Categories: ଖେଳ

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମାନସୀ ଜୋଶୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆସନ୍ତା ମାସରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରରେ ସେ ଅଂଶଗ୍ରହଣ କରିପାରିବେ ନାହିଁ। ୨୭ ବର୍ଷୀୟା ମାନସୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଡେରାଡୁନରେ କ୍ୱାରାଣ୍ଟାଇନରେ ରହିଛନ୍ତି। ଫଳରେ ସେ ମୁମ୍ବାଇରେ ଚାଲିଥିବା ଭାରତୀୟ ମହିଳା କ୍ରିକେଟର୍‌ଙ୍କ ଟ୍ରେନିଂ ସେସନରେ ଭାଗ ନେଇପାରି ନାହାନ୍ତି। ଯାହାକି ଅକ୍ଟୋବର ୧୩ରୁ ଆରମ୍ଭ ହୋଇଛି। ମାନସୀ ମହିଳା ଟି୨୦ ଚ୍ୟାଲେଞ୍ଜରରେ ମିଥାଲି ରାଜଙ୍କ ନେତୃତ୍ୱାଧୀନ ଭେଲୋସିଟି ଟିମ୍‌ରେ ସ୍ଥାନ ପାଇଥିଲେ। ଏବେ ତାଙ୍କ ସ୍ଥାନରେ ମେଘନା ସିଂଙ୍କୁ ଭେଲୋସିଟି ଦଳରେ ସାମିଲ କରାଯାଇଛି। ୨୦୧୬ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ମାନସୀ ଭାରତ ପକ୍ଷରୁ ୧୧ ଏକଦିବସୀୟ ଓ ୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share