ସୀମାନ୍ତରେ ଆଜି ପୁଣି ମାଓବାଦୀଙ୍କ ତାଣ୍ଡବ

ମାଲକାନଗିରି,୨୭ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ବୁଧବାର ମାଓବାଦୀମାନେ ଏକ ବଡ଼ ଧରଣର ଅଘଟଣ ଘଟାଇଥିବା ବେଳେ ବେଲେ ଆଜି ପୁଣିଥରେ ପୁଣିଥରେ ଦାନ୍ତଓ୍ବୋଡା ଜିଲା ଓରଛା ଗ୍ରାମର ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳି ପଥର ଓ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଛତିଶଗଡ଼ର ଓରଛା ମୁଖ୍ୟ ରାସ୍ତାର ଧନୋରା ଗ୍ରାମଠାରୁ ଓରଛା ମଧ୍ୟରେ ପ୍ରାୟ ୬ କିଲୋମିଟର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାଓବାଦୀମାନେ ରାସ୍ତା ଖୋଳିବା ସହ ଗଛ ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ଏଥିସହ ରାସ୍ତାରେ ଲାଲ୍‌ ରଙ୍ଗର ବ୍ୟାନର ଓ ପୋଷ୍ଟର ମଧ୍ୟ ଟଙ୍ଗାଇଥିବା ଦେଖିବାକୁ ମିଳିଛି। ଖବର ପାଇ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ଅବରୋଧକୁ ହଟାଇଥିବା ଜଣାପଡ଼ିଛି।