ସକାରାତ୍ମକ ଦୃଷ୍ଟିଭଙ୍ଗୀ କୌଶଳ ମନୋଜଙ୍କୁ ଜଣାଥିଲା: ତଥାଗତ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ଜୀବନରେ ସବୁ କଥାକୁ କିପରି ସକାରାତ୍ମକ ଦୃଷ୍ଟିରେ ଦେଖାଯାଇପାରିବ ତା’ର କୌଶଳ କଥାକାର ମନୋଜ ଦାସଙ୍କଠାରୁ ଶିଖିବାକୁ ମିଳିଥିଲା। ପଣ୍ଡିଚେରୀରେ ପଢୁଥିବାବେଳେ ସେଠାରେ ତାଙ୍କ ସହ ଅଧିକାଂଶ ସମୟ ମୋର ଦେଖାହୁଏ। ସେ ମୋ ପଢ଼ାପଢ଼ି ବିଷୟରେ ପଚାରି ବୁଝନ୍ତି। ପ୍ରତ୍ୟେକ ଘଟଣାକୁ ସେ ସହଜରେ ନେଇ ଏକ ଉଚ୍ଚକୋଟୀର ଚିନ୍ତାଧାରା ସୃଷ୍ଟି କରିପାରୁଥିଲେ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ମଙ୍ଗଳବାର ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲସ୍‌) ପକ୍ଷରୁ ଜାତୀୟ ଅଭିଲେଖାଗାରରେ ଆୟୋଜିତ ‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତଥାଗତ ଯୋଗଦେଇ ପୁସ୍ତକର ସଫଳତା କାମନା କରିଛନ୍ତି। ଏଥିସହ ସେ କହିଲେ ଯେ, ୧୯୫୯ରେ ବିଶ୍ୱମ୍ବର ସାମନ୍ତ ଏବଂ ଦେବେନ୍ଦ୍ର ଶତପଥୀ ପ୍ରଥମେ ପଣ୍ଡିଚେରୀ ଯାଇଥିଲେ। ସେଠାରେ ପିଲାମାନଙ୍କ ପାଠପଢ଼ା, ଯୋଗ ଶିକ୍ଷା ଆଦି ସବୁ ଦେଖିଥିଲେ। ବିଶ୍ୱମ୍ବର ମନୋଜଙ୍କ ସମ୍ପର୍କୀୟ ଥିଲେ। ଦୁଇଚାରି ଥର ପଣ୍ଡିଚେରୀ ଯିବା ପରେ ସେମାନେ ମନୋଜଙ୍କୁ ପଣ୍ଡିଚେରୀ ଯିବାକୁ କହିଥିଲେ। ସେମାନଙ୍କ କଥା ମାନି ମନୋଜ ପଣ୍ଡିଚେରୀ ଯାଇଥିଲେ ଓ ତାଙ୍କୁ ସେ ସ୍ଥାନ ଭଲ ଲାଗିଥିଲା। ସେଠାରେ ରହି ଶିକ୍ଷକ ଓ ପ୍ରଫେସର ଭାବେ ସେ କାର୍ଯ୍ୟ କରିଥିଲେ। ଏହି ସମୟରେ ମନୋଜ ବହୁ ମଣିଷ ସୃଷ୍ଟି କରିଛନ୍ତି। ମାତ୍ର ମୋର ଦୁର୍ଭାଗ୍ୟ ଯେ, ସେହି ମଣିଷ ସୃଷ୍ଟିକାରୀ ଜୀବନରେ ଏକ ଅଂଶ ହୋଇପାରିିଲି ନାହିଁ ବୋଲି ତଥାଗତ ପ୍ରକାଶ କରିଛନ୍ତି।
ଡଲସ୍‌ ସଂସଦର ସଭାପତି ଡା. ଅନୀତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ବିଜୟ ନାୟକ ଯୋଗଦେଇ କହିଲେ, ଭାରତ ବର୍ଷର ପୁରୁଣା ପରମ୍ପରା ହେଉଛି କାହାଣୀ ପରମ୍ପରା। ମନୋଜ ଦାସ ନିଜ କାହାଣୀ ମାଧ୍ୟମରେ ପ୍ରାଚୀନ କଥା କହୁଥିଲେ। ତାଙ୍କ କାହାଣୀଗୁଡ଼ିକରେ ଆଧୁନିକ ମଣିଷର ଯାତନା, ଯନ୍ତ୍ରଣା, ମନସ୍ତତ୍ତ୍ୱ, ପ୍ରାପ୍ତି, ଅପ୍ରାପ୍ତିର କଥା, ରାଜନୈତିକ ଶଠତା ଆଦି ମିଳେ। ଓଡ଼ିଆ ଗଳ୍ପକୁ ସେ ବିଶ୍ୱଜନୀନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ, ହିମାଳୟ ପାଦଦେଶରେ ଠିଆହେଲେ ହିମାଳୟ ଅଦୃଷ୍ଟ, ଦୂରରୁ ଚାହିଁଲେ ଅସ୍ପଷ୍ଟ। ଏହିପରି ଚୈତ୍ୟଲୋକର ଏକ ଉଚ୍ଚାଙ୍ଗ ପ୍ରତୀୟମାନ ହେଉଛନ୍ତି ମନୋଜ। ଏହି ଅବସରରେ ଅତିଥିମାନେ ‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଲୋକାର୍ପଣ କରିଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ବାର୍ତ୍ତାକୁ ଡା. ପଣ୍ଡା ପାଠ କରିଥିବାବେଳେ ମାନସ ରଞ୍ଜନ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri