ସକାରାତ୍ମକ ଦୃଷ୍ଟିଭଙ୍ଗୀ କୌଶଳ ମନୋଜଙ୍କୁ ଜଣାଥିଲା: ତଥାଗତ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ଜୀବନରେ ସବୁ କଥାକୁ କିପରି ସକାରାତ୍ମକ ଦୃଷ୍ଟିରେ ଦେଖାଯାଇପାରିବ ତା’ର କୌଶଳ କଥାକାର ମନୋଜ ଦାସଙ୍କଠାରୁ ଶିଖିବାକୁ ମିଳିଥିଲା। ପଣ୍ଡିଚେରୀରେ ପଢୁଥିବାବେଳେ ସେଠାରେ ତାଙ୍କ ସହ ଅଧିକାଂଶ ସମୟ ମୋର ଦେଖାହୁଏ। ସେ ମୋ ପଢ଼ାପଢ଼ି ବିଷୟରେ ପଚାରି ବୁଝନ୍ତି। ପ୍ରତ୍ୟେକ ଘଟଣାକୁ ସେ ସହଜରେ ନେଇ ଏକ ଉଚ୍ଚକୋଟୀର ଚିନ୍ତାଧାରା ସୃଷ୍ଟି କରିପାରୁଥିଲେ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ମଙ୍ଗଳବାର ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲସ୍‌) ପକ୍ଷରୁ ଜାତୀୟ ଅଭିଲେଖାଗାରରେ ଆୟୋଜିତ ‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତଥାଗତ ଯୋଗଦେଇ ପୁସ୍ତକର ସଫଳତା କାମନା କରିଛନ୍ତି। ଏଥିସହ ସେ କହିଲେ ଯେ, ୧୯୫୯ରେ ବିଶ୍ୱମ୍ବର ସାମନ୍ତ ଏବଂ ଦେବେନ୍ଦ୍ର ଶତପଥୀ ପ୍ରଥମେ ପଣ୍ଡିଚେରୀ ଯାଇଥିଲେ। ସେଠାରେ ପିଲାମାନଙ୍କ ପାଠପଢ଼ା, ଯୋଗ ଶିକ୍ଷା ଆଦି ସବୁ ଦେଖିଥିଲେ। ବିଶ୍ୱମ୍ବର ମନୋଜଙ୍କ ସମ୍ପର୍କୀୟ ଥିଲେ। ଦୁଇଚାରି ଥର ପଣ୍ଡିଚେରୀ ଯିବା ପରେ ସେମାନେ ମନୋଜଙ୍କୁ ପଣ୍ଡିଚେରୀ ଯିବାକୁ କହିଥିଲେ। ସେମାନଙ୍କ କଥା ମାନି ମନୋଜ ପଣ୍ଡିଚେରୀ ଯାଇଥିଲେ ଓ ତାଙ୍କୁ ସେ ସ୍ଥାନ ଭଲ ଲାଗିଥିଲା। ସେଠାରେ ରହି ଶିକ୍ଷକ ଓ ପ୍ରଫେସର ଭାବେ ସେ କାର୍ଯ୍ୟ କରିଥିଲେ। ଏହି ସମୟରେ ମନୋଜ ବହୁ ମଣିଷ ସୃଷ୍ଟି କରିଛନ୍ତି। ମାତ୍ର ମୋର ଦୁର୍ଭାଗ୍ୟ ଯେ, ସେହି ମଣିଷ ସୃଷ୍ଟିକାରୀ ଜୀବନରେ ଏକ ଅଂଶ ହୋଇପାରିିଲି ନାହିଁ ବୋଲି ତଥାଗତ ପ୍ରକାଶ କରିଛନ୍ତି।
ଡଲସ୍‌ ସଂସଦର ସଭାପତି ଡା. ଅନୀତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ବିଜୟ ନାୟକ ଯୋଗଦେଇ କହିଲେ, ଭାରତ ବର୍ଷର ପୁରୁଣା ପରମ୍ପରା ହେଉଛି କାହାଣୀ ପରମ୍ପରା। ମନୋଜ ଦାସ ନିଜ କାହାଣୀ ମାଧ୍ୟମରେ ପ୍ରାଚୀନ କଥା କହୁଥିଲେ। ତାଙ୍କ କାହାଣୀଗୁଡ଼ିକରେ ଆଧୁନିକ ମଣିଷର ଯାତନା, ଯନ୍ତ୍ରଣା, ମନସ୍ତତ୍ତ୍ୱ, ପ୍ରାପ୍ତି, ଅପ୍ରାପ୍ତିର କଥା, ରାଜନୈତିକ ଶଠତା ଆଦି ମିଳେ। ଓଡ଼ିଆ ଗଳ୍ପକୁ ସେ ବିଶ୍ୱଜନୀନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ, ହିମାଳୟ ପାଦଦେଶରେ ଠିଆହେଲେ ହିମାଳୟ ଅଦୃଷ୍ଟ, ଦୂରରୁ ଚାହିଁଲେ ଅସ୍ପଷ୍ଟ। ଏହିପରି ଚୈତ୍ୟଲୋକର ଏକ ଉଚ୍ଚାଙ୍ଗ ପ୍ରତୀୟମାନ ହେଉଛନ୍ତି ମନୋଜ। ଏହି ଅବସରରେ ଅତିଥିମାନେ ‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଲୋକାର୍ପଣ କରିଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ବାର୍ତ୍ତାକୁ ଡା. ପଣ୍ଡା ପାଠ କରିଥିବାବେଳେ ମାନସ ରଞ୍ଜନ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri