ଅମାଜନର କ୍ଲାଉଡ୍ ସେବାରେ ବିଶ୍ୱବ୍ୟାପୀ ବିଭ୍ରାଟ: ଅନେକ ୱେବସାଇଟ୍, ଆପ୍ ଅଚଳ

ନୂଆଦିଲ୍ଲୀ,୨୦।୧୦: ଅମାଜନର କ୍ଲାଉଡ୍ ସେବା ୟୁନିଟ୍ AWSରେ ସୋମବାର ବିଶ୍ୱବ୍ୟାପୀ ବିଭ୍ରାଟ ଘଟିଛି। ଏହାଫଳରେ ବିଶ୍ୱର ଅନେକ କମ୍ପାନୀର ସଂଯୋଗ ସମସ୍ୟା ଦେଖାଦେଇଛି ଏବଂ Fortnite, Snapchat ଭଳି ଲୋକପ୍ରିୟ ୱେବସାଇଟ୍ ଓ ଆପ୍‌ଗୁଡ଼ିକର ସେବା ବ୍ୟାହତ ହୋଇଛି।

AWS ତା’ର ଷ୍ଟାଟସ୍ ପେଜ୍‌ରେ ଏହି ବିଷୟରେ ଅପଡେଟ ଦେଇ କହିଛି, “US-EAST-1 ଅଞ୍ଚଳରେ ଏକାଧିକ AWS ସେବାରେ ତ୍ରୁଟି ହାର ଓ ବିଳମ୍ବ ବୃଦ୍ଧି ହେଉଛି ବୋଲି ଆମେ ନିଶ୍ଚିତ କରୁଛୁ।” AI ଷ୍ଟାର୍ଟଅପ୍ Perplexity, କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍ Coinbase ଏବଂ ଟ୍ରେଡିଂ ଆପ୍ Robinhood ଏହି ବିଭ୍ରାଟକୁ AWS ସହ ଯୋଡ଼ିଛନ୍ତି।

Perplexityର CEO ଅରବିନ୍ଦ ଶ୍ରୀନିବାସ ଏକ୍ସରେ ପୋଷ୍ଟ କରି କହିଛନ୍ତି, “Perplexity ବର୍ତ୍ତମାନ ଅଚଳ। ମୂଳ କାରଣ AWS ସମସ୍ୟା। ଆମେ ଏହାକୁ ସମାଧାନ କରିବାକୁ କାମ କରୁଛୁ।”

AWS କମ୍ପାନୀ, ସରକାର ଓ ବ୍ୟକ୍ତିଙ୍କୁ ଅନ-ଡିମାଣ୍ଡ୍ କମ୍ପ୍ୟୁଟିଂ ପାୱାର, ଡାଟା ଷ୍ଟୋରେଜ୍ ଓ ଅନ୍ୟ ଡିଜିଟାଲ୍ ସେବା ଯୋଗାଏ। ଏହାର ସର୍ଭରରେ ବିଭ୍ରାଟ ହେଲେ ଏହା ଉପରେ ନିର୍ଭରଶୀଳ ୱେବସାଇଟ୍ ଓ ପ୍ଲାଟଫର୍ମଗୁଡ଼ିକରେ ଅଚଳ ହୋଇପଡ଼େ। AWS ଗୁଗଲ୍ ଓ ମାଇକ୍ରୋସଫ୍ଟର କ୍ଲାଉଡ୍ ସେବା ସହ ପ୍ରତିଯୋଗିତା କରେ। ତେବେ AWS ଓ ଅମାଜନ ଏହି ଘଟଣା ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ରିପୋର୍ଟ ଅନୁଯାୟୀ, ଅମାଜନର ଶପିଂ ୱେବସାଇଟ୍, Prime Video ଓ Alexaରେ ମଧ୍ୟ ସମସ୍ୟା ଦେଖାଦେଇଛି। Epic Gamesର Fortnite, Roblox, Clash Royale ଓ Clash of Clans ଭଳି ଗେମିଂ ସାଇଟ୍‌ଗୁଡ଼ିକ ଅଚଳ ହୋଇଛି। ଆର୍ଥିକ ପ୍ଲାଟଫର୍ମ Paypalର Venmo ଓ Chimeରେ ମଧ୍ୟ ସମସ୍ୟା ହୋଇଛି। ଆମେରିକାରେ ହଜାର ହଜାର ଉପଭୋକ୍ତାଙ୍କ ପାଇଁ Uber ପ୍ରତିଦ୍ୱନ୍ଦ୍ୱୀ Lyft ଆପ୍ ଅଚଳ ହୋଇଛି।

ମେସେଜିଂ ଆପ୍ Signalର ପ୍ରେସିଡେଣ୍ଟ ମେରେଡିଥ୍ ହ୍ୱିଟାକର ଏକ୍ସରେ ନିଶ୍ଚିତ କରିଛନ୍ତି ଯେ ସେମାନଙ୍କ ପ୍ଲାଟଫର୍ମ ମଧ୍ୟ AWS ବିଭ୍ରାଟରେ ପ୍ରଭାବିତ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?