ରାଜ୍ୟରେ ରଦ୍ଦହେବ ଅନେକ ପୁରୁଣା ଆଇନ, ନୂଆ ମଧ୍ୟରେ ରହିଛି…

ଭୁବନେଶ୍ୱର,୮ା୧୧(ସୁନିତ୍‌ ମିଶ୍ର): ଓଡ଼ିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ବ୍ରିଟିଶ ଅମଳର ୩ ଆପରାଧିକ ଆଇନ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଗତ ଜୁଲାଇ ୧ରୁ ସାରା ଦେଶରେ ଲାଗୁ କରିଛନ୍ତି। ଏହି ୩ ଆଇନକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଂଶସା କରି କହିଛନ୍ତି, ଓଡ଼ିଶାରେ ଆଇନ କ୍ଷେତ୍ରରେ ସଂସ୍କାର ଅଣାଯିବ। ଆମ ଦେଶରେ ଆଇନକାନୁନ ବହୁତ ଅଧିକ। ସେଥିରୁ ଅଧିକାଂଶ ଆଉ ପ୍ରାସଙ୍ଗିକ ନୁହେଁ। ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ୧୫୫୦ରୁ ଅଧିକ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଗୁରୁବାର ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୂର୍ବ ସରକାରରେ ଆଇନର ଶାସନ କାର୍ଯ୍ୟକାରୀ କରିବାକୁ ଇଚ୍ଛାଶକ୍ତିର ଅଭାବ ଥିଲା। ଆମ ଦେଶରେ ବିଭିନ୍ନ ଅପରାଧକୁ ସମାଧାନ କରିବା ପାଇଁ ଆଇନର ଅଭାବ ନାହିଁ, ଯଦି ଅଭାବ ଅଛି ସେଇଟା ହେଉଛି କାର୍ଯ୍ୟକାରୀ କରିବାରେ ଢିଲା ମନୋଭାବ। ମହିଳା ହିଂସା ସମ୍ପର୍କିତ ମକଦ୍ଦମାର ଦଣ୍ଡ ବିଧାନ ହାର ଏକକ ସଂଖ୍ୟାରେ ଅଛି। ୨୦୨୨ ସୁଦ୍ଧା ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ଏହି ହାର କେବଳ ୯.୩% ଯାହା ଲଜ୍ଜାଜନକ। ପୂର୍ବ ସରକାର ପ୍ରତିଦିନ ମହିଳା ସଶକ୍ତୀକରଣ କଥା କହୁଥିଲେ। ଓଡ଼ିଶାର ଏହି ଲଜ୍ଜାଜନକ ପରିସ୍ଥିତି ପାଇଁ ଖାମଖିଆଲି ଢଙ୍ଗରେ ତଦନ୍ତ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିଲା। କିନ୍ତୁ ବର୍ତ୍ତମାନ ଏସବୁ ଚାଲିବ ନାହିଁ। ଆଇନ ମନ୍ତ୍ରୀଙ୍କୁ ନିବେଦନ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କରନ୍ତୁ ଏବଂ ଆବଶ୍ୟକ ହେଲେ ସ୍ବତନ୍ତ୍ର କୋର୍ଟ ସ୍ଥାପନା କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗତ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇଥିବା ୩ଟି ଆଇନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଭାରତୀୟ ସମ୍ବିଧାନ ଏବଂ ନ୍ୟାୟ ସଂହିତା। ଏହି ସଂହିତାକୁ ଆଧାରକରି ଆମ ନ୍ୟାୟ ବ୍ୟବସ୍ଥା ପରିଚାଳିତ ହୋଇଥାଏ। କିନ୍ତୁ ୧୮୬୦ରୁ ବ୍ରିଟିଶ ସରକାର ଯେଉଁ ସଂହିତାର ପ୍ରଣୟନ କରିଥିଲେ ତାକୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପାଳନ କରୁଥିଲୁ। କିନ୍ତୁ ଭାରତ ପରି ଏକ ବିବିଧତାରେ ପରିପୂର୍ଣ୍ଣ ସମାଜରେ ୧୬୪ ବର୍ଷର ନିୟମ କେତେଦୂର ପ୍ରାସଙ୍ଗିକ ସମସ୍ତେ ଜାଣନ୍ତି। ଏହାଛଡ଼ା ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଏତେ ପୁରୁଣା ଆଇନ ଉଚିତ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣରୂପେ କ୍ଷମତାସମ୍ପନ୍ନ ନ ଥିଲା।

ତେଣୁ ଏହାର ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ସରକାର ଏହି ନୂତନ ଆଇନକୁ ପ୍ରବର୍ତ୍ତନକଲେ। ନୂତନ ଭାବେ ପ୍ରଣିତ ଏହି ଆଇନକୁ ପୀଡ଼ିତ-କୈନ୍ଦ୍ରିକ କରାଯାଇଛି। ପୋଲିସର କାର୍ଯ୍ୟକୁ ନ୍ୟାୟ ଓ ବିଧିସଙ୍ଗତ କରିବା ପାଇଁ ମୂଳ ଆଇନ ଅର୍ଥାତ୍‌ ସିଆର୍‌ପିସିରେ ଅନେକ କିଛି ପରିବର୍ତ୍ତନ କରାଯାଇଛି। ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି। ଇଲେକ୍ଟ୍ରୋନିକ୍‌ ମାଧ୍ୟମ ସହ ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ୧୫ ବର୍ଷରୁ କମ୍‌ ଏବଂ ୬୦ ବର୍ଷର ବ୍ୟକ୍ତି, ଶାରୀରିକ ଓ ମାନସିକ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତି ତଥା ମହିଳା ଥାନାକୁ ନ ଯାଇ ମଧ୍ୟ ବିବୃତି ରେକର୍ଡ କରିପାରିବାର ବ୍ୟବସ୍ଥା, ପୋକ୍‌ସୋ ଆଇନରେ ୬୦ ଦିନ ମଧ୍ୟରେ ଫଇସଲାର ପ୍ରାବଧାନ, ସାଇବର କ୍ରାଇମ, ଅର୍ଗାନାଇଜଡ୍‌ କ୍ରାଇମ ଆଦି ବିଷୟରେ ଏହି ନୂତନ ସଂହିତାରେ ପ୍ରାବଧାନ ରଖାଯାଇଛି। ବିଭିନ୍ନ ପ୍ରକାରର ଛୋଟ ଛୋଟ ଅପରାଧ ପାଇଁ ଜେଲ କିମ୍ବା ଜରିମାନା ବଦଳରେ ସେମାନଙ୍କୁ ଗୋଷ୍ଠୀ ସେବା କରିବା ପାଇଁ ବ୍ୟବସ୍ଥା ରଖାଯାଇଛି। ଏହାଦ୍ୱାରା ଜେଲଗୁଡିକରୁ ଅତ୍ୟଧିକ ଭିଡ଼ କମିବା ସହ ଛୋଟ ଛୋଟ ଅପରାଧ ପାଇଁ ଜଣେ ବ୍ୟକ୍ତିକୁ ଅନ୍ୟ ବଡ ଅପରାଧୀଭାବେ ବିଚାର ନ କରି ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବ୍ୟବସ୍ଥାର ସରଳୀକରଣ ପାଇଁ ଆଇନର ପରିବର୍ତ୍ତନ କରାଯାଇଛି। ତେବେ ସାଧାରଣ ଲୋକେ ଯେତେବେଳେ ଆଇନକୁ ବୁଝିପାରିବେ, ସେତେବେଳେ ଆଇନର ଶାସନ ପ୍ରଭାବୀ ହୋଇପାରିବ। ଆଇନର ସରଳୀକରଣ ଓ ଏହାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଜାଗୃତୀକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ସାଧାରଣ ଲୋକ ନ୍ୟାୟ ପାଇପାରିଲେ ବ୍ୟବସ୍ଥା ଭଲ ଅଛି ବୋଲି କୁହାଯାଏ। ତେବେ ତୃଣମୂଳସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ତ୍ୱରିତ ନ୍ୟାୟ ପ୍ରଦାନ ହେଉଛି ଆଇନର ଉଦ୍ଦେଶ୍ୟ। ନୂଆ ଆଇନ ଲାଗୁହେଲା ପରେ କେତେକ ଅପରାଧର ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିଛି ବୋଲି ସେ କହିଛନ୍ତି। ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି, ଏହା ଏକ ଐତିହାସିକ ସମ୍ମିଳନୀ। ଆଇନ ସହ ଲୋକଙ୍କୁ ଯୋଡ଼ିବାର ପ୍ରୟାସ ସ୍ବାଗତଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri