟାପରେ ସ୍ଥାନ ଦେଇଛି ଚାଇନା। ଗତ ୫ ବର୍ଷ ମଧ୍ୟରେ ଚାଇନା ତିନି ତିନି ଥର ଏଭଳି ଜୋର ଜବରଦସ୍ତ କାର୍ଯ୍ୟ କରିସାରିଲାଣି। ୨୦୨୧ରେ ଭାରତର ୧୫ଟି ଅଞ୍ଚଳକୁ ଚାଇନା ନିଜ ଅଞ୍ଚଳ କହିବା, ୨୦୧୭ରେ ୬ଟି ଅଞ୍ଚଳର ନାଁ ପରିବର୍ତ୍ତନ କରି ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଛି। ହେଲେ ଚାଇନାର ଏଭଳି ଏକଚାଟିଆ ମନୋଭାବକୁ ନେଇ ଭାରତ ଆଦୌ ବିବ୍ରତ ନଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି। ନାଁ ପରିବର୍ତ୍ତନ କଲେ କିମ୍ବା ମ୍ୟାପରେ ଦେଖାଇଲେ ସ୍ବତ୍ୱ ବଦଳିବନି। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ଥିଲା, ଅଛି, ରହିବ।
ଉଭୟ ଦେଶ ମଧ୍ୟରେ ୧୬ ରାଉଣ୍ଡ ଉଚ୍ଚସ୍ତରୀୟ କଥାବାର୍ତ୍ତା ସରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରିପାରୁନି। ସେପଟେ ଆକ୍ସାଇ ଚାଇନା ଅଞ୍ଚଳରେ ଭାରତ ଚାଇନା ସୀମାରେ ପାହାଡ଼ ଖୋଳି ବଙ୍କର ନିର୍ମାଣ କରୁଛି ପିପୁଲ ଲିବରେଶନ ଆର୍ମି ବା ପିଏଲଏ, ଯାହାକି ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ଦେଖାଯାଉଛି। ଏହି ଚିତ୍ର ୬ ଡିସେମ୍ବର ୨୦୨୧ରୁ ୧୮ଅଗଷ୍ଟ ୨୦୨୩ ମଧ୍ୟରେ ନିଆଯାଇଛି। ଉତ୍ତର ଲଦାଖର ଦପସାଙ୍ଗ ପ୍ଲେନ୍‌ସରୁ ପାଖାପାଖି ୬୦ କିଲୋମିଟର ଦୂରରେ ଏସବୁ ବଙ୍କର ଗେଟ୍‌ ଦେଖାଯାଉଛି। ଗତ କିଛି ମାସ ମଧ୍ୟରେ ଚାଇନା ଏହି ଅଞ୍ଚଳରେ ବହୁ ମାତ୍ରାରେ ସେନା ପରିଚାଳନା କରିଛି। ଭାରତ ସୀମାରେ ଚାଇନା ସୈନ୍ୟ ମୁତୟନଠାରୁ ଆରମ୍ଭକରି ବାରମ୍ବାର ବିଶୃଙ୍ଖଳିତ ସ୍ଥିତି ସୃଷ୍ଟି କରୁଛି। ସେପଟେ ଦକ୍ଷିଣ ଚୀନ୍‌ ସାଗରରେ ମଧ୍ୟ ଚାଇନା ନିଜର ଦବଦବା ଜାହିର କରି ଚାଲିଛି। ତାଇୱାନ ଉପରେ କର୍ତ୍ତୃତ୍ୱ ଜାହିର ପାଇଁ ବାରମ୍ବାର ଚେଷ୍ଟା କରୁଛି। ମ୍ୟାପରେ ତାଇୱାନକୁ ଚାଇନା ତା’ର ଅଂଶ ଭାବେ ଦର୍ଶାଇ ଆସୁଛି , ଯାହାକି ୧୯୪୮ରେ ଜାରି କରିଥିବା ନକ୍ସା ସହ ସମାନ। ଭାରତ ତାଇୱାନକୁ ପୂର୍ଣ୍ଣ ସମର୍ଥନ ଜାରି ରଖିଛି। ତାଇୱାନ ଚାଇନାର ୱାନ ଚାଇନା ନୀତିକୁ ଲଗାତର ଭାବେ ବିରୋଧ କରି ଆସୁଛି। ତେଣୁ ଭାରତ ପକ୍ଷରୁ ତାଇୱାନକୁ ସହଯୋଗ ଓ ଅନ୍ତରଙ୍ଗତାକୁ ବରଦାସ୍ତ କରିପାରୁନି ଚାଇନା।
ସାଉଥ ଚାଇନା ସାଗରରେ ଚାଇନାର ବଳପୂର୍ବକ ଅଧିକାରକୁ ନେଇ ମାଲେସିଆ ପକ୍ଷରୁ ମଧ୍ୟ କୂଟନୈତିକ ବିରୋଧାଭାସ ଜାରି ରହିଛି। ମ୍ୟାପରେ ଚାଇନା ହୋନାନ ଦ୍ବୀପକୁ ଦକ୍ଷିଣରେ ୧୫ଶହ କିଲୋମିଟର ପର୍ଯ୍ୟନ୍ତ ୟୁରୋପ ଲାଇନ ବୋଲି କହିଛି। ଏହି ଲାଇନ ଭିଏଟ୍‌ନାମ, ଫିଲିପାଇନ୍‌ସ ଆଉ ଇଣ୍ଡୋନେସିଆର ଅର୍ଥନୈତିକ ଜୋନ ମଧ୍ୟରେ ଯାଉଛି। ଚାଇନା ତା’ର ନୂଆ ମ୍ୟାପରେ ଏହାକୁ ସାମିଲ କରି ନିଜର ଭୌଗୋଳିକ ଅଞ୍ଚଳ ଭାବେ ଉଲ୍ଲେଖ କରିଛି। ଏସିଆ ମହାଦେଶରେ ଚାଇନାର ଏଭଳି ବାରମ୍ବାର ଏକଚ୍ଛତ୍ରବାଦ ଓ ବଳପୂର୍ବକ ବିସ୍ତାରବାଦ ପ୍ରୟାସ ଏହାର ପୁରୁଣା ଅଭ୍ୟାସ ବୋଲି କୁହାଯାଉଛି। ପୂର୍ବରୁ ଚାଇନା ଏଭଳି ମନଇଚ୍ଛା ନକ୍ସା ଜାରି କରିଥିଲେ ମଧ୍ୟ ଏହା କୌଣସି ଫଳପ୍ରଦ ହୋଇନି। ତେବେ ଅନ୍ତର୍ଜାତୀୟ ଫୋରମକୁ ଜାଣିଶୁଣି ନ ଆସିବା ବା ବିଶ୍ବର ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ନ ଦେଇ ବିସ୍ତାରବାଦ ନୀତିକୁ ଜାରି ରଖିଥିବା ଚାଇନାର ଏକ ନୀତିଦିନିଆ ଅଭ୍ୟାସରେ ପରିଣତ ହେଲାଣି। ତେବେ ଚଳିତବର୍ଷ ଜି-୨୦ ବୈଠକରେ ଆମେରିକା, ଭାରତ ସମତେ ବଡ଼ବଡ଼ ଦେଶ ଚାଇନାକୁ ଘେରିବା ସହ ଚେତାବନୀ ଦେବାକୁ ଏକ ପ୍ରକୃଷ୍ଟ ମଞ୍ଚ ଥିବାବେଳେ ଚାଇନା ରାଷ୍ଟ୍ରପତି ଜାଣିଶୁଣି ଏହି ମଞ୍ଚକୁ ଶେଷ ମୁହୂର୍ତ୍ତରେ ନିଜର ପ୍ରତିନିଧିଙ୍କୁ ପଠାଇ କେବଳ ଔପଚାରିକତା ପାଳନ ଚାଇନାର ବିଶ୍ବ ବିରୋଧୀ ନୀତି ଓ ଏକଚାଟିଆ ମନୋଭାବର ଆଉ ଏକ ବଳିଷ୍ଠ ଉଦାହରଣ କହିଲେ ଭୁଲ୍‌ ହେବନାହିଁ।

  • ଲଳିତେନ୍ଦୁ ପଲାଉରୀ
    ବାଲିପନ୍ତାଳ,ନଗର, ଅସ୍ତରଙ୍ଗ, ପୁରୀ
    ମୋ: ୯୭୭୮୬୯୭୦୩୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri