ମିଛର ଅନେକ ଗୋଡ଼

ମିଛ ମିଠା। ସତ ଖଟା। ମିଛ ମିଠା ଏଇଥିପାଇଁ ଯେ ହୃଦୟହୀନଙ୍କୁ ଯଦି ‘ବଡ଼ା ଦିଲ୍‌ବାଲା’ କୁହାଯାଏ ସେ ଖୁସି ହେବେ କି ନାହିଁ କୁହନ୍ତୁ ତ, ସେ ନିଶ୍ଚୟ ଖୁସି ହେବେ। ହାତ ଦେଖାଳି କାହାକୁ ପ୍ରଶଂସା କରି କହିଲେ ସିନା ସେ କିଛି ପଇସା ପାଇବ। ଯଦି ସେ ସତ କହିବେ ମାନେ ଦୁଷ୍ଟ ଲୋକକୁ ଜାଣି ପାରି ଦୁଷ୍ଟ କହି ଦିଅନ୍ତି, ତେବେ କଥାଟା ଅଡୁଆ ଧରିବ ନିଶ୍ଚୟ। ପାଞ୍ଚ ପଇସା ବି ପାଇବ ନାହିଁ। ଓଲଟା ଧକ୍କା ଖାଇପାରେ। ତେଣୁ ସବୁଠୁ ନିରାପଦ ଦୁଷ୍ଟକୁ ଶିଷ୍ଟ, ଅସାଧୁକୁ ସାଧୁ, ଅସତୀକୁ ସତୀ, ଭୁଲକୁ ଠିକ୍‌ କହିବା ଏବଂ ଯେ ଯାହା ନୁହଁ ତାହା କହି ତାଙ୍କଠୁ କିଛି ପଇସା ହାତେଇବା। କୌଣସି ହାତ ଦେଖାଳି ସତ କହି ବେଉସା ବୁଡ଼ାଇବାକୁ ଚାହିଁବେ କାହିଁକି ? ବରଂ, ଛଅକୁ ନଅ କହି ଯାହା କିଛି ହାତେଇ ନେବା ବୁଦ୍ଧିମାନର କାମ। ହାତ ଦେଖାଳି ଜ୍ୟୋତିଷ ପ୍ରାୟତଃ ମୁହଁ ମିଠା କଥା କହିଥାନ୍ତି। ତାଙ୍କର କଥାକୁ ସତ ଧରି ନେବାକୁ ହୁଏ। ତାଙ୍କ ମିଛ କଥାକୁ ସତ ମଣି ଅନେକେ ଖୁସି ହୁଅନ୍ତି। ସବୁ ସମୟରେ ମିଛ ମିଠା ଲାଗେ ବୋଲି ତ ମିଛ ମୋହରେ ପଡ଼ିଥାନ୍ତି ପ୍ରାୟତଃ ସଭିଏଁ। ମିଛ କହିବାକୁ ପସନ୍ଦ କରନ୍ତି ଅନେକ। ସବୁଠି ସତ କହି ହରଡ଼ଘଣାରେ ପଡ଼ିବ କାହିଁକି, ବରଂ ମିଛ କହି ନ ଖସିବେ କାହିଁକି ? ଏଇ ଅସୁସ୍ଥ ବିଚାରଧାରା ହିଁ ଅନେକଙ୍କୁ ମିଛ କହିବାକୁ ପ୍ରୋତ୍ସାହିତ କରିଥାଏ। ଆଜିକାଲି ଏମିତି ସମୟରେ ଆମେ ପହଞ୍ଚିଛେ, ମିଛକୁ ଅନେକେ ଯେମିତି ଗ୍ରହଣ କରିନେଇଥାନ୍ତି, ସତକୁ ସହଜେ ଗ୍ରହଣ କରିପାରନ୍ତି ନାହିଁ, କୁଣ୍ଠାବୋଧ କରନ୍ତି। ଯଦି କିଏ କହନ୍ତି ଅମୁକ ଭଲ ଲୋକ ନୁହେଁ, ତାକୁ ଅନେକ ସତ ମଣିପାରନ୍ତି। ଯଦି କହିବେ ଅମୁକ ଭଲ ଲୋକ, ତେବେ ତହିଁରେ ସନ୍ଦେହ ବ୍ୟକ୍ତ କରିପାରନ୍ତି। ସେମିତି ଯଦି କୁହାଯାଏ, ଅମୁକ ଏଇ ସେଇ ପୁରସ୍କାର ପାଇଲେ ତାହା ଶୁଣି କିଏ ପ୍ରତିକ୍ରିୟା ରଖିପାରନ୍ତି, ହଁ ଧରାଧରି କରି ହାତେଇ ଥିବ। ଆଜିକାଲି ବି ଏମିତି ହେଉଛି। ତେଣୁ ସତ କଥାରେ ବି କରାଯାଏ ସନ୍ଦେହ ପ୍ରକଟ। ମିଛକୁ ସହଜରେ ଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା ବଢୁଛି, ଅନ୍ୟପାଖେ ସତକୁ ସ୍ବୀକାର କରୁଥିବା ଲୋକଙ୍କ ସଂଖ୍ୟା କମିଛି।
ମିଛ-ସତକୁ ନେଇ ଏକ ସୁନ୍ଦର କାହାଣୀ ରହିଛି,ତା’ର ଅବତାରଣା ନିମ୍ନରେ ଉଲ୍ଲେଖ କରୁଛି। ମିଛ ଓ ସତ ଥିଲେ ଦୁଇ ଭଉଣୀ। ରହୁଥିଲେ ଏକାଠି। ବୁଲୁଥିଲେ ଏକାଠି। ହେଲେ ତାଙ୍କ ଭିତରେ ଏକ ସର୍ତ୍ତ ଥିଲା। କେହି କାହାର ପୋଷାକ ପିନ୍ଧିବେ ନାହିଁ। ଏଇ ସର୍ତ୍ତ ମାନି ଦି’ ଭଉଣୀ କରୁଥିଲେ ଏକତ୍ର ସହାବସ୍ଥାନ। ହେଲେ ଦିନେ ଘଟିଗଲା ଏକ ଅଘଟଣ। ସର୍ତ୍ତରେ ଖିଲାପ କଲା ମିଛ। ଦୁହେଁ ଏକା ସମୟରେ ଯାଆନ୍ତି ଗାଧୋଇ। ଗାଧୋଇ ସାରି ଯେ ଯାହାର ପୋଷାକ ପିନ୍ଧି ନେଇଥାନ୍ତି। ହେଲେ ଦିନେ ଆଗୁଆ ଗାଧୋଇ ସାରି ମିଛ ସତର ପୋଷାକ ପିନ୍ଧି ଫେରାର ମାରିଲା ଯେ ଆଉ ଧରାଛୁଆଁ ଦେଲା ନାହିଁ। ସେଇ ସ୍ଥିତିରେ ସତ ମିଛର ପୋଷାକ ପିନ୍ଧିବାକୁ ବାଧ୍ୟ ହେଲା ଏବଂ ମିଛକୁ ଖୋଜି ବୁଲିଲା। ବୁଲିବୁଲି ନୟାନ୍ତ ହେଲା। ହେଲେ ସେଦିନଠୁ ଖୋଜି ଖୋଜି ସତ ମିଛକୁ ଆଉ ପାଉନାହିଁ। ମିଛ ସତର ପୋଷାକ ପିନ୍ଧି ସୁନ୍ଦର ଦେଖାଗଲା। ଆଉ ସତ ମିଛର ପୋଷାକରେ କଦାକାର ବନିଗଲା। ଏଇ ଧାରାରେ ସତ ହୋଇଯାଇଛି ଅସୁନ୍ଦର। ମିଛ ଲାଗୁଚି ସୁନ୍ଦର। ସତ ମିଛକୁ ଖୋଜି ହୋଇଛି କର୍କଶ ଓ କଠିନ, ମିଛ ସାଜିଛି ମିଠା ମଧୁର।
ସବୁଠୁ ଦୁଃଖ ଯେ ମିଛ ସବୁଠି ଅଧିକ ଗ୍ରହଣୀୟ ହେଉଛି। ସତକୁ ସହଜେ ଗ୍ରହଣ କରାଯାଉନାହିଁ । ମିଛ ପଛରେ କାମ କରୁଛି ଆଜିକାଲି ସ୍ବାର୍ଥ, କେବଳ ସ୍ବାର୍ଥ। ସ୍ବାର୍ଥ ନାହିଁ ତ ଗତି ନାହିଁ। ସ୍ବାର୍ଥ ଥିଲେ ସମ୍ପୃକ୍ତି, ନ ହେଲେ ନାହିଁ। ସ୍ବାର୍ଥ ପାଇଁ ମିଛ କହିବାରେ, ମିଛର ପକ୍ଷଭୁକ୍ତ ହେବାରେ ଦ୍ୱିଧାବୋଧ ରହୁନାହିଁ। ଅଧିକାରୀ ଲାଞ୍ଚୁଆ, ମିଛୁଆ ହୋଇଥିଲେ ସ୍ବାର୍ଥୀ ତଳିଆ କର୍ମଚାରୀ ବି ଲାଞ୍ଚ, ମିଛ ପକ୍ଷରେ ରହନ୍ତି। ମୁହଁ ଖୋଲି ମିଛ ବିରୋଧରେ କହନ୍ତି ନାହିଁ କାରଣ ଏଠି ସଂଖ୍ୟାଗରିଷ୍ଠ। ବରଂ ମିଛର ପିଠିରେ ସବୁଠି ମୋହର ମରାଯାଏ। ସ୍ବାର୍ଥର ଶିଡ଼ି ଲମ୍ବିଛି ତଳୁ ଉପର ପର୍ଯ୍ୟନ୍ତ। ସେମିତି ମିଛର ପାହାଚଚଢ଼ା ସୁଖ ଘାରୁଛି ଅନେକଙ୍କୁ। ମିଛର ଗୋଡ଼ ତଳେ ଆଶ୍ରୟ ନେଉଛନ୍ତି ସ୍ବାର୍ଥୀ। ମିଛ ବେଳକୁ ବେଳ ହେଉଛି ସଶକ୍ତ। ସତ ହେଉଛି ତେଜହୀନ, ଦୁର୍ବଳ ଯେମିତି ଦିନକୁ ଦିନ।
ସତ ଥାଏ ଯେଉଁଠି କି ସେଇଠି। ମିଛ ଚାଲିପାରେ। ଦୌଡ଼ି ପାରେ। ଆଉ ସତ ପକ୍ଷେ ଗୋଟେ କାନରୁ ଦି’ କାନ ହେବା ସହଜ ନ ଥାଏ। ହେଲେ ମିଛ ଚାଲି,ଦୌଡ଼, ଉଡ଼ି ବହୁ କାନରେ ସହସା ପହଞ୍ଚିପାରେ। ମିଛ ବ୍ୟାପେ। ମିଛର ବ୍ୟାପ୍ତି ପ୍ରଖର। ସତ ବ୍ୟାପି ପାରେନା।
ମିଛର ଆଦର ଆଜି ସବୁଠି। ମିଛ ସମସ୍ତଙ୍କର ପ୍ରିୟ ସାଜୁଛି, ସାଜିଛି। ସତଠୁ ଦୂରେଇ ଯାଉଛନ୍ତି ସଂଖ୍ୟାଗରିଷ୍ଠ। ସତ ହୋଇପାରୁନି ଅନେକଙ୍କ ପ୍ରିୟ। ସତ କହିଲେ କଷ୍ଟ। କହିବାକୁ ବି ଲାଗୁଚି କଷ୍ଟ। ପ୍ରାର୍ଥନାରେ ଯାହା ବୋଲାଯାଉଛି, ‘ସତ କହିବାକୁ କିଆଁ ଡରିବି’। ସତ କହିବାକୁ ଡର କାହିଁକି କୁହାଗଲେ ବି ତାହା କେବଳ ସେଇ ପ୍ରାର୍ଥନାରେ ସୀମିତ ରହିଯାଇଛି ଯେମିତି। ଲେଖାଯାଇଛି କେବଳ କାନକୁ ଭଲ ଶୁଣାଯିବା ପାଇଁ। ସେଇ ପ୍ରାର୍ଥନାର ସେଇ ପଂକ୍ତି କେବଳ ଆଳଙ୍କାରିକ ହୋଇଛି ସିନା ତାର ପ୍ରୟୋଗ ବିଧି ନାହିଁ କହିଲେ ଚଳେ। ସତ କହିବାକୁ ଅନେକଙ୍କୁ ଡର ମାଡୁଛି ଯେମିତି। ତଥାପି ଆଜିର ଦିନରେ ସତକୁ ଭଲ ପାଉଥିବା ଲୋକ ଅଛନ୍ତି। ହୋଇପାରେ ସେମାନଙ୍କ ସଂଖ୍ୟା ସୀମିତ, ନଗଣ୍ୟ। ଏବେ ବି ରହିଛନ୍ତି ସତ୍ୟପ୍ରିୟ। ସତ ସହିତ ତାଙ୍କର ଥାଏ ସହାବସ୍ଥାନ। କତିପୟ ସତ୍ୟପ୍ରିୟଙ୍କ ଯୋଗୁ ସତ ଏଠି ରହିଛି ସଙ୍କୁଚିତ ସ୍ଥିତିରେ ମଧ୍ୟ। ମିଛୁଆଙ୍କ ହାଉଯାଉ ଭିତରେ ସତ୍ୟପ୍ରିୟଙ୍କ ଉପସ୍ଥିତି ସତର ଆଲୋକକୁ ଉଜ୍ଜୀବିତ କରିରଖିଛି। ମିଛର ଯେତେ ସହସ୍ର ଗୋଡ଼ ଥାଉ, ଯେତେ ଡେଣା ଥାଉ ମିଛ ସବୁବେଳେ ମିଛ। ହୁଏତ ସେ ସମୟ ପାଇଁ, କିଛି ମୁହୂର୍ତ୍ତ ପାଇଁ ମିଛର ବହପ ଅନୁଭୂତ ହୋଇପାରେ। ହେଲେ ତାହା ସର୍ବକାଳୀନ ହୋଇପାରେନା। ସତ ମିଛ ଦ୍ୱାରା କିଛି କାଳ ହୋଇପାରେ କ୍ଷତିଗ୍ରସ୍ତ, କ୍ଷତାକ୍ତ। ସତ ଦିନେ ନା ଦିନେ ପ୍ରତିଷ୍ଠିତ ହୁଏ। ବହଳ ମିଛ ଅନ୍ଧକାରକୁ ଅତିକ୍ରମି ସତ୍ୟର ବିଚ୍ଛୁରିତ ହେବ। ସତ୍ୟପ୍ରିୟଙ୍କ ମୁହଁରେ ଧାରେ ହସର ଆଲୋକ ଖେଳିଯିବ, ଏଥିରେ ସନ୍ଦେହ ନାହିଁ। ଏକଥା ସ୍ପଷ୍ଟ ଶବ୍ଦରେ ଏଠି କହିବାରେ ଅସୁବିଧା ନାହିଁ।

  • ଧ୍ରୁବ ଚରଣ ଘିବେଲା
    ବଉଦରାଜ, ଜି. ବୌଦ୍ଧ
    ମୋ: ୯୪୩୭୪୭୮୪୬୬

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri