Posted inଜାତୀୟ

ମାଓବାଦୀଙ୍କ ତାଣ୍ଡବ, ୪ ଜଣଙ୍କୁ ଫାଶୀରେ ଲଟକାଇଲେ…

ଗୟା,୧୪।୧୧: ବିହାରରେ ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମୌନୱାର ଗାଁରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଗୋଟି, ପରିବାରର ଚାରି ଜଣଙ୍କୁ ଫାଶୀରେ ଲଟକାଇ ହତ୍ୟା କରିଛନ୍ତି। ଚାରିଜଣଙ୍କୁ ଘର ବାହାରେ ଫାଶୀ ଦେଇଛନ୍ତି। ମୃତକମାନଙ୍କ ମଧ୍ୟରେ ଗୋଟିଏ ଘରର ଦୁଇ ସ୍ବାମୀ ଏବଂ ସେମାନଙ୍କ ସ୍ତ୍ରୀ ଅଛନ୍ତି ।

ମାଓବାଦୀଙ୍କ  କାଣ୍ଡପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଲୋକେ ଆତଙ୍କିତ ହୋଇ ଘରେ କବାଟ ଦେଇ ରହୁଛନ୍ତି। ମାଓବାଦୀମାନେ ୪ ଜଣଙ୍କୁ ଫାଶୀ ପରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଘରକୁ ବିସ୍ଫୋରଣ କରି ଉଡ଼ାଇବା ସହିତ ମୋଟରସାଇକେଲରେ ନିଆଁ ଲଗାଇ ଦେଇଥିଲେ।

ମୃତକଙ୍କ ମଧ୍ୟରେ ସତ୍ତେନ୍ଦ୍ର ସିଂ, ମହେନ୍ଦ୍ର ସିଂ, ମନୋରାମା ଦେବୀ ଏବଂ ସୁନୀତା ସିଂ ଅଛନ୍ତି। ମାଓବାଦୀମାନେ ଏକ ଚିଠି ମଧ୍ୟ ଛାଡ଼ିଯାଇଛନ୍ତି। ଏଥିରେ ଲେଖାଯାଇଛି ଯେ ମାନବିକତାର ହତ୍ୟାକାରୀ, ଦେଶଦ୍ରୋହୀ ତଥା ବିଶ୍ୱାସଘାତକଙ୍କୁ ମୃତ୍ୟୁଦଣ୍ଡ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ହେଉଛି ତାଙ୍କର ଚାରି ସାଥୀ ଅମରଶ, ସୀତା, ଶିବପୁଜନ ଏବଂ ଉଦୟଙ୍କ ହତ୍ୟାର ପ୍ରତିଶୋଧ। ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟ ଜାରି ରହିବ। ତାଙ୍କୁ ବିଷ ଦେଇ ଷଡଯନ୍ତ୍ରର ଶିକାର କରାଯାଇଥିଲା। ମାଓବାଦୀମାନେ ଛାଡ଼ିଯାଇଥିବା ପ୍ରଚାରପତ୍ରରେ ଜନମୁଖୀ ସେନା, ସେଣ୍ଟ୍ରାଲ ଜୋନ ଝାଡଖଣ୍ଡ, ସିପିଆଇ (ମାଓବାଦୀ)ର ନାମ ଲେଖାଯାଇଛି। ଖବର ପାଇ ଗୟା ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ଏହି ପ୍ରସଙ୍ଗରେ ଏସଏସପି ଆଦିତ୍ୟ କୁମାର କହିଛନ୍ତି, ’ମାଓବାଦୀମାନେ ନିର୍ବାଚନ ପୂର୍ବରୁ ନିଜର ପ୍ରଭାବ ବିସ୍ତାର କରିବା ଲାଗି ଏଭଳି କରି ଳୋକଙ୍କୁ ଭୟଭୀତ କରିଛନ୍ତି। ଏହି ହତ୍ୟାକାଣ୍ଡ ସେହି ସ୍ଥାନରେ ଘଟିଛି ଯେଉଁଠାରେ ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri