ବିଲୁପ୍ତ ହୋଇଯିବ ମନ୍ତ୍ରୀପଡ଼ାର କଣ୍ଢେଇ ନାଚ

ଡେରାବିଶ,୨୦।୮ (ସ୍ବ.ପ୍ର.): ପ୍ରାଚୀନ ଲୋକକଳା ଓଡ଼ିଶାର ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି। ଏହି ଲୋକକଳା ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳର କଳା, ସଂସ୍କୃତି, ବୈଭବ ଓ ସାମାଜିକ ବ୍ୟବସ୍ଥାର ଏକ ସ୍ବତନ୍ତ୍ର ପରିଚୟ ସାରା ରାଜ୍ୟରେ ରହିଛି, ଯାହାକି ଆଗାମୀ ଯୁବ ପିଢ଼ିଙ୍କ ପାଇଁ ଏହି କଳା ଓ ସଂସ୍କୃତି ଏକ ପ୍ରେରଣାର ଉତ୍ସ ହୋଇ ରହିବ। ମାତ୍ର ପ୍ରୋତ୍ସାହନ ଅଭାବରୁ କେତେକ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ଲୋକକଳା ଯେପରି ନିଷ୍ପ୍ରଭ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡ଼ା କେଳାସାହିର ଲୋକକଳା କଣ୍ଢେଇ ନାଚ କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି।
ଲୋକଲୋଚନରୁ ଲିଭିଲିଭି ଯାଉଥିବା ପୌରାଣିକ କଥାବସ୍ତୁ ଏହି କଣ୍ଢେଇ ନାଚ ମାଧ୍ୟମରେ କଳାକାରମାନେ ପ୍ରଦର୍ଶିତ କରି ଡେରାବିଶ ବ୍ଲକ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକଙ୍କୁ ବହୁଳ ଭାବେ ଆକର୍ଷିତ କରିଥାନ୍ତି। ଦ୍ୱାପର ଯୁଗର ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ଲୀଳାର କିୟଦଂଶ ଢୋଲ କି ବାଦ୍ୟ ମାଧ୍ୟମରେ ସୁସଜ୍ଜିତ ରାଧାକୃଷ୍ଣଙ୍କ କାଠ ପିତୁଳାର କଣ୍ଢେଇ ନାଚ ‘ବାଟ ଛାଡ଼ ନାଗର ପାଣିକି, ଶାଶୁ ନଣନ୍ଦ କି ବୋଲି ଜାଣିକି’ ଗୀତ ମାଧ୍ୟମରେ ମନ୍ତ୍ରୀପଡ଼ାର କଣ୍ଢେଇ କଳାକାରମାନେ ଗ୍ରାମଠାରୁ ସହରଯାଏ ଲୋକାଦୃତ ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲା ଓ ରାଜ୍ୟରେ ଏହି ନାଚ ପ୍ରଦର୍ଶିତ କରି କଳାକାରମାନେ ସମ୍ମାନିତ ହୋଇଛନ୍ତି। ଏଥିସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବହୁ ପ୍ରଶଂସାପତ୍ର ସାଉଣ୍ଟିଛନ୍ତି ବୋଲି ଗଁାର କଳାକାର ଭରତ ସିଂ କହିଛନ୍ତି। ମନ୍ତ୍ରୀପଡ଼ା ଗ୍ରାମର ଏହି କେଳାସାହିରେ ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ କୌଳିକ ପରମ୍ପରା କଣ୍ଢେଇ ନାଚ ପରିବାରର ଏକମାତ୍ର ଆୟ ବୋଲି ଗଁାର ରଞ୍ଜନ ସିଂ କହିଛନ୍ତି ା ସକାଳୁ କାନ୍ଧରେ ଏକ ବାହୁଙ୍ଗି ପକାଇ ଝୁଲା ଭିତରେ ରାଧାକୃଷ୍ଣ ବେଶ ହୋଇଥିବା କାଠରେ ତିଆରି ପିତୁଳା ସହ ଆଉ ଏକ ଝୁଲାରେ ହାତ ତିଆରି ବିଭିନ୍ନ ସାମଗ୍ରୀ ସହ ଢୋଲକି ନେଇ ବିଭିନ୍ନ ଗ୍ରାମକୁ ଯାଇ କଣ୍ଢେଇ ନାଚ ପ୍ରଦର୍ଶନ କରୁ। ତେବେ ଦିନରେ ଆୟ ହେଉଥିବା ଅର୍ଥରେ ପରିବାର ପ୍ରତିପୋଷଣ କରୁଛୁ। ସେହିପରି ଗଁାର ମହିଳାମାନେ ତାଳପତ୍ରରେ ତିଆରି ଝୁମୁକା, ମାଟିରେ ତିଆରି ବେଙ୍ଗବାଜା ସହ ମହିଳାଙ୍କ ପାଇଁ ସିନ୍ଦୂର, ଶଙ୍ଖା ଇତ୍ୟାଦି ଏକ ଝୁଡ଼ିରେ ପୂରାଇ ବିଭିନ୍ନ ଗ୍ରାମକୁ ଯାଇ ଚାଉଳ, ଅର୍ଥ ଆଣିଥାନ୍ତି। ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ମହାମାରୀ କରୋନା ଯେପରି ଏହି କଳାକାରମାନଙ୍କ ଉପରେ ୨ ବର୍ଷ ହେବ ଦାଉ ସାଧିଥିଲା। ସରକାରଙ୍କ ପ୍ରୋତ୍ସାହନ ନ ଥିବା ବେଳେ କଣ୍ଢେଇ ନାଚ ପ୍ରଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି। ଏହି ବୃତ୍ତିକୁ ଆପଣେଇ ନେଇଥିବା କଳାକାରମାନେ ବହୁ ଦୁଃଖକଷ୍ଟରେ ଦିନ ବିତାଉଛନ୍ତି। କାମ ମିଳିଲେ ପରର ମୂଲ ଲାଗି ପରିବାରକୁ ପ୍ରତିପୋଷଣ କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଗ୍ରାମର ଅରୁଣ ସିଂ କହିଛନ୍ତି। ଗ୍ରାମର କଳାକାର ଭରତ ଅତି ଦୁଃଖରେ କହିଛନ୍ତି, ମନେ ପଡ଼ିଗଲେ ଘରେ ଥିବା ଗୋଟିଏ ଢୋଲକି ବଜାଇ ଘରେ ସାଇତି ଥିବା କଣ୍ଢେଇକୁ ନୃତ୍ୟ କରି ନିଜ ମନକୁ ଟିକିଏ ଆନନ୍ଦ ଦେବା ଛଡ଼ା ଆମ ପାଖରେ ଅନ୍ୟ ଉପାୟ ନାହିଁ। ମହାମାରୀ କରୋନାର ପ୍ରଭାବ ଏବେ ନାହିଁ। ମାତ୍ର ସରକାରଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମକୁ ଡକରା ମଧ୍ୟ ଆସୁନାହିଁ ବୋଲି ଭରତଙ୍କ ସମେତ ଅନ୍ୟ କଳାକାରମାନେ ପ୍ରକାଶ କରିଛନ୍ତି। ତେବେ ଏହି ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ କରାଗଲେ ବିଲୁପ୍ତ ହେବାକୁ ଯାଉଥିବା ଏହି ଲୋକକଳା ପୁଣି ଉଜ୍ଜୀବିତ ହୋଇପାରନ୍ତା ବୋଲି ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri