ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି।

ତଥ୍ୟ ଅନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ସାମଗ୍ରୀ ଥିବା ବିଶେଷ ସୂତ୍ରରୁ ଖବର ପାଇ ଜଡାମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ତାବେର ଓ ଆରଲିଙ୍ଗପଡ଼ା ଜଙ୍ଗଲରେ ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍‌ ଯବାନମାନେ କମ୍ବିଂ ଅପରେଶନ କରିଥିଲେ। ଏହା ପରେ ଉକ୍ତ ଜଙ୍ଗଲର ଏକ ସ୍ଥାନରେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଦେଖିବାକୁ ପାଇ ଏହାକୁ ଜବତ କରିଥିଲେ। ତେବେ ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ୬ଟି ଟିଫିନ୍‌ ବୋମା, ଦୁଇଟି ପ୍ରେସର ବୋମା, କଡେକ୍ସ ତାର ଏକ ମିଟର, ୭.୬୨ ଅଫୁଟା ଗୁଳି ଦୁଇଟି, ଇନସାସ୍‌ ମାଗାଜିନ୍‌ ଗୋଟିଏ, ମୋବାଇଲ ଚାର୍ଜର, ବ୍ୟାଟେରି, ମାଓବାଦୀ ପୋଷାକ, ପଲିଥିନ୍‌, ଔଷଧ, ମାଓବାଦୀ ପୁସ୍ତକ, ବୁଟ୍‌ ଜବତ କରିଛନ୍ତି। ତେବେ ଏହି ସାମଗ୍ରୀଗୁଡିକ ପୋଲିସକୁ ଟାର୍ଗେଟ କରି ଆନ୍ଧ୍ରଓଡିଶା ବର୍ଡର ଜୋନାଲ କମିଟିର ମାଓବାଦୀମାନେ ରଖିଥିବା ଏସ୍‌ଡିପିଓ ଅଭିଳାଷ ଜୀ ଶୁକ୍ରବାର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।