ନାଁକୁ ଚାଲିଛି ଖତ ପ୍ରକ୍ରିୟାକରଣ,ବର୍ଜ୍ୟବସ୍ତୁ ପରିଚାଳନା

ଜଗତ୍‌ସିଂହପୁର ଅଫିସ,୧୭ା୨: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଖତ ପ୍ରକ୍ରିୟାକରଣ (ଏମ୍‌ସିସି) ଏବଂ ବର୍ଜ୍ୟବସ୍ତୁ ପରିଚାଳନା (ଏମ୍‌ଆର୍‌ଏଫ୍‌) ପାଇଁ ପ୍ଲାଣ୍ଟ ସ୍ଥାପନ କରିବାକୁ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପାରାଦୀପ ପରେ ଜଗତ୍‌ସିଂହପୁର ସହରର କଲେଜ ଛକ ନିକଟରେ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ ବସିଛି। କିନ୍ତୁ ଏହା ଲକ୍ଷ୍ୟ ପୂରଣ କରିପାରୁନାହିଁ। ପ୍ଲାଣ୍ଟକୁ ସହରର ବିଭିନ୍ନ ୱାର୍ଡରୁ ଆଶାଜନକ ପନିପରିବା ଚୋପା, ପ୍ଲାଷ୍ଟିକ, କାଚ, ଟିଣ ଆଦି ଆସିପାରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ବଡ଼ପ୍ଲାଣ୍ଟର ଆବଶ୍ୟକତା ଥିବାବେଳେ କମ୍‌ ପରିମାଣର ଜମିରେ ଏହାକୁ ସ୍ଥାପନ କରାଯାଇଛି। ଫାଟକ ନ ଥିବାରୁ ପ୍ଲାଣ୍ଟ ପରିସରରେ ଗାଈଗୋରୁ ପଶିଯାଉଛନ୍ତି। ଖତ ଶୁଖାଇବା ପାଇଁ ବଡ ଚଟାଣର ଆବଶ୍ୟକତା ଥିବାବେଳେ ତାହା ନାହିଁ। ଅଳିଆ ସଂଗ୍ରହ କରୁଥିବା ବିଓଭି (ଗାଡି)ଗୁଡିକ ମଧ୍ୟରୁ ଏକାଧିକ ବିଭିନ୍ନ ସମୟରେ ଖରାପ ରହୁଛି। ସହରବାସୀଙ୍କୁ ସୁରକ୍ଷିତ ସ୍ଥାନରେ ସେମାନଙ୍କ ଅଦରକାରୀ ବସ୍ତୁ ଓ ଅଳିଆ ଆବର୍ଜନା ରଖିବା ପାଇଁ ସଚେତନ କରାଯାଉନାହିଁ । ଏହିଭଳି ଅନେକ ଅଭାବ ବାସ୍ତବ ଲକ୍ଷ୍ୟ ପୂରଣରେ ଅନ୍ତରାୟ ସୃଷ୍ଟି କରିଛି । ଅନ୍ୟପଟେ ସହରରୁ ଅଳିଆ ଉଠାଯାଇ ପାରୁ ନ ଥିବାରୁ ଦୂଷିତ ପରିବେଶ ସାଙ୍ଗକୁ ମଶା ଉପଦ୍ରବ ଚିନ୍ତାର କାରଣ ହୋଇଛି ।
କଲେଜ ଛକ ନିକଟ ୧୦ ନମ୍ବର କେନାଲ ଓ ଅଳକା ନଦୀ ମଧ୍ୟଭାଗରେ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ ଗୋଟିଏ ସ୍ଥାନରେ ହୋଇଛି । ପ୍ରତ୍ୟହ ଜଗତ୍‌ସିଂହପୁର ସହରର ୨୧ଟି ୱାର୍ଡରୁ ୧୨ଟି ବିଓଭି (ଗାଡି) ଓ ୩ଟି ଟ୍ରାକ୍ଟର ଯୋଗେ ଅଳିଆ, ବର୍ଜ୍ୟବସ୍ତୁ ଏହି ସ୍ଥାନକୁ ଆସୁଛି। ପନିପରିବା ଚୋପା ଆଦିକୁ ଖତ କରିବା ଉଦ୍ଦେଶ୍ୟରେ ଏମ୍‌ସିସି ପ୍ଲାଣ୍ଟ ଭିତରକୁ ନିଆଯାଉଛି। ତା’ଭିତରେ ୧୪ଟି କୁଣ୍ଡ ରହିଛି। ଚୋପାଗୁଡିକୁ ଗୋଟେ ପରେ ଗୋଟେ କୁଣ୍ଡରେ ପଚାଯିବା ପାଇଁ ଭରାଯାଉଛି । ଗୋଟେ କୁଣ୍ଡରୁ ଖତ ବାହାରିବା ପାଇଁ ୨୧ ଦିନ ଲାଗୁଛି । ଏହା ଭିତରେ ଏକ ବ୍ୟାରେଲରେ ୫ ଲିଟର ଦହି ଓ ୩ କିଲୋଗ୍ରାମ ଗୁଡ଼କୁ ଗୋଳାଯାଇ ୭ ଦିନ ରଖାଗଲା ପରେ ବ୍ୟବହାର କରାଯାଉଛି। ଅର୍ଥାତ୍‌ ପ୍ରତି କୁଣ୍ଡରେ ଏହି ଗୋଳା ଛିଞ୍ଚନ ସହ ଶଢ଼ାଯାଉଛି। ଏହି କାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୪ ଜଣ ମହିଳା ନିୟୋଜିତ ହୋଇଛନ୍ତି। ତା’ପରେ ଏହାକୁ ବାହାର ପିଣ୍ଡିରେ ଶୁଖାଯାଉଛି। ଭଲ ଭାବେ ଶୁଖିଗଲାପରେ ଖତ ଉଦ୍ଦେଶ୍ୟରେ ଟ୍ରେସର ମେଶିନ୍‌ରେ ଗ୍ରାଇଣ୍ଡ କରାଯାଉଛି। ସେଥିରୁ ଯେଉଁ ଖତ ବାହାରୁଛି ସେଗୁଡିକୁ ୫ କିଲୋଗ୍ରାମ କାଗଜ ପ୍ୟାକେଟ୍‌ ହେଉ ଅବା ଅର୍ଡର ମୁତାବକ ବସ୍ତାରେ ଭରାଯାଇ କିଲୋଗ୍ରାମ ପ୍ରତି ୨୦ ଟଙ୍କା ଦରରେ ବିକ୍ରି ହେଉଛି। ଅବଶିଷ୍ଟକୁ ପୁଣି ଶୁଖାଯାଇ ଖତ କରାଯାଉଛି। ଜୈବିକ ଖତ ହୋଇଥିବାରୁ ଏହାର ଚାହିଦା ରହୁଛି। ବାଲିକୁଦାର ଏକ ଆଶ୍ରମ, ଉଦ୍ୟାନ କୃଷି ଓ କୃଷି ବିଭାଗକୁ ଏହି ଖତ ଅଧିକ ପରିମାଣରେ ବିକ୍ରି ହେଉଛି। କିନ୍ତୁ ଯେତିକି ପରିମାଣର ଖତ ହେବା କଥା ସେଭଳି ହେଉନାହିଁ । ଅନ୍ୟପଟେ ବିଭିନ୍ନ ପ୍ରକାର ଜରି, ଲୁହା ଟିଣ, କାଚ, ଭଙ୍ଗା ଲୁହା, ମେଡିସିନ୍‌ ଖୋଳ ଆଦି ଏମଆର୍‌ଏଫ୍‌ ପ୍ଲାଣ୍ଟରେ ଗଦା ହେଉଛି। ସେଗୁଡିକୁ ପୃଥକୀକରଣ ପାଇଁ ୫ ଜଣ ମହିଳା ନିୟୋଜିତ ରହୁଛନ୍ତି। ସେମାନେ ପୃଥକ୍‌ ସାମଗ୍ରୀକୁ ବସ୍ତାରେ ଭରି ରଖୁଛନ୍ତି । କବାଡ଼ିଆ ଦୋକାନୀ ବଜାର ଦର ଅନୁସାରେ ଏସବୁ କିଣୁଛନ୍ତି।
ଏ ସମ୍ପର୍କରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ନାନା ଅଭାବ ଥିବା ସ୍ବୀକାର କରିଛନ୍ତି। ଏଥିସହ ଆଉ ଗୋଟେ ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ସେ କହିଥିଲେ, ଏନେଇ ଜମି ଚିହ୍ନଟ ସରିଲାଣି। ତେବେ ଆବଶ୍ୟକ ସଂଖ୍ୟକ ଝାଡୁଦାର ଓ ଅନ୍ୟାନ୍ୟ ଅଭାବ କାରଣରୁ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଏଜେନ୍ସିକୁ ସମର୍ପିତ କରାଯିବ। ଏଜେନ୍ସି ମେଶିନ୍‌, ଗାଡି, ଲୋକ ଆଦି ଲଗାଇ ସଫାସୁତୁରା କରିବ। ସହର ମୁଖ୍ୟ ରାସ୍ତା ଦିନକୁ ୨ ବେଳା ସଫା କରାଯିବ। ମାର୍ଚ୍ଚ ମାସ ଭିତରେ ଟେଣ୍ଡର ସରିବ। ଏପ୍ରିଲରୁ ଏଜେନ୍ସି କାମ ଆରମ୍ଭ କରିବ ଓ ପରିଷଦ ଅନୁଧ୍ୟାନ କରିବ। ସେହିପରି ଆଦର୍ଶ ଶ୍ମଶାନକୁ ଯିବା ବାଟରେ ଅଳିଆ ଗଦା ହୋଇ ରହୁଥିବାରୁ ନଦୀ ପଟୁଆରେ ଏଗୁଡ଼ିକୁ ପକାଯିବା ପାଇଁ ଚିନ୍ତା କରାଯାଇଥିବା ଅର୍ଚ୍ଚନା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri