ନବଙ୍କ ନାଁରେ ଗୋପାଳଙ୍କୁ ଭୟଭୀତ କରାଇଥିଲେ ମନୋଜ

ସମ୍ବଲପୁର,୨୯ା୭(ଶୁଭାଶିଷ ପାଢ଼ୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାକୁ ୬ ମାସ ବିତିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜଶିଟ୍‌କୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଶୁକ୍ରବାର ପଲିଗ୍ରାଫ ପରୀକ୍ଷା ରିପୋର୍ଟକୁ ନେଇ ପୁଣି ସନ୍ଦେହ ଜାତ ହୋଇଛି। ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ ମନୋଜ ବରିହା ଗୋପାଳଙ୍କୁ ଭେଟି କହିଥିଲେ, ନବ ଦାସ ତମ ଉପରେ ରାଗିଛନ୍ତି, ଟିକେ ଦେଖିକି ଚଳିବ। ଏଥିରେ ଗୋପାଳ ଭୟଭୀତ ହୋଇଯାଇଥିଲେ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଓ ପଲିଗ୍ରାଫ୍‌ ପରୀକ୍ଷା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉଭୟ ତଦନ୍ତରେ ମନୋଜଙ୍କ ନାମ ଆସୁଛି। ଯଦି ମନୋଜ ଗୋପାଳଙ୍କୁ ଭୟଭୀତ କରିଥିଲେ, ତା’ହେଲେ ମନୋଜଙ୍କ ପଛରେ ଷଡ଼ଯନ୍ତ୍ରକାରୀ କିଏ ବୋଲି ଅଭିଯୁକ୍ତ ଗୋପାଳଙ୍କ ଓକିଲ ନରେଶ ନାଏକ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଠିକ୍‌ ଭାବେ କରିନାହିଁ। କେବଳ ଗୋପାଳଙ୍କୁ ଦୋଷୀ କରିବା ପାଇଁ ଚେଷ୍ଟା କରିଛି। ଅନ୍ୟ ଦିଗକୁ ଗୁରୁତ୍ୱ ଦେଇନାହିଁ। ମନୋଜଙ୍କ ମୋବାଇଲ ଫୋନ ଯାଞ୍ଚ କରିବାର ଥିଲା। ତଦନ୍ତରେ ଯାହାର ନାମ ଓ ଲିଙ୍କ୍‌ ଆସୁଥିଲା ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ା କେବଳ ତାଙ୍କର ଏକ ବୟାନ ରେକର୍ଡ କରାଯାଇଛି। ହତ୍ୟା କରିବା ଲୋକ ଯେତିକି ଦୋଷୀ ହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ବ୍ୟକ୍ତି ସମାନ ଭାବେ ଦୋଷୀ। ଅନ୍ୟକୁ ନିୟୋଜିତ କରି ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥାଇପାରେ। ଗୋପାଳଙ୍କ ପଲିଗ୍ରାଫ୍‌ ପରୀକ୍ଷା କରାଯାଇଛି। ଏଥିରେ ପୂର୍ବ ପ୍ରସ୍ତୁତି ପ୍ରଶ୍ନ ପଚରାଯାଇଛି। ମୋଟ ୨୬ ପ୍ରଶ୍ନ ପଚାରି କେବଳ ହଁ ନାହିଁରେ ଉତ୍ତର ନିଆଯାଇଛି। ପଲିଗ୍ରାଫ୍‌ ପରୀକ୍ଷାରେ ଗୋପାଳଙ୍କୁ ମାନସିକ ରୋଗର ଔଷଧ ଖାଉଥିବା କଥା ପଚରାଯାଇଛି। ସେଥିରେ ସେ କିଛିଦିନ ହେଲା ଔଷଧ ଖାଇବା ଛାଡ଼ିଦେଇଥିବା କଥା କହିଛନ୍ତି। ତେଣୁ ସେ ମାନସିକ ରୋଗୀ ଥିବା ଜଣାପଡୁଛି। ଅନ୍ୟପଟେ ମେଡିକାଲ କର୍ମଚାରୀ ମନୋଜ ଭୟଭୀତ କରିଥିବା କଥା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ସେଥିରେ ଗୋପାଳ ରାଜି ହୋଇଛନ୍ତି।ସେହିପରି ଗୋପାଳଙ୍କ ପୁତୁରାକୁ ଚାକିରି ଦେବା ନେଇ ନବଙ୍କ ସହ ବଚସା ହେବା, ନବଙ୍କ କର୍ମୀ ଓ ସମର୍ଥକ ଧମକ ଦେବା, ମନ୍ତ୍ରୀ ନିଜେ ହତ୍ୟା ଧମକ ଦେବା ଭଳି ଅନେକ ପ୍ରଶ୍ନ ରହିଥିଲା। ହେଲେ ଗୋପାଳ ଟଙ୍କା ଜବତ କରିବା ପରେ ନବ ରାଗିଥିବା, ନବଙ୍କ ସମର୍ଥକଙ୍କୁ ମାରପିଟ କରିବା ଯୋଗୁ ତାଙ୍କ ଉପରେ ରାଗ ଥିବା, ନବଙ୍କ କର୍ମୀମାନେ ହତ୍ୟା ଧମକ ଦେଇଥିବା ଭଳି ପ୍ରଶ୍ନରେ ହଁ କରିଥିଲେ। ଏଥିରୁ ଜଣାପଡୁଛି ଗୋପାଳ ଓ ନବଙ୍କ ଭିତରେ ସମ୍ପର୍କ ଠିକ୍‌ ନ ଥିଲା ବୋଲି ଓକିଲ ନାଏକ କହିଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ଝାରସୁଗୁଡା ଜିଲା ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧୀ ଛକରେ ତତ୍କାଳୀନ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ସର୍ଭିସ ବନ୍ଧୁକରୁ ଗୁଳିକରି ହତ୍ୟା କରିଥିଲେ। ତାଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଝାରସୁଗୁଡ଼ା ଜେଲରେ ରଖାଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି। ହତ୍ୟାକାଣ୍ଡର ୧୧୮ଦିନ ପରେ ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମ୍‌ବ୍ରାଞ୍ଚ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ଏଥିରେ ୮୯ ଜଣଙ୍କ ସାକ୍ଷ୍ୟ ଓ ଜେରା କରାଯାଇଥିବା ରିପୋର୍ଟ ରହିଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି ା ଏପରି କି ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଦର୍ଶାଯାଇଛି। ହେଲେ ହତ୍ୟାର ରହସ୍ୟ ଏ ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ଖୋଲିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri