ମହାମାରୀ ସତ୍ତ୍ୱେ ଏଫ୍‌ଡିଆଇ ଦେଶରେ ଆକର୍ଷିତ କରିଛି: ୫ ରାଜ୍ୟକୁ ସର୍ବାଧିକ

ନୂଆଦିଲ୍ଲୀ,୨୯।୭ ଭାରତର ଉତ୍ପାଦନ ସେକ୍ଟର ୨୦୨୧-୨୨ ଆର୍ଥିକ ବର୍ଷରେ ୨୧.୩୪ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକର୍ଷିତ କରିଛି। ଏହା ପୂର୍ବବର୍ଷ ତୁଳନାରେ ୭୬ ପ୍ରତିଶତ ଅଧିକ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦-୨୧ରେ ଏଫ୍‌ଡିଆଇ ନିବେଶ ପରିମାଣ ୧୨.୦୯ ବିଲିୟନ ଡଲାର ଥିଲା। ବୀମା, ପ୍ରତିରକ୍ଷା, ଟେଲିକମ୍‌, ଆର୍ଥତ୍କ ସେବା, ଫାର୍ମାସ୍ୟୁଟିକାଲ୍ସ, ଖୁଚୁରା ବ୍ୟବସାୟ ଏବଂ ଇ-କମର୍ସ ଆଦି ସେକ୍ଟରରେ ସରକାର ଏଫ୍‌ଡିଆଇ ନୀତିରେ ବ୍ୟାପକ ସଂସ୍କାର ଆଣିଥିବାରୁ ଏହାର ସୁଫଳ ମିଳିଛି। ଦେଶରେ ସିଙ୍ଗାପୁର ସର୍ବାଧିକ ୨୭.୦୧ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜିନିବେଶ କରିଥିବା ବେଳେ ଆମେରିକା ୧୭.୯୪%, ମରିସସ୍‌ ୧୫.୯୮%, ନେଦରଲାଣ୍ଡ୍‌ସ ୭.୮୬% ଏବଂ ସୁଇଜରଲାଣ୍ଡ ୭.୩୧ ପ୍ରତିଶତ ଏଫ୍‌ଡିଆଇ ନିବେଶ କରିଛି। ମହାମାରୀ ସତ୍ତ୍ୱେ ଚଳିତ ଆର୍ଥତ୍କ ବର୍ଷରେ ଦେଶରେ ସର୍ବାଧିକ ୮୪.୮୩ ବିଲିୟନ ଡଲାର ଏଫ୍‌ଡିଆଇ ନିବେଶ ହୋଇଛି। ୫ ରାଜ୍ୟକୁ ସର୍ବାଧିକ ବିଦେଶୀ ପୁଞ୍ଜି ଆସିଛି। କର୍ନାଟକରେ ୩୭.୫୫ ପ୍ରତିଶତ ଏଫ୍‌ଡିଆଇ ନିବେଶ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୬,୨୬%, ଦିଲ୍ଲୀରେ ୧୩.୯୩%, ତାମିଲନାଡୁରେ ୫.୧୦% ଏବଂ ହରିୟାଣାରେ ୪.୭୬ ପ୍ରତିଶତ ପୁଞ୍ଜିନିବେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri