ଖତ ହେଉଛି ଜବତ ଗାଡ଼ି

ଅନୁଗୋଳ ଅଫିସ, ୪ା୯ – ଖତ ଖାଉଛି କୋଟି କୋଟି ଟଙ୍କାର ଗାଡ଼ି। ନୂଆ ମଡେଲ ଠାରୁ ଆରମ୍ଭ କରି ପୁରୁଣା ସ୍କୁଟର ପର୍ଯ୍ୟନ୍ତ ବହୁ ଗାଡ଼ି ବର୍ଷ ବର୍ଷ ଧରି ପଡ଼ିରହିଛି ଥାନାରେ। ଜିଲାର ବିଭିନ୍ନ ଥାନା, ଅବକାରୀ କାର୍ଯ୍ୟାଳୟରେ ଏହି ସଂଖ୍ୟା ସର୍ବାଧିକ। ଏଠାରେ ରକ୍ଷଣାବେକ୍ଷଣର କିଛି ସୁବିଧା ନ ଥିବାବେଳେ ଅଧିକାଂଶ ଫେରସ୍ତ ମଧ୍ୟ ହୋଇପାରୁ ନାହିଁ। ନିଲାମ ପ୍ରକ୍ରିୟାରେ ସରକାରୀ ଆଇନ ପ୍ରତିବନ୍ଧକ ସାଜୁଥିବାରୁ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ସୂଚନା ମିଳିଛି।
ଅନୁଗୋଳ ଜିଲାରେ ୨୨ଟି ଥାନା ରହିଛି। ଏସବୁ ଥାନାରେ ଦୈନିକ ଏକାଧିକ ମାମଲା ରୁଜୁ ହେଉଛି। ତେବେ ସଡ଼କ ଦୁର୍ଘଟଣାଜନିତ ମାମଲାରେ ଥାନାକୁ ଅଧିକ ଗାଡ଼ି ଟଣାହୋଇ ଆସୁଛି। ସେହିପରି ସଂଗଠିତ ଅପରାଧରେ ବ୍ୟବହୃତ ଓ ଚୋରାଗାଡ଼ିକୁ ଜବତ କରାଯାଇ ଥାନାରେ ରଖାଯାଉଛି। ଜବତ ଗାଡ଼ି ମଧ୍ୟରୁ ଅଧିକାଂଶ ବାଇକ୍‌ ହୋଇଥିବାବେଳେ ଅଟୋ ଠାରୁ ନେଇ ଦାମୀ ଚାରିଚକିଆ ଓ ରୋଲର ମଧ୍ୟ ରହିଛି। ତଦନ୍ତ ଓ କାଗଜପତ୍ର ଯାଞ୍ଚପରେ ଚୋରା ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ମଧ୍ୟରୁ କିଛି ଗାଡ଼ିମାଲିକଙ୍କୁ ହସ୍ତାନ୍ତର କରାଯାଉଛି। ଦେଖିବାକୁଗଲେ ମାତ୍ର ୬୦ ପ୍ରତିଶତ ଗାଡ଼ି ସମୟସୀମା ମଧ୍ୟରେ ଥାନାରୁ ଫେରୁଛି। ବାକି ୪୦ ପ୍ରତିଶତ ଆଇନଗତ ସମସ୍ୟା ଓ ବିଳମ୍ବିତ ତଦନ୍ତ ପାଇଁ ଥାନା ପରିସରରେ ପଡ଼ିରହୁଛି। ସେହିପରି ପଡ଼ିରହୁଥିବା ଗାଡ଼ିର ପ୍ରାୟ ୧୦ ପ୍ରତିଶତ କ୍ଷେତ୍ରରେ କୌଣସି ଦାବିଦାର ରହୁନାହାନ୍ତି। ଏହି ଗାଡ଼ିଗୁଡ଼ିକ ମୁଖ୍ୟତଃ ବଡ଼ ଧରଣର ଅପରାଧରେ ବ୍ୟବହୃତ ହେଉଥିବାରୁ ଏମିତି ହେଉଛି ବୋଲି ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ମିଳିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କୋର୍ଟରେ ବିଚାରାଧୀନ ମାମଲା ଫଇସଲା ନ ହେବାଯାଏ ଗାଡ଼ି ଫେରସ୍ତ ଅନୁମତି ନାହିଁ। ଯେଉଁଥିପାଇଁ ଗାଡ଼ିଗୁଡ଼ିକ ସେମିତି ପଡ଼ିରହୁଛି। କେବଳ ଥାନା ନୁହେଁ, ଜିଲାପାଳଙ୍କ କାର୍ଯ୍ୟାଳୟ, ବନ ବିଭାଗ, ପୂର୍ତ୍ତ ବିଭାଗ, ପୌରପାଳିକା, ଡାକ୍ତରଖାନା ପରିସରରେ ମଧ୍ୟ ଅନେକ ଗାଡ଼ି ଏପରି ପଡ଼ିରହିଛି। ଜିଲାରେ ରହିଥିବା ଅବକାରୀ କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ଜବତ ଗାଡ଼ି ସଂଖ୍ୟା କମ୍‌ ନୁହେଁ। ଏଠାରେ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି ଓ ସାଇକେଲ ବର୍ଷ ବର୍ଷ ଧରି ପଡ଼ିରହିଛି। ଚୋରା ମଦ ଓ ଡ୍ରଗ୍ସ ମାମଲାରେ ଅଧିକ ଗାଡ଼ି ଜବତ କରାଯାଉଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଗତ ସମସ୍ୟା ଠାରୁ ବଳିଯାଉଛି ଏହାର ରକ୍ଷଣାବେକ୍ଷଣା ସମସ୍ୟା। ଏତେ ସଂଖ୍ୟାରେ ଗାଡ଼ିକୁ ସୁରକ୍ଷିତ ଭାବେ ରଖିବା ପାଇଁ ଥାନା ପରିସରରେ ଆବଶ୍ୟକ ସ୍ଥାନ ନାହିଁ। ତେଣୁ ବାଧ୍ୟ ହୋଇ ସେସବୁକୁ ଖୋଲାରେ ରଖିବାକୁ ପଡ଼ୁଛି। ଯେଉଁସବୁର ଆଦୌ ଫେରାଇବା ସମ୍ଭବନା ନାହିଁ, ସେଗୁଡ଼ିଗୁ ନିଲାମ ପ୍ରକ୍ରିୟାରେ ବିକ୍ରି କରାଯିବା ଆବଶ୍ୟକ। ଏକ ନର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ଗାଡ଼ି ନ ନେଲେ ତାହାକୁ ମଧ୍ୟ ନିଲାମ ପ୍ରକ୍ରିୟାରେ ସାମିଲ କରାଗଲେ ଏମିତି କୋଟି କୋଟି ଟଙ୍କାର ଗାଡ଼ି ପଡ଼ିରହି ନଷ୍ଟ ହୁଅନ୍ତା ନାହିଁ ବୋଲି ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। କିନ୍ତୁ ପୂର୍ବ ପ୍ରଚଳିତ ନିୟମ ଏଥିରେ ପ୍ରତିବନ୍ଧକ ସାଜିଥିବାରୁ କିଛି କରାଯାଇପାରିବ ନାହିଁ ବୋଲି ଅଧିକାରୀଜଣକ କହିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, କୋର୍ଟରେ ବହୁ ମାମଲାର ବିଚାର ଚାଲିଥିବାରୁ ଗାଡ଼ିଗୁଡ଼ିକ ଥାନାରେ ପଡ଼ି ରହୁଛି। ମଝିରେ ମଝିରେ ଗାଡ଼ି ମାଲିକମାନଙ୍କୁ ଖୋଜି ଗାଡ଼ି ପ୍ରଦାନ କରାଯାଉଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ ବୋଲି ଏସ୍‌ପି ସ୍ବୀକାର କରିଛନ୍ତି। ତେବେ ଥାନା ସହ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ପଡ଼ିରହିଥିବା ଗାଡ଼ିଗୁଡ଼ିକର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri