ଗରଡ଼ମା ପଞ୍ଚାୟତର ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଆର.ଉଦୟଗିରି,୮ା୮(ଡି.ଏନ.ଏ.):ମୋହନା ବ୍ଲକ ଗରଡ଼ମା ପଞ୍ଚାୟତର କିଛି ଗାଁ ରହିଛି ବର୍ଷା ଦିନ ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି। ଗରଡ଼ମା ପଞ୍ଚାୟତରେ ରହିଥିବା ଲିମବାଡ, ନାକେଜୁ, ମାତାକୁପା, କାମ୍ବୁଜ ପ୍ରଭୃତି ଗାଁ। ସେହି ଅଞ୍ଚଳର ଜନସାଧାରଣ କିପରି ନିଜ ଜୀବନକୁ ପାଣି ଛଡାଇ ନଦୀ ଓ ପାହାଡିଆ ନାଳ ପାର ହେଉଛନ୍ତି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣା ବିକା ସହ ଜୀବନ କାଟୁଥିବା ବେଳେ ଛୋଟ ଛୋଟ ଛାତ୍ରୀଛାତ୍ର ଜୀବନକୁ ବାଜି ଲଗାଇ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। ଗାଁକୁ ରାସ୍ତା ନଥିବାରୁ ପିଲାମାନେ ବିଦ୍ୟାଳୟ ଯିବା ତ ଦୂରର କଥା, ଦେହ ଖରାପ ହେଲେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ନଯିବା ଯୋଗୁ ସ୍ବାସ୍ଥ୍ୟ ସେବା ଏମାନଙ୍କ ପାଇଁ ସାତ ସପନ। ଏହି ଅଞ୍ଚଳର ଲୋକମାନେ ସାଧାରଣତଃ ପଡୋଶୀ ପଞ୍ଚାୟତ ମାଣ୍ଡିମେରା ଓ ବ୍ଲକ ସଦର ମହକୁମା ମୋହନା ଉପରେ ନିର୍ଭର କରିଥାନ୍ତି। ହେଲେ ବର୍ଷା ହେଲେ ଏହି ଅଞ୍ଚଳ କଥା ନକହିବା ଭଲ। ଯେତିକି ଅଳ୍ପ ବହୁତ ରାସ୍ତା ଅଛି ତାହା ପୁଣି ଚିକିଟା ମାଟିରେ ଭରପୁର। ଫଳରେ ବାଇକ୍‌ ହେଉ କିମ୍ବା ପାଦ ଚଲା ଚାଲିବା ବହୁତ କଷ୍ଟକର। ତେବେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ପାଖରେ ଦାବି ଜଣାଇ ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି। ମୌଳିକ ସୁବିଧା ନ ପାଇ ଅଞ୍ଚଳବାସୀ ବର୍ତ୍ତମାନ ହତାଶ। ଏହା ସହ ଗତ କିଛି ବର୍ଷ ପୂର୍ବେ ସେହି ଅଞ୍ଚଳର ବାସିନ୍ଦା ଆମ୍ବ ଟାକୁଆ ଖାଇ ସ୍ବାସ୍ଥ୍ୟ ସେବା ନ ପାଇ ମୃତ୍ୟୁବରଣ କରିଥିବା ବେଳେ ଆଜି ମଧ୍ୟ ସେହି ଅଞ୍ଚଳ ଜନସାଧାରଣ ସମସ୍ତ ସୁବିଧାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଗରଡ଼ମା ଠାରେ ଜନଶୁଣାଣୀ ଶିବିର ଥିବାବେଳେ ସ୍ଥାନୀୟ ଜନସାଧାରଣ ନଦୀ ଉପରେ ଶଙ୍ଖ(ପୋଲ) ନିର୍ମାଣ କରିବା ନିମନ୍ତେ ଦାବି କରିବେ ବୋଲି କହିଛନ୍ତି। ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଲୋକଙ୍କ ଅସୁବିଧା ସୁଧାରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri