ଭାଜପାରେ ମିଶିବାକୁ ବହୁ ବିଜେଡି ନେତାଙ୍କ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’-ମନମୋହନ

ଭୁବନେଶ୍ୱର,୨।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ଭାଜପା ମୁଖ୍ୟ ମନମୋହନ ସାମଲ।

ସେ କହିଛନ୍ତି ଯେ, ‘ବିଜେଡିର ଅନେକ ନେତା ଭାଜପାରେ ମିଶିବା ଲାଗି ଆବେଦନ କରିଛନ୍ତି। ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ଭାଜପାରେ ମିଶିଲେ, ୨ ରାଜ୍ୟସଭା ସାଂସଦ ମଧ୍ୟ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭାଜପାରେ ମିଶିବାକୁ ନିବେଦନ କରୁଛନ୍ତି। ତେବେ ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ”।

ନିକଟରେ ରାଜ୍ୟସଭା ଏମପି ମମତା ମହାନ୍ତ, ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ମମତା ଭାଜପା ପକ୍ଷରୁ ପୁନର୍ବାର ରାଜ୍ୟସଭା ଯାଇ ସାରିଥିବା ବେଳେ ଆଗକୁ ସୁଜିତଙ୍କୁ ମଧ୍ୟ ପାର୍ଟି ସମାନ ଉପହାର ଦେଇପାରେ।

ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ବିଜୁ ଜନତା ଦଳ(ବିଜେଡି) ପ୍ରଥମ ଥର ପାଇଁ କ୍ଷମତାଚ୍ୟୁତ ହୋଇଛି। ନିର୍ବାଚନ ସମୟରେ ଅନେକ ନେତା ଟିକେଟ ନ ପାଇ ଦଳଛାଡି ଭାଜପାରେ ମିଶିଥିଲେ। ଏଥିରେ ସମୀର ଦାଶଙ୍କ ପରି ବହୁ ବରିଷ୍ଠ ନେତା ଥିଲେ। ତେବେ ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅନ୍ତଃକନ୍ଦଳ ବଢୁଥିବା ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଭାଜପା ମୁଖ୍ୟ ମନମୋହନଙ୍କ ଏପରି ବୟାନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri