ସୀମାନ୍ତରେ ୩ ଗାଡ଼ି ପୋଡ଼ିଲେ ମାଓବାଦୀ

ମାଲକାନଗିରି,୧୫ା୩(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲାରେ ଗତ ଏକ ମାସ ମଧ୍ୟରେ ମାଓବାଦୀମାନେ ଦୁଇଥର ଗାଡି ଜାଳିବା ସହ ଅନେକ ହିଂସାକାଣ୍ଡ ଘଟାଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଜିଲାର ନାଏମଡ ଥାନା ଅଞ୍ଚଳରେ ୩ଟି ଗାଡି ପୋଡିଛନ୍ତି।
ନାଏମଡ ଥାନା ଅଞ୍ଚଳର ମିଙ୍ଗାଚାଲ ନଦୀରେ ବାଲି ପରିବହନକୁ ବିରୋଧ କରି ମାଓବାଦୀମାନେ ୩ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ଗାଡି ପୋଡି ପାଉଁଶ ହୋଇଯାଇଛି। ଏ ସମ୍ପର୍କରେ ଖବରପାଇ ନାଏମଡ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଗାଡି ମାଲକଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳିଯାଇଛି। ଅନ୍ୟପଟେ ବସ୍ତର ଜିଲାର ଭୋପାଲପାଟଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଜଙ୍ଗଲ ନାକାଠାରୁ ରୁଦ୍ରାରାମ ପର୍ଯ୍ୟନ୍ତ ବହୁ ପରିମାଣର ଲିଫଲେଟ ପକାଇଛନ୍ତି। ଲିଫଲେଟରେ କରଣ୍ଡମ ଖଣି ବିରୋଧରେ ଲେଖାଯାଇଛି। ଧାନଗୋଲର କୁଚନୋର ଖଣି କମ୍ପାନୀକୁ କରଣ୍ଡୁମ ଖଣି ହସ୍ତାନ୍ତର କରିବାକୁ ମାଓବାଦୀମାନେ ଉକ୍ତ ଲିଫଲେଟରେ ନିନ୍ଦା କରିଛନ୍ତି। ପୁଞ୍ଜିପତିଙ୍କୁ ଖୁସି କରିବା ପାଇଁ ଆଦିବାସୀ ଅଞ୍ଚଳର ସମସ୍ତ ପ୍ରକାର ଖଣିଜ ସମ୍ପଦକୁ ଅତି କମ୍‌ ମୂଲ୍ୟରେ ବିକ୍ରି କରାଯାଉଛି। ଏହାକୁ ବନ୍ଦ କରାଯାଉ ବୋଲି ମଧ୍ୟ ଲିଫଲେଟରେ ଉଲ୍ଲେଖ ରହିଛି। ପୋଲିସ ଏହି ଲିଫଲେଟଗୁଡିକୁ ଜବତ କରଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଘର ବୁଲି ବଣ୍ଟାଯାଉଛି ଭତ୍ତାଟଙ୍କା

ରାଇକିଆ,୨୮।୩(ଡି ଏନ ଏ)- ରାଇକିଆ ବ୍ଲକରେ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍‌...

ବଲାଙ୍ଗୀରରେ ଜାରିହେଲା ଦୁଇଦିନିଆ ଶଟ୍‌ଡାଉନ୍

ବଲାଙ୍ଗୀର ଅଫିସ,୬ା୬: କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି...

କମ୍ପାନୀ ନିର୍ଦ୍ଦେଶିକାଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୪।୬: ନକଲି କରୋନା ଔଷଧ (ଫାଭିପିରାଭିର) ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ବୁଧବାର ଓଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର...

ଭାଜପା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ସହ ୨ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ନିଶ୍ଚିନ୍ତକୋଇଲି,୮।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ...

ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବାରିପଦା ଅଫିସ,୨୦।୨ – ଆକସ୍ମିକ ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ଅଗ୍ନିରୂପିଣୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ...

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ: ଜେଲଗଲେ ୨ ଯୁବକ

ଆସିକା,୨୦ା୧୧(ଡି.ଏନ୍‌.ଏ.):  ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ...

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ, ପୋଚ ଜବତ

ଦେବଗଡ,୭ା୫(ଡି.ଏନ.ଏ)-ଦେବଗଡ ଜିଲା ଅବକାରୀ ବିଭାଗ ପକ୍ଷରୁ ଦେବଗଡ ଥାନା ଅଧିନ କାଲକାଠ ଗ୍ରାମର ଅଲେଖ କିସାନଙ୍କ ଘରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ...

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା ରାୟ ପ୍ରକାଶ : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଖଲିକୋଟ, ୨୭ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଖଲିକୋଟର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଖଲିକୋଟ ଏଡିଜେ ଶ୍ରୀନିବାସ...

Advertisement
Archives

Model This Week