ଅକ୍ଷୟଙ୍କ ସହ ‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ ମାନୁଷି! ଅଭିନେତ୍ରୀ କଲେ ଖୁଲାସା

ମୁମ୍ବାଇ: ୨୦୧୭ରେ ମିସ ୱାଲର୍‌ଡ ଟାଇଟଲ ଜିତିଥିବା ଅଭିନେତ୍ରୀ ମାନୁଷି ଚିଲ୍ଲର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ନିକଟରେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମାନୁଷିଙ୍କ ସହ ବିକି କୌଶଲ ନଜର ଆସିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ‘ତେହେରାନ’ରେ ଦେଖିବାକୁ ମିଳିବ। ବର୍ତ୍ତମାନ ଖବର ଆସୁଛି ଯେ ତାଙ୍କୁ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ରେ ମଧ୍ୟ ଦେଖିବାକୁ ମିଳିବ। ମାନୁଷି ନିକଟରେ ଏକ ବାର୍ତ୍ତାଳାପ ସମୟରେ ଖୁଲାସା କରିଛନ୍ତି ଯେ ସେ ଏହି ଚଳଚ୍ଚିତ୍ରରେ ସାମିଲ କି ନୁହେଁ।

ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ମାନୁଷୀ ଜଣେ ହ୍ୟାକର ଭୂମିକାରେ ଅଭିନୟ କରିବେ। ବାର୍ତ୍ତାଳାପ ସମୟରେ ଅଭିନେତ୍ରୀଙ୍କୁ ପଚରାଯାଇଥିଲା ଯେ, ସେ ଏହି ଫିଲ୍ମରେ ହ୍ୟାକର ଭୂମିକାରେ ଅଭିନୟ କରୁଛନ୍ତି କି? ଏହା ଉପରେ ସେ କହିଥିଲେ, ମୁଁ ଜଣେ ହ୍ୟାକର ଭୂମିକାରେ ଅଭିନୟ କରୁନାହିଁ। ବୋଧହୁଏ ମୁଁ ଏହି ଚଳଚ୍ଚିତ୍ରରେ ଆଦୌ ନାହିଁ । କିଛି ସମୟ ପୂର୍ବରୁ ଏକ ସୂତ୍ର ଖୁଲାସା କରି କହିଥିଲା ଯେ, ‘ବଡେ ମିୟାଁ ଛୋଟେ ମିୟାଁ’ରେ ମାନୁଷୀ ଜଣେ ହ୍ୟାକର ଭୂମିକାରେ ନଜର ଆସିବେ ଏବଂ ତାଙ୍କ ଚରିତ୍ର ଫିଲ୍ମରେ କିଛି ରୋଚକ ମୋଡ଼ ଆଣିବ।
ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ‘ବଡେ ମିୟାଁ ଛୋଟେ ମିୟାଁ’ରେ ମୁଖ୍ୟ ଭୂମିକାରେ ଅଛନ୍ତି। ଅକ୍ଷୟଙ୍କ ସହ ଏହା ମନୁଷୀଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବ୍ବାସ ଜାଫର। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୨୦୨୪ ରେ ଇଦ ଅବସରରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ୟୁରୋପ ଏବଂ ୟୁଏଇରେ ଶୁଟିଂ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri