Categories: ଗଞ୍ଜାମ

ଅଗଷ୍ଟ ୩୦ରେ ମନ କି ବାତ୍ କାର୍ଯ୍ୟକ୍ରମ, ବୁଥ୍‌ସ୍ତରରେ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଗୁରୁତ୍ୱ

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଏକ କର୍ମଶାଳା ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲା ସଭାପତି ନୀଳମାଧବ ପାତ୍ର, ‘ମନ କି ବାତ’ ସଂଯୋଜକ ରାମଚନ୍ଦ୍ର ମିଶ୍ର ଓ ରାଜ୍ୟ ସଂଯୋଜକ ଠାକୁର ରଞ୍ଜିତ ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ପୋଲସରାର ‘ମନ କି ବାତ’ ସଂଯୋଜକ ଜ୍ୟୋତିର୍ମୟୀ ପଲେଇ, ଭଞ୍ଜନଗର ସଂଯୋଜକ ସରୋଜ ଗୌଡ଼ ଓ ସୋରଡ଼ା ସଂଯୋଜକ ଧରଣୀଧର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ଜିଲା ପଦାଧିକାରୀ, ମଣ୍ଡଳ ପ୍ରଭାରୀ, ମଣ୍ଡଳ ସଭାପତି, ‘ମନ କି ବାତ’ ସଂଯୋଜକ, ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ଆସନ୍ତା ୩୦ ଅଗଷ୍ଟରେ ପ୍ରସାରିତ ହେବାକୁ ଥିବା ‘ମନ କି ବାତ’ କାର୍ଯ୍ୟକ୍ରମକୁ ସଫଳ କରିବା ସହ ବୁଥ୍‌ସ୍ତରରେ ଏହାକୁ ଆହୁରି ସୁଦୃଢ଼ କରିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଅଂଶଗ୍ରହଣ ସହ ସାଧାରଣ ଜନତାଙ୍କୁ ଅଧିକ ସଂଖ୍ୟାରେ ଯୋଡ଼ି ‘ମନ କି ବାତ’ର ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। କର୍ମଶାଳାରେ ଉପସ୍ଥିତ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାମାନେ ‘ମନ କି ବାତ’କୁ ଜନସାଧାରଣଙ୍କ ନିକଟତର କରିବା ଏବଂ ଏହାର ପ୍ରଭାବକୁ ଆହୁରି ବ୍ୟାପକ କରିବା ନେଇ ନିଜ ନିଜ ମତାମତ ଓ ପ୍ରସ୍ତାବ ରଖିଥିଲେ।

 

Dharitri – Odisha’s No.1 Odia Daily

Share