ଅନେକ ଶତାବ୍ଦୀର ପଙ୍କ

ଜନଗଣନା ଦ୍ୱାରା ଭାରତର ଜନଗଣଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଏ । ପୂର୍ବରୁ ଏହି ଜନଗଣନା ପ୍ରତ୍ୟେକ ୧୦ ବର୍ଷରେ ଥରେ ବ୍ରିିଟିଶ୍‌ ଶାସନ ସମୟରୁ ହୋଇଆସୁଛି। ଏହା ୧୮୭୨ରୁ ଆରମ୍ଭ ହୋଇ ୨୦୧୧ରେ ଶେଷ ଜନଗଣନା ହୋଇଛି। ପ୍ରତ୍ୟେକ ଦଶନ୍ଧିରେ ହେଉଥିବା ଏହି କାର୍ଯ୍ୟ ସବୁ ଥର ଅନେକ ତଥ୍ୟ ଯୋଗାଡ଼ କରୁଥିବାର ଉଦାହରଣ ଦେଖିବାକୁ ମିଳେ। ଦୁଃଖର ବିଷୟ ଯେ, ୨୦୨୧ ମସିହାରେ ପୁନର୍ବାର ହେବାକୁ ଥିବା ଜନଗଣନା କୋଭିଡ୍‌ ମହାମାରୀ ଶେଷ ହୋଇଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଆରମ୍ଭ କରାଯିବାର କୌଣସି ଖବର ମିଳୁନାହିଁ।
ଜନଗଣନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ୍‌ ସେନ୍‌ସସ୍‌ କମିଶନର ଅଫ୍‌ ଇଣ୍ଡିଆ ଦ୍ୱାରା କରାଯାଇଆସୁଛି। ୨୦୨୧ ଜନଗଣନା କୋଭିଡ୍‌ ଯୋଗୁ ବିଳମ୍ବ ହୋଇଥିବା ଦର୍ଶାଯାଉଥିଲେ ମଧ୍ୟ ଏହା ପଛରେ ସିଏଏ ଓ ଏନ୍‌ଆର୍‌ସି ଭଳି କାରଣ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ଅକ୍ଟୋବର ୨ରେ ବିହାରର ଜାତିଭିତ୍ତିକ ସର୍ଭେ ତଥ୍ୟ ପ୍ରକାଶ ପାଇବା ପରେ ପୁନର୍ବାର ଜନଗଣନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ଏଭଳି ଜାତିଭିତ୍ତିକ ଜନଗଣନା କରୁ ବୋଲି ଦାବି କରୁଛନ୍ତି। ଯଦିଓ ସମ୍ବିଧାନ ରାଜ୍ୟକୁ ଜନଗଣନା କରିବାକୁ ଅନୁମତି ଦେଇନାହିଁ, ତଥାପି ସୁପ୍ରିମ୍‌କୋର୍ଟ ରାଜ୍ୟସ୍ତରରେ ଚାକିରି, ଶିକ୍ଷା ଓ ନିର୍ବାଚିତ ସଂସ୍ଥାଗୁଡ଼ିକରେ ପଛୁଆବର୍ଗଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ସେହି ଆଧାରରେ ସମ୍ପ୍ରତି ବିହାରର ନୀତୀଶ ସରକାର ଜାତିଭିତ୍ତିକ ଜନଗଣନାରେ ପଛୁଆ ବର୍ଗଙ୍କ ସମେତ ଅନ୍ୟସବୁ ଜାତିର ତଥ୍ୟ ସଂଗ୍ରହ କରିଛନ୍ତି।
ଭାରତରେ ଜାତି ସାମାଜିକ, ଆର୍ଥିକ ଓ ରାଜନୈତିକ ଜୀବନରେ ପ୍ରମୁଖ ଭୂମିକା ନେଉଥିବାବେଳେ ଏ ସମ୍ପର୍କରେ ଦେଶରେ କୌଣସି ବିଶ୍ୱସନୀୟ ଓ ପର୍ଯ୍ୟାପ୍ତ ତଥ୍ୟ ଏଯାବତ୍‌ ନାହିଁ। ସାମାଜିକ ନ୍ୟାୟ ନିଶ୍ଚିତ କରିବା ଲାଗି ସମ୍ପ୍ରତି ଜାତିଭିତ୍ତିକି ଜନଗଣନାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି। କିନ୍ତୁ ସୂଚିତ କରାଯାଇପାରେ ଯେ, ୧୯୩୧ ଜନଗଣନାରେ ନିର୍ଦ୍ଧାରିତ ଜାତି ତଥ୍ୟ ଆଧାରରେ ୮୦ ଦଶକରେ ମଣ୍ଡଳ କମିଶନ ରିପୋର୍ଟ ଅନୁଯାୟୀ ପଛୁଆବର୍ଗଙ୍କୁ ଚିହ୍ନଟ କରାଯାଇ ସଂରକ୍ଷଣ ଦିଆଯାଉଛି। ଏହା ଏବେ ସୁଦ୍ଧା ଅନେକ ରାଜ୍ୟରେ କାର୍ଯ୍ୟକାରୀ ହୋଇପାରିନାହିଁ। ଅନ୍ୟପକ୍ଷରେ ୨୦୧୧ ଜନଗଣନାରେ ଜାତି, ଉପଜାତି ଓ ବଂଶ ଆଦିର ୪୬ ଲକ୍ଷ ସାଙ୍ଗିଆ ନିରୂପଣ କରାଯାଇଥିଲା, ଯେଉଁଥିରେ ଅନେକ ତ୍ରୁଟି ଥିବାରୁ ତାହାକୁ ମଧ୍ୟ ବ୍ୟବହାର କରାଯାଇପାରୁନାହିଁ। ଏହିି ତଥ୍ୟ ଉପରେ ସମୀକ୍ଷାର ଆବଶ୍ୟକତା ରହିଛି। ତେବେ ବିହାର ସରକାର ଖୁବ୍‌ ତରବରିଆ ଭାବେ ଜାତି ଜନଗଣନା ଶେଷ କରିବା ସହ ଛତିଶଗଡ଼, ମହାରାଷ୍ଟ୍ର ଓ ଓଡ଼ିଶା ମଧ୍ୟ ଜାତିଭିତ୍ତିକ ଜନଗଣନା କରିବାକୁ ଆଗଭର ହୋଇଛନ୍ତି। ୨୦୧୧ ଜାତୀୟ ଜନଗଣନାରେ ଯେଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି, ସେହିଭଳି ତରବରିଆ ଭାବେ ଏହା ନିର୍ଦ୍ଧାରଣ କରାଯିବା ଠିକ୍‌ ନୁହେଁ। ଅତୀତକୁ ଫେରିଲେ କର୍ନାଟକର ସିଦ୍ଦରାମେୟା ସରକାର ୨୦୧୫ରେ ଜାତିଭିତ୍ତିକ ସର୍ଭେ ଆରମ୍ଭ କରିଥିଲେ। କିନ୍ତୁ ତାହା ୨୦୧୮ ନିର୍ବାଚନ ପୂର୍ବରୁ ଅଟକି ଗଲା ଓ ଏହା ଏଯାବତ୍‌ ପ୍ରକାଶ ପାଇପାରିନାହିଁ। ତାମିିଲନାଡ଼ୁ ସରକାର ବାନିୟାର ବର୍ଗଙ୍କୁ ସ୍ବତନ୍ତ୍ର ସଂରକ୍ଷଣ ଦେବା ଲାଗି ୨୦୨୦ରେ ଗଣନା ଆରମ୍ଭ କରିଥିଲେ ମଧ୍ୟ ତାହା ଏବେ ଅନିଶ୍ଚୟତାରେ ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ତୃଣମୂଳ ସ୍ତରରୁ ଠିକ୍‌ ଓ ବିଶ୍ୱସନୀୟ ତଥ୍ୟ ସଂଗ୍ରହ କରାନଗଲେ ତାହାକୁ ଆଧାର କରି କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଲାଗୁ କଲେ ଫଳଫ୍ରଦ ହେବାର ସମ୍ଭାବନା କମ୍‌। ଜାତିମାନ୍ୟତା କିମ୍ବା ସଂରକ୍ଷଣ ବହୁ ସମୟରେ ଦେଶରେ ଗମ୍ଭୀର ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି କରିବାର ନଜିର ରହିଛି। ମଣ୍ଡଳ କମିଶନ ଅନୁଯାୟୀ ସଂରକ୍ଷଣ ହେଉ କିମ୍ବା ଏବେ ମେଇତିକୁ ଆଦିବାସୀ ମାନ୍ୟତା ଦେବାର ନିର୍ଦ୍ଦେଶ ମଣିପୁରକୁ ଅଶାନ୍ତ କରିବା ଘଟଣା ହେଉଛି ଏହାର ଦୃଷ୍ଟାନ୍ତ। ମନେରଖିବାକୁ ହେବ ଯେ, ଭାରତରେ ବସବାସ କରୁଥିବା ଜାତିବର୍ଗ ମଧ୍ୟରେ ଜାତିକୁ ନେଇ ବିଭିନ୍ନ ସ୍ଥାନରେ କିମ୍ବା ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ପ୍ରଭେଦ ରହିଆସିଛି, ଯାହାକୁ ସରକାର ଚିହ୍ନଟ କରିବା କଷ୍ଟକର। ଏକବିଂଶ ଶତାବ୍ଦୀରେ ଧର୍ମ, ଜାତି ଏବଂ ବର୍ଗ ଭଳି ବିଷୟକୁ ଛାଡ଼ି ଭାରତବର୍ଷ ମାନବ ସମ୍ବଳର ଉନ୍ନତି କରିବା କଥା। ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ, ଆମର ପ୍ରଚଳିତ ସାମାଜିକ ବ୍ୟବସ୍ଥା ପୂର୍ବ ଶତାବ୍ଦୀଗୁଡ଼ିକ ତୁଳନାରେ ଉନ୍ନତ ସ୍ତରରେ ପହଞ୍ଚତ୍ପାରୁନାହିଁ। ଚନ୍ଦ୍ରରେ ଓହ୍ଲାଇବା କିମ୍ବା ଜି୨୦ ସଭାର ଆୟୋଜନ କରିବା ଯାହା ବିଭାଘରେ ତମ୍ବୁ ବାନ୍ଧି ସାଇପଡ଼ିଶାଙ୍କୁ ବିରିୟାନି ଖୁଆଇବା ସମାନ ପ୍ରକାରର କାର୍ଯ୍ୟ। ଅର୍ଥାତ୍‌ ପୁରାତନ ଭାରତର ପଙ୍କରେ ଆମେ ଏବେ ମଧ୍ୟ ବୁଡ଼ିରହିଛୁ। ବୈଜ୍ଞାନିକ ଅଗ୍ରଗତିର ସାମାଜିକ ପ୍ରଭାବ ପଡ଼ୁନଥିବାରୁ ତାହା ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଯାଉଛି। ସାଧାରଣ ଭାରତୀୟ ନାଗରିକର ଜୀବନରେ ଜି୨୦ ଭଳି ଜାକଜମକ କୌଣସି ଉନ୍ନତି ଆଣିଦେବ ନାହିଁ। ଏହାକୁ ସ୍ବୀକାର କରି, ନମ୍ର ହୋଇ, ଲୋକଙ୍କ ମଙ୍ଗଳ ପାଞ୍ଚତ୍ପାରିଲେ ଭବିଷ୍ୟତ ମଙ୍ଗଳମୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri