୭ରୁ ୭ମ ବିଆଇଟିଏଫ୍‌

ଭୁବନେଶ୍ୱର,୨୯।୯: ରାଜ୍ୟର ପ୍ରମୁଖ ଇଭେଣ୍ଟ ଆଣ୍ଡ ପ୍ରଦର୍ଶନୀଭିତ୍ତିକ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି .(ଜେଇଏମ୍‌) ପକ୍ଷରୁ ୭ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ବିଆଇଟିଏଫ୍‌)-୨୦୨୨ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି।

ଏ ନେଇ ବୁଧବାର ସ୍ଥାନୀୟ ଶହୀଦନଗରସ୍ଥିତ ଏକ ହୋଟେଲ ପରିସରରେ ସଂସ୍ଥା ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଜେଇଏମ୍‌ର ଏମ୍‌ଡି ସୁଜିତ ଗୁପ୍ତାଙ୍କ ସମେତ ପାୟଲ ଆଚାର୍ଯ୍ୟ, ଦୀପକ ମହାନ୍ତି, କାଜଲ ମିଶ୍ର, ନିହାର ରଞ୍ଜନ ମହାନ୍ତି, ସଞ୍ଜୟ କୁମାର, ଅବିନାଶ କୁମାର ଏବଂ ଇନ୍ଦୁରେଖା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ମେଳା ଚଳିତ ବର୍ଷ ଅକ୍ଟୋବର ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ପରିସରରେ ହେବାକୁ ଯାଉଛି ବୋଲି ଜେଇଏମ୍‌ର ଏମ୍‌ଡି ସୁଜିତ ଗୁପ୍ତା କହିଛନ୍ତି।

ଏପରିକି ଉକ୍ତ ମେଳାରେ ୭ଟି ଦେଶ ଏବଂ ୨୦ଟି ରାଜ୍ୟର ୪୦୦ରୁ ଅଧିକ ବ୍ୟବସାୟୀ ଉକ୍ତ ମେଳାରେ ଯୋଗଦେବେ ବୋଲି ଜଣାପଡିଛି। ଏଥିରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ସାଜସଜ୍ଜା, ଫର୍ନିଚର, ଆଣ୍ଟିକ୍‌ କଲେକ୍ସନ, ପେଣ୍ଟିଂ, ଜୁଏଲେରି, ଥାଇଲାଣ୍ଡ ଫୁଲ, ପୋଷାକ ପତ୍ର, ରାଜସ୍ଥାନୀ ମାର୍ବଲ୍ସ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟ୍ସ, ବାଂଲାଦେଶ ଶାଢ଼ି, ହାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡ୍‌ଲୁମ ଭଳି ଅନେକ ଜିନିଷ ପ୍ରଦର୍ଶିତ ହେବ। ସେହିଭଳି ଚଳିତ ବର୍ଷର ବାଣିଜ୍ୟ ମେଳାରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ସହଯୋଗରେ ଏକ ରିଅଲ ଇଷ୍ଟେଟ୍‌ ମେଳା ମଧ୍ୟ ଆୟୋଜିତ ହେବାକୁ ଯାଉଛି। ଏଥିରେ ବହୁ ନାମୀ ଦାମୀ ବିଲ୍‌ଡର ମଧ୍ୟ ଅଂଶ ଗ୍ରହଣ କରିବେ।

ବିଶେଷକରି ରିଅଲ ଇଷ୍ଟେଟ୍‌ ମେଳାରୁ ସମସ୍ତେ ନିଜ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ସୁବିଧା ଓ ସେବା ମଧ୍ୟ ପାଇପାରିବେ। ସେହିପରି ମେଳା ପରିସରକୁ ଆସିଥିବା ଦର୍ଶକଙ୍କ ପାଇଁ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ଏକ ସ୍ବତନ୍ତ୍ର ଫୁଡ୍‌ ଜୋନ୍‌ ମଧ୍ୟ ରହିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ଉକ୍ତ ମେଳା ପ୍ରତିଦିନ ଅପରାହ୍ନ ୨ରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?