ମନୁ ଭାକରଙ୍କୁ ମିଳିଲା ବଡ଼ ବଡ଼ କମ୍ପାନୀର ଅଫର; ୨୦ ଲକ୍ଷରୁ ବଢି କୋଟିଏ ଛୁଇଁଲା ଫି

ନୂଆଦିଲ୍ଲୀ,୨ା୮: ପ୍ୟାରିସ ଅଲମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ତାରକା ସୁଟର୍ ମନୁ ଭାକରଙ୍କ ଲୋକପ୍ରିୟତା ଏବେ ସମଗ୍ର ଦେଶରେ ବୃଦ୍ଧି ପାଇଛି। ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଏବଂ ମିଶ୍ରିତ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିଛନ୍ତି। ଏହାରି ମଧ୍ୟରେ ରିପୋର୍ଟରୁ ଜଣାପଡିଛି ଯେ ମନୁଙ୍କୁ ନିଜର ବ୍ରାଣ୍ଡ ସହିତ ଯୋଡ଼ିବା ପାଇଁ ୪୦ ଟି ବ୍ରାଣ୍ଡ ତାଙ୍କୁ ଯୋଗାଯୋଗ କରି ସାରିଲେଣି। ମନୁ ବର୍ତମାନ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ଉପରେ ଫୋକସ କରୁଥିବା ବେଳେ ତାଙ୍କ ଏଜେନ୍ସି କୋଟି କୋଟି ମୂଲ୍ୟର ଡିଲ୍ ସିଲ୍ କରିସାରିଲାଣି।

ମନୁ ଅଲମ୍ପିକ୍ସ ପୂର୍ବରୁ କୌଣସି ବ୍ରାଣ୍ଡର ପ୍ରଚାର କରିବା ପାଇଁ ୨୦ରୁ ୨୫ ଲକ୍ଷ ଫି ନେଉଥିଲା ବେଳେ ଏବେ ଏହାକୁ ୬ରୁ ୭ ଗୁଣା ବୃଦ୍ଧି କରିଛନ୍ତି। ରିପୋର୍ଟ ମୁତାବକ ମନୁ ୧.୫ କୋଟି ଟଙ୍କାରେ ଏକ ଡିଲ୍ ସିଲ୍ କରିଛନ୍ତି।

“ଗତ ୨-୩ ଦିନ ମଧ୍ୟରେ ଆମକୁ ପ୍ରାୟ ୪୦ ଟି କମ୍ପାନୀ ଯୋଗାଯୋଗ କରିଛନ୍ତି। ଆମେ ବର୍ତ୍ତମାନ ଦୀର୍ଘ ମିଆଦି ଆସୋସିଏସନ କାରବାର ଉପରେ ଧ୍ୟାନ ଦେଉଛୁ ଏବଂ ଆମେ ଦୁଇଟି ଏଣ୍ଡୋର୍ସମେଣ୍ଟ ସାଇନ କରିଛୁ ବୋଲି ମନୁଙ୍କ ମ୍ୟାନେଜର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି।

ଅବଶ୍ୟ ତାଙ୍କ ବ୍ରାଣ୍ଡ ମୂଲ୍ୟ ପାଞ୍ଚରୁ ଛଅ ଗୁଣା ବୃଦ୍ଧି ପାଇଛି। ତେଣୁ ଆମେ ପୂର୍ବରୁ ଯାହା କିଛି ଡିଲ କରୁଥିଲୁ ତାହା ୨୦-୨୫ ଲକ୍ଷ ଟଙ୍କା ପାଖାପାଖି ଥିଲା, ବର୍ତ୍ତମାନ ଏହା ଏକ ଚୁକ୍ତି ପାଇଁ ପ୍ରାୟ ୧.୫ କୋଟି ଟଙ୍କାରେ ପହଞ୍ଚିଛି। ତେବେ ଏହା କେବଳ ଗୋଟିଏ ବର୍ଷ ପାଇଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri