୭ରୁ ୭ମ ବିଆଇଟିଏଫ୍‌

ଭୁବନେଶ୍ୱର,୨୯।୯: ରାଜ୍ୟର ପ୍ରମୁଖ ଇଭେଣ୍ଟ ଆଣ୍ଡ ପ୍ରଦର୍ଶନୀଭିତ୍ତିକ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି .(ଜେଇଏମ୍‌) ପକ୍ଷରୁ ୭ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ବିଆଇଟିଏଫ୍‌)-୨୦୨୨ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି।

ଏ ନେଇ ବୁଧବାର ସ୍ଥାନୀୟ ଶହୀଦନଗରସ୍ଥିତ ଏକ ହୋଟେଲ ପରିସରରେ ସଂସ୍ଥା ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଜେଇଏମ୍‌ର ଏମ୍‌ଡି ସୁଜିତ ଗୁପ୍ତାଙ୍କ ସମେତ ପାୟଲ ଆଚାର୍ଯ୍ୟ, ଦୀପକ ମହାନ୍ତି, କାଜଲ ମିଶ୍ର, ନିହାର ରଞ୍ଜନ ମହାନ୍ତି, ସଞ୍ଜୟ କୁମାର, ଅବିନାଶ କୁମାର ଏବଂ ଇନ୍ଦୁରେଖା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ମେଳା ଚଳିତ ବର୍ଷ ଅକ୍ଟୋବର ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ପରିସରରେ ହେବାକୁ ଯାଉଛି ବୋଲି ଜେଇଏମ୍‌ର ଏମ୍‌ଡି ସୁଜିତ ଗୁପ୍ତା କହିଛନ୍ତି।

ଏପରିକି ଉକ୍ତ ମେଳାରେ ୭ଟି ଦେଶ ଏବଂ ୨୦ଟି ରାଜ୍ୟର ୪୦୦ରୁ ଅଧିକ ବ୍ୟବସାୟୀ ଉକ୍ତ ମେଳାରେ ଯୋଗଦେବେ ବୋଲି ଜଣାପଡିଛି। ଏଥିରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ସାଜସଜ୍ଜା, ଫର୍ନିଚର, ଆଣ୍ଟିକ୍‌ କଲେକ୍ସନ, ପେଣ୍ଟିଂ, ଜୁଏଲେରି, ଥାଇଲାଣ୍ଡ ଫୁଲ, ପୋଷାକ ପତ୍ର, ରାଜସ୍ଥାନୀ ମାର୍ବଲ୍ସ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟ୍ସ, ବାଂଲାଦେଶ ଶାଢ଼ି, ହାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡ୍‌ଲୁମ ଭଳି ଅନେକ ଜିନିଷ ପ୍ରଦର୍ଶିତ ହେବ। ସେହିଭଳି ଚଳିତ ବର୍ଷର ବାଣିଜ୍ୟ ମେଳାରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ସହଯୋଗରେ ଏକ ରିଅଲ ଇଷ୍ଟେଟ୍‌ ମେଳା ମଧ୍ୟ ଆୟୋଜିତ ହେବାକୁ ଯାଉଛି। ଏଥିରେ ବହୁ ନାମୀ ଦାମୀ ବିଲ୍‌ଡର ମଧ୍ୟ ଅଂଶ ଗ୍ରହଣ କରିବେ।

ବିଶେଷକରି ରିଅଲ ଇଷ୍ଟେଟ୍‌ ମେଳାରୁ ସମସ୍ତେ ନିଜ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ସୁବିଧା ଓ ସେବା ମଧ୍ୟ ପାଇପାରିବେ। ସେହିପରି ମେଳା ପରିସରକୁ ଆସିଥିବା ଦର୍ଶକଙ୍କ ପାଇଁ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ଏକ ସ୍ବତନ୍ତ୍ର ଫୁଡ୍‌ ଜୋନ୍‌ ମଧ୍ୟ ରହିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ଉକ୍ତ ମେଳା ପ୍ରତିଦିନ ଅପରାହ୍ନ ୨ରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri