Posted inଖେଳ

କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ ଏବେ ଭାରତର ପୂର୍ବ କ୍ରିକେଟର ମନୋଜ ତିଓ୍ବାରୀ କଡ଼ା ସମାଲୋଚନା କରିଛନ୍ତି। ସେ ଟିମ୍‌ର ହେଡ୍‌ କୋଚ୍‌ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କରି ତାଙ୍କୁ ପରାଜୟର କାରଣ ବୋଲି କହିଛନ୍ତି। ବିଶେଷକରି ସେ ଗମ୍ଭୀରଙ୍କୁ ଦୋମୂହାଁ କହି କ୍ରିକେଟଜଗତରେ ହଲଚଲ ସୃଷ୍ଟି କରିଛନ୍ତି। ଏହାଛଡ଼ା ସେ ଗମ୍ଭୀରଙ୍କ ପାଖରୁ ଯେଉଁଭଳି କୋଚିଂ ଆଶା କରାଯାଉଥିଲା ତାହା ଦେଖିବାକୁ ମିଳୁ ନ ଥିବା ଅଭିଯୋଗ କରିଛନ୍ତି।

ଗମ୍ଭୀର ଦଳର ନେତୃତ୍ୱ ନେବାର ୬ ମାସ ମଧ୍ୟରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଅଷ୍ଟ୍ରେଲିଆରୁ ମିଳିଥିବା ସଦ୍ୟ ପରାଜୟ ପରେ ମନୋଜ ତିଓ୍ବାରୀ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଗମ୍ଭୀର ଦୋମୁହାଁ। ସେ ଯାହା କୁହନ୍ତି ନିଜେ ତାହା କୁହନ୍ତି ନାହିଁ। ରୋହିତ ଶର୍ମାଙ୍କୁ ପରାଜୟ ପରେ ଆଗକୁ ଠେଲିଦିଆଯାଇଛି। ଏଭଳି ବୋଲିଂ କୋଚ୍‌ ଥାଇ ଲାଭ କ’ଣ, ଯିଏ ହେଡ୍‌ କୋଚ୍‌ଙ୍କ ସବୁ କଥା ମାନିନିଅନ୍ତି। କେବଳ ତାଙ୍କ ହଁ ରେ ହଁ ମିଶାନ୍ତି। ମୋର୍ନେ ମୋର୍କଲ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରୁ ଆସିଛନ୍ତି। ସେହିଭଳି ଅଭିଷେକ କୋଲକାତା ନାଇଟ୍‌ ରାଇଡର୍ସରେ ତାଙ୍କ ସହ ଥିଲେ। ଗମ୍ଭୀର ଜାଣନ୍ତି ଯେ ଉଭୟ ତାଙ୍କ ବିପକ୍ଷରେ ଯିବେ ନାହିଁ।

ଏହାଛଡ଼ା ମନୋଜ ତିଓ୍ବାରୀ ଗମ୍ଭୀରଙ୍କ ଉପରେ କ୍ରେଡିଟ୍‌ ଚୋରାଇବା ଅଭିଯୋଗ ଆଣିଛନ୍ତି। ତାଙ୍କ ମୁତାବକ ଟିମ୍‌ଣ ହେଡ୍‌ କୋଚ୍‌ଙ୍କ ପିଆର୍‌ ଏଭଳି ସ୍ଥିତି ଉପୁଜାଉଛନ୍ତି, ଯାହା ଫଲରେ ତାଙ୍କୁ ପ୍ରତିଟି ସଫଳତାର କ୍ରେଡିଟ୍‌ ମିଳୁନାହିଁ। ଏଥିଲାଗି ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସର ଉଦାହରଣ ଦେଇଛନ୍ତି। ଗମ୍ଭୀର ଏକୁଟିଆ କେକେଆର୍‌କୁ ଆଇପିଏଲ୍‌ ଜିତାଇ ନ ଥିଲେ। ଆମେ ସମସ୍ତେ ଏକ ୟୁନିଟ୍‌ ଭଳି ପ୍ରଦର୍ଶନ କରିଛୁ। ତେବେ ଯାଇ ଆମେ ଟାଇଟଲ ହାସଲ କରିଥିଲୁ। ଜ୍ୟାକ୍‌ସ କୈଲିସ୍‌, ସୁନୀଲ ନରେ ଏବଂ ମୁଁ ପ୍ରମୁଖ ଯୋଗଦାନ ଦେଇଥିଲୁ। ହେଲେ ତାଙ୍କୁ କେବଳ କ୍ରେଡିଟ୍‌ ମିଳିଛି।

ମନୋଜ କହିଛନ୍ତି ଯେ, ରୋହିତ ଏବଂ ତାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ। ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁ ଦଳର ସ୍ଥିତି ଠିକ୍‌ ନାହିଁ। ଉଭୟଙ୍କ ସଫଳତାର କୌଣସି ସମାନତା ନାହିଁ। ରୋହିତ ଜଣେ ବିଶ୍ୱକପ୍‌ ବିଜେତା ଅଧିନାୟକ। ହେଲେ ଗମ୍ଭୀର କେବଳ ଆଇପିଏଲ୍‌ ଜିତିବା ଯାଏ ସୀମୀତ। ଏଣୁ ଦୁହେଁ ଏକାଠି କାମ କରିପାରିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri