Posted inଖେଳ

ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ପାଇଁ ମନପ୍ରୀତ ବ୍ୟଗ୍ର

ନୂଆଦିଲ୍ଲୀ, ୨୯।୯: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ୨୦୨୩ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇସାରିଛି। ଏହାକୁ ନେଇ ଭାରତୀୟ କ୍ୟାମ୍ପରେ ଉତ୍ସାହ ଓ ବ୍ୟଗ୍ରତା ପରିଲକ୍ଷିତ ହୋଇଛି। ଜାନୁୟାରୀ ୧୩ରେ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଓଡ଼ିଶାର ହକି ପ୍ରାଣକେନ୍ଦ୍ରରେ ଅଭିଯାନ ଆରମ୍ଭ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ଭାରତୀୟ ଅଧିନାୟକ ମନ୍‌ପ୍ରୀତ ସିଂ। ” କାର୍ଯ୍ୟସୂଚୀ ପ୍ରକାଶ ଦ୍ୱାରା ଆମେ କେଉଁଠି ଏବଂ କାହା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବୁ ତାହା ଜାଣିଯାଇଛୁ। ଫଳରେ ସ୍ବାଭାବିକ ଭାବେ ଦଳ ମଧ୍ୟରେ ବ୍ୟଗ୍ରତା ପ୍ରକାଶ ପାଇଛି। ଭୁବନେଶ୍ୱରରେ ପରିବେଶ ଓ ପରିସ୍ଥିତିକୁ ନେଇ ଆମର ଅଭିଜ୍ଞତା ଅଛି। ମାତ୍ର ସୁନ୍ଦରଗଡ଼ରୁ ଆସିଥିବା ଆମ ଦଳୀୟ ସାଥିଙ୍କଠାରୁ ରାଉରକେଲାର ପରିବେଶ ସମ୍ପର୍କରେ ଶୁଣିଛି। ସେହି ଅଞ୍ଚଳରୁ ବହୁ ସଂଖ୍ୟାରେ ପ୍ରଶଂସକ ମ୍ୟାଚ ଦେଖିବାକୁ ଅପେକ୍ଷା କରି ଅଛନ୍ତି। ତେଣୁ ଆମର ଓପନିଂ ଗେମ୍‌ କିଭଳି ପରିବେଶରେ ହେବ ତାହା ଅନୁଭବ କରି ହେଉଛି“ ବୋଲି ମନ୍‌ପ୍ରୀତ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଖେଳିବାବେଳେ ପ୍ରଶଂସକମାନେ ଆମକୁ ଅନେକ ଉତ୍ସାହିତ କରିଛନ୍ତି। ତେଣୁ ଆମେ ଆଗାମୀ ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।

ହକି ବିଶ୍ୱକପ ଡ୍ର’ ଅନୁସାରେ ଭାରତ ପୁଲ୍‌ ‘ଡି’ରେ ଇଂଲଣ୍ଡ, ସ୍ପେନ୍‌ ଓ ଓ୍ବେଲ୍ସ ସହିତ ସ୍ଥାନ ପାଇଛି। ଘରୋଇ ଦଳ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ଭେଟିବ। ”୨୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ କ୍ଷମତା ବିଶିଷ୍ଟ ଭାରତର ସବୁଠାରୁ ବଡ଼ ଷ୍ଟାଡିୟମରେ ଖେଳିବା ପାଇଁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ। ସେହି ଅଞ୍ଚଳରେ ଭିତ୍ତିଭୂମିର ଯେପରି ଉନ୍ନତି ଘଟିଛି ତାହା ଅବିଶ୍ୱସନୀୟ। ପ୍ରାକ୍ଟିସ ଷ୍ଟାଡିୟମ ପ୍ରସ୍ତୁତ ହୋଇସାରିଛି ବୋଲି ଆମେ ଅନୁଭବ କରୁଛୁ। ଏହା ଅତି ସୁନ୍ଦର ଦେଖାଯାଉଛି। ତେଣୁ ଆମେ ରାଉରକେଲାରେ ଅଭ୍ୟାସ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହୁଁ“ ବୋଲି କହିଛନ୍ତି ଅଧିନାୟକ ମନ୍‌ପ୍ରୀତ।

ଭାରତୀୟ ଦଳ ଏବେ ଅକ୍ଟୋବର ୨ ପର୍ଯ୍ୟନ୍ତ ବ୍ରେକ୍‌ରେ ରହିଛି। ଓଡ଼ିଶାରେ ଖେଳାଯିବାକୁଥିବା ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ବିପକ୍ଷ ପ୍ରୋ ଲିଗ୍‌ ମ୍ୟାଚ ପୂର୍ବରୁ ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଜାତୀୟ କ୍ୟାମ୍ପକୁ ଫେରିବେ। ”ପ୍ରୋ ଲିଗ୍‌ ମ୍ୟାଚରେ ଆମେ ସ୍ପେନ୍‌ ବିପକ୍ଷରେ ଖେଳିବାକୁ ଥିବାରୁ ଖୁସି ଅଛୁ। କାରଣ ଆମେ ଏହି ମ୍ୟାଚରୁ ସେମାନଙ୍କ ଗେମ୍‌ ସମ୍ପର୍କରେ ଅବଗତ ହେବୁ ଏବଂ ବିଶ୍ୱକପ ପୂର୍ବରୁ ଆମକୁ ଆଉ କ’ଣ ଉନ୍ନତି କରିବାକୁ ପଡ଼ିବ ତା’ ଉପରେ ଧ୍ୟାନ ଦେବୁ। ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଆମର ପ୍ରଶଂସକମାନେ ଭୁବନେଶ୍ୱର ଓ ରାଉରକେଲା ଆସି ଆମକୁ ଉତ୍ସାହିତ କରିବା ନେଇ ଆଶା ରହିଛି“ ବୋଲି ମନ୍‌ପ୍ରୀତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri