ସୀମାନ୍ତରେ ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି,୫ା୨(ଡି.ଏନ.ଏ.): ସୀମାନ୍ତରେ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀମାନେ ହିଂସାର ଆଶ୍ରୟ ନେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଟିପ୍ପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। କାତୁରୁ ଥାନା ଅନ୍ତର୍ଗତ ବରଗାପଡା ଗ୍ରାମ ନିକଟରେ ଏହି ରାସ୍ତା ନିର୍ମାଣ ଚାଲିଥିବା ବେଳେ ସକାଳେ ୪୦/୫୦ ଜଣ ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚତ୍ ଦୁଇଟି ଟିପ୍ପରରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ରାସ୍ତା କାମ ବନ୍ଦ କରିବାକୁ ଧମକ ଦେଇ ଚାଲିଯାଇଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।