ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଏ ନେଇ ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଅପରେଶନ ଖୋଜ ଯୋଜନାରେ ଗତ ୨୯ ତାରିଖରେ ଜିଲା ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବେ ଜଡ଼ାମ୍ବ ଥାନା ଅଞ୍ଚଳରେ କମ୍ବିଂ ଅପରେଶନ କରୁଥିଲେ। ତେବେ ଜଡ଼ାମ୍ବ ଥାନା ନିକଟବର୍ତ୍ତୀ ଅଞ୍ଚଳ ଡାବୁଗୁଡ଼ା ଓ ଅରିଙ୍ଗିପଡ଼ା ଗ୍ରାମ ଜଙ୍ଗଲ ମଧ୍ୟରେ ଗୋଟିଏ ସ୍ଥାନରେ ମାଓବାଦୀ ସାମଗ୍ରୀ ଥିବା ଜାଣି ପାରି ଉକ୍ତ ସ୍ଥଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି। ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ, ୧୨ଟି ବୋର ଇମୁନେସନ୍‌, ଗୋଟିଏ ଏସ୍‌.ଏଲ୍‌.ଆର୍‌ ଇମୁନେସନ୍‌, ତିନୋଟି ଆଇଡି, ୫୫ଟି ଜିଲୋଟିନ୍‌ ଷ୍ଟିକ୍‌, ବିଦ୍ୟୁତ୍‌ ତାର, ମୋବାଇଲ ଚାର୍ଜର, ମହିଳାମାନଙ୍କ ବ୍ୟବହୃତ ହେୟାର ପିନ୍‌, ରବର ବ୍ୟାଣ୍ଡ, ପାନିଆ, ପେନ୍‌, ପେନସିଲ ଇତ୍ୟାଦି ଜବତ କରାଯାଇଛି। ତେବେ ଏହି ସାମଗ୍ରୀଗୁଡ଼ିକ ଆନ୍ଧ୍ର-ଓଡ଼ିଶା ବଡର ଜୋନାଲ କମିଟି ତରଫରୁ ନିରୀହ ଜନସାଧାରଣ ଓ ପୋଲିସକୁ ଟାର୍ଗେଟ କରି ରଖା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ବାଧ୍ୱାନୀ ଏକ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ଏଥିସହ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ‘ଅପରେଶନ ଘର ଓ୍ବାପସି’ ଯୋଜନାରେ ବିଗତ ଦିନରେ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତ୨.୬.୨୨ରେ ୪୭ ଜଣ ମିଲିସିଆ ଯନ୍ତ୍ରୀଠାରେ ଆତ୍ମସମର୍ପଣ କରିଥିବା ବେଳେ, ୧୧.୦୬.୨୨ରେ ୧୮୦ ଜଣ, ଓ ୨୨.୦୮.୨୨ରେ ଜାନବାଇଠାରେ ୫୫୦ଜଣ ଆତ୍ମସମର୍ପଣ କରିଛନ୍ତି। ସେହିପରି ୧୭.୦୯.୨୦୨୨ରେ ଅଣ୍ଡ୍ରାହାଲଠାରେ ୩୦୦ ଜଣ ମିଲିସିଆଙ୍କ ସହ ମୋଟ୍‌ ୭୦୦ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଗତ ୦୫.୧୧.୨୦୨୨ରେ ୪୧୦ଜଣ ମିଲିସିଆଙ୍କ ସହ ମୋଟ୍‌ ୬୫୦ ମାଓବାଦୀ ସମର୍ଥକ, ୨୦.୧୨.୨୦୨୨ରେ ୪୬୭ ମିଲିସିଆଙ୍କ ସହ ମୋଟ୍‌ ୯୦୭ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଗତ ଜାନୁୟାରୀ ୨୦୨୨ଠାରୁ ଜାନୁଆରୀ ୨୦୨୩ ମଧ୍ୟରେ ମୋଟ୍‌ ୨୦ଟି ମାଓବାଦୀ କ୍ୟାମ୍ପ୍‌ ଠାବ କରି ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଯଥା ଆଇଡି, ବନ୍ଧୁକ, ବିଦ୍ୟୁତତାର, ଟିଫିନ ବୋମା, ଜିଲଟିନ୍‌ ଷ୍ଟିକ୍‌, ଡିଟୋନେଟର, ଅଫୁଟା ଗୁଳି ଇତ୍ୟାଦି ଜବତ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri